ଶିକ୍ଷା ଦାତା ହେଉଛନ୍ତି ଗଣେଶ ଭଗବାନ। ତାଙ୍କ ମୂର୍ତ୍ତିକୁ ଘରେ ରଖିବା ଦ୍ଵାରା ଅନେକ ଲାଭ ମିଳିଥାଏ। ଯଦି ଆପଣ ଗଶେଶଙ୍କୁ ଘରେ କିମ୍ବା ଅଫିସରେ ପୂଜା କରୁଛନ୍ତି ତେବେ ଏହି ସବୁ ପୂର୍ବ କଥା ପ୍ରତି ଧ୍ୟାନ ରଖିବା ନିହାତି ଦରକାର।
ତେବେ ଗଶେଶଙ୍କର କେଉଁ ଆକୃତିର ମୂର୍ତ୍ତିକୁ ଘରେ କିମ୍ବା ଦୋକାନରେ ରଖିବା ଶୁଭ ହୋଇଥାଏ ଆସନ୍ତୁ ଜାଣିବା-
- ଘରର ମୁଖ୍ୟ ଦ୍ୱାରରେ ଗଣପତିଙ୍କର ଦୁଇଟି ମୂର୍ତ୍ତି କିମ୍ବା ଚିତ୍ର ରଖିବା ଉଚିତ। ଏଭଳି ଲଗାନ୍ତୁ ଯେପରି ଦୁଇଟି ମୂର୍ତ୍ତିଙ୍କର ପିଠି ମିଶୁଥିବ। ଏଭଳି କରିବା ଦ୍ୱାରା ସମସ୍ତ ବାସ୍ତୁ ଦୋଷ ସମାପ୍ତ ହୋଇଯାଏ।
- ଶ୍ରୀ ଗଣେଶଙ୍କର ମୂର୍ତ୍ତି କିମ୍ବା ଚିତ୍ରରେ ଏହି ଧ୍ୟାନ ରଖନ୍ତୁଯେ ଯେପରି ତାଙ୍କର ଶୁଣ୍ଢ ବାମ ହାତ ପାଶ୍ୱର୍କୁ ରହିଥିବ।
- ଘରେ ଭଗବାନ ଗଣେଶଙ୍କର ବସିଥିବା ମୂଦ୍ରା କିମ୍ବା ଦୋକାନରେ ବା ଅଫିସରେ ଗଣେଶଙ୍କର ଛିଡ଼ା ହୋଇଥିବା ମୂର୍ତ୍ତି କିମ୍ବା ଚିତ୍ର ରଖିବା ଉଚିତ।
- ଘର କିମ୍ବା ଦୋକାନରେ ସୁଖ,ଶାନ୍ତି ଓ ସମୃଦ୍ଧି ବଜାୟ ରଖିବା ପାଇଁ ବିନାୟକଙ୍କର ଧଳା ରଙ୍ଗର ମୂର୍ତ୍ତିକୁ ସ୍ଥାପନ କରିବା ଉଚିତ।
ପଢନ୍ତୁ; ଓଜନ ବଢାଇବାରେ ସାହାଯ୍ୟ କରିଥାଏ ସୋୟାବିନ! ଜାଣନ୍ତୁ ଏହାର ଫାଇଦା ସମ୍ପର୍କରେ