ଭଗବାନ ଗଣେଶଙ୍କୁ ପୂଜା କଲେ ଅନେକ ସମସ୍ୟା ଦୂର ହୋଇଥାଏ। ଘରେ ଥିବା ନକରାତ୍ମକ ଶକ୍ତି ଏବଂ ବସ୍ତୁ ଦୋଷ ମଧ୍ୟ ଦୂର ହୋଇଥାଏ। ବାସ୍ତୁଶାସ୍ତ୍ର ଅନୁସାରେ ଘରର ମୁଖ୍ୟ ଦ୍ୱାରରେ ଶ୍ରୀ ଗଣେଶ କିମ୍ୱା ସ୍ୱସ୍ତିକ ଚିହ୍ନ ଆଙ୍କିବା ଦ୍ୱାରା ଘରେ ସର୍ବଦା ସୁଖ ସମୃଦ୍ଧି ଲାଗି ରହିଥାଏ। ଏପରି କରିବା ଦ୍ୱାରା ଘରେ ଗଣେଶଙ୍କ କୃପା ଦୃଷ୍ଟି ସଦାସର୍ବଦା ପଡ଼େ। ଗଣେଶଙ୍କୁ ବିଘ୍ନବିନାଶକ ମଧ୍ୟ କୁହାଯାଇଥାଏ।
ଘରୁ ବାସ୍ତୁଦୋଷ/ନକରାତ୍ମକ ଶକ୍ତି କିପରି ଦୂର କରିବେ ଜାଣନ୍ତୁ-
- ଘରର ମୁଖ୍ୟ ଦ୍ୱାରରେ ଭିତରକୁ ମୁହଁ କରିଥିବା ଗଣେଶଙ୍କ ମୂର୍ତ୍ତି ରଖନ୍ତୁ।
- ପୂଜା ଘରେ ହଳଦିଆ ରଙ୍ଗର ଗଣେଶ ମୂର୍ତ୍ତି ରଖନ୍ତୁ।
- ପ୍ରତ୍ୟେକ ଦିନ ସକାଳେ ଗଣେଶଙ୍କୁ ଦୂବ ଅର୍ପଣ କରନ୍ତୁ।
- ଘରେ ଗଣେଶଙ୍କ ଅନେକ ମୂର୍ତ୍ତି ରଖିବା ପରିବର୍ତ୍ତେ ଗୋଟିଏ ସ୍ଥାନରେ ॐ ଲେଖି ଦିଅନ୍ତୁ।
- ଛୁଆଙ୍କ ପଢ଼ିବା ଘରେ ହଳଦିଆ ରଙ୍ଗର ଗଣେଶଙ୍କ ମୂର୍ତ୍ତି ରଖନ୍ତୁ।
- ଗୋଟିଏ ଘରେ କେବଳ ଗୋଟିଏ ମାତ୍ର ଗଣେଶଙ୍କ ମୂର୍ତ୍ତି ରଖନ୍ତୁ।ଶୋଇବା ଘରେ କେବେ ବି ଗଣେଶଙ୍କ ମୂର୍ତ୍ତି ରଖନ୍ତୁ ନାହିଁ।
ପଢନ୍ତୁ; କେଉଁ ବସ୍ତୁ ଦାନ କରିବା ଦ୍ଵାରା କଣ ଲାଭ ମିଳିଥାଏ ? ଆସନ୍ତୁ ଜାଣିବା