ବାସ୍ତୁଶାସ୍ତ୍ର ଅନୁସାରେ ଶୋଇଲା ବେଳେ ଶେଯ ତଳେ ରଖନ୍ତୁ ଏହି ସବୁ ଜିନିଷ ,ଦୂର ହେବ ଅନେକ ସମସ୍ୟା!

କେତେକ ସମୟରେ ଭାଗ୍ୟ ଆମର ସାଥ୍‌ ଦେଇ ନ ଥାଏ ସେଥିଲାଗି ଆମେ ବହୁତ ଚିନ୍ତାରେ ରହିଥାଉ। ତା’ଛଡ଼ା ଏମିତି କେତେକ ସମସ୍ୟା ଅଛି ଯାହାର ସାମ୍ନା କରିବା ଲାଗି ସାହସ ମଧ୍ୟ ଜୁଟାଇ ପାରିନଥାଉ ।ବାସ୍ତୁଶାସ୍ତ୍ର ଅନୁସାରେ କେତେକ କଥାକୁ ଧ୍ୟାନରେ ରଖିଲେ ଆପଣଙ୍କ ଜୀବନ ସୁଖମୟ ହେବ। ବାସ୍ତୁବିତଙ୍କ ମତ ଅନୁଯାୟୀ, ଶୋଇଲାବେଳେ କେତେକ ଜିନିଷ ଶେଯ ତଳେ ରଖିଲେ ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ।

ଆସନ୍ତୁ ଜାଣିବା ସେ ସମ୍ପର୍କରେ-

  • ଖଟ ତଳେ ତମ୍ବା ପାତ୍ରରେ ପାଣି ଭରି ରଖିଲେ , କିମ୍ବା ତକିଆ ତଳେ ରକ୍ତ ଚନ୍ଦନ କାଠ ରଖିଲେ ଦମ୍ପତିମାନଙ୍କ ମଧ୍ୟରେ ମନମିଳନ ହୋଇନଥାଏ। ଜୀବନ ସୁଖରେ କଟିଥାଏ।
  • କିଛି ଖରାପ ଦୁଷ୍ଟିରୁ ରକ୍ଷାପାଇବାକୁ ନିଜ ଖଟ ତଳେ ୨୧ ଦିନ ଯାଏଁ ଏକ ଲୁହା ପାତ୍ରରେ ପାଣି ରଖିଲେ, କିମ୍ବା ତକିଆ ତଳେ ନୀଲମ୍‌ ରତ୍ନ ରଖିଲେ କୁଦୃଷ୍ଟିରୁ ରକ୍ଷା ପାଇପାରିବେ।
  • କୌଣସି ସମସ୍ୟାର ସାମ୍ନା କରିବା ପାଇଁ ଯଦି ଆପଣ ନିଜ ଭିତରେ ସାହସ ସଞ୍ଚାର କରିବା ପାଇଁ ଚାହାଁନ୍ତି, ତେବେ ନିଜର ତକିଆ ତଳେ ସୁନା କିମ୍ବା ରୂପା ଅଳଙ୍କାର ରଖନ୍ତୁ । ଏହା ଦ୍ୱାରା ଜନ୍ମ କୁଣ୍ଡଳୀରେ ଥିବା ଦୋଷ ଦୂରେଇ ଯିବ।
  • ଶୋଇବା ଖଟ ତଳେ ଏକ ରୂପା ପାତ୍ରରେ ପାଣି ଭର୍ତ୍ତି କରି ରଖିଲେ ବା ନିଜର ତ୍ୱଚାକୁ ସ୍ପର୍ଶ କରୁଥିବା ରୂପା ଅଳଙ୍କାର ପିନ୍ଧିଲେ, ଇଚ୍ଛା ଶକ୍ତି ଦୃଢୀଭୂତ ହୋଇଥାଏ।
  • ନିଜର ଶେଯରେ ଥିବା ତକିଆ ତଳେ ରୂପାରେ ତିଆରି ଦୁଇଟି ମାଛ ରଖିବା ଦ୍ଵାରା ଆପଣ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ କରିପାରିବେ। ଯଦି ଆପଣ ଏକ ରୂପା ପାତ୍ରରେ ଯୁଗଳ ମାଛଙ୍କୁ ରଖିବେ, ତେବେ ଅନୁରୂୂପ ଲାଭ ପାଇବେ।

ପଢନ୍ତୁ;

ଆସନ୍ତୁ ଜାଣିବା ଉପବାସ ସମୟରେ କଣ ଖାଇଲେ ଶାରୀରିକ ସମସ୍ୟା ଭୋଗୀବେ ନାହିଁ?

କୌଣସି ସମସ୍ୟାର ସାମ୍ନା କରିବା ପାଇଁ ଯଦି ଆପଣ ନିଜ ଭିତରେ ସାହସ ସଞ୍ଚାର କରିବା ପାଇଁ ଚାହାଁନ୍ତି - 8.8

88%

ନିଜର ଶେଯରେ ଥିବା ତକିଆ ତଳେ ରୂପାରେ ତିଆରି ଦୁଇଟି ମାଛ ରଖିବା ଦ୍ଵାରା ଆପଣ ଅଖଣ୍ଡ ସୌଭାଗ୍ୟ ପ୍ରାପ୍ତ କରିପାରିବେ। - 9

90%
8.9/10

Very Good!

ବାସ୍ତୁଶାସ୍ତ୍ର ଅନୁସାରେ ଶୋଇଲା ବେଳେ ଶେଯ ତଳେ ରଖନ୍ତୁ ଏହି ସବୁ ଜିନିଷ , ଦୂର ହେବ ଅନେକ ସମସ୍ୟା!

କେତେକ ସମୟରେ ଭାଗ୍ୟ ଆମର ସାଥ୍‌ ଦେଇ ନ ଥାଏ ସେଥିଲାଗି ଆମେ ବହୁତ ଚିନ୍ତାରେ ରହିଥାଉ। ତା’ଛଡ଼ା ଏମିତି କେତେକ ସମସ୍ୟା ଅଛି ଯାହାର ସାମ୍ନା କରିବା ଲାଗି ସାହସ ମଧ୍ୟ ଜୁଟାଇ ପାରିନଥାଉ ।ବାସ୍ତୁଶାସ୍ତ୍ର ଅନୁସାରେ କେତେକ କଥାକୁ ଧ୍ୟାନରେ ରଖିଲେ ଆପଣଙ୍କ ଜୀବନ ସୁଖମୟ ହେବ। ବାସ୍ତୁବିତଙ୍କ ମତ ଅନୁଯାୟୀ, ଶୋଇଲାବେଳେ କେତେକ ଜିନିଷ ଶେଯ ତଳେ ରଖିଲେ ଆପଣ ଅନେକ ସମସ୍ୟାରୁ ମୁକ୍ତି ପାଇପାରିବେ।

No Votes Yet

You're not rated yet