EnewsOdia.Com

ଦିଲ୍ଲୀ ନିର୍ବାଚନରେ ପୁଣି ବାଜି ମାରିନେଲା ଆପ୍‌

ଦିଲ୍ଲୀ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି ପୁଣି ଏକ ଐତିହାସିକ ବିଜୟ ହାସଲ କରିଛି।  କେଜ୍ରିୱାଲଙ୍କ ଲୋକାଭିମୁଖୀ ଯୋଜନା ଆଗରେ ଫେଲ୍ ମାରିଲା ମୋଦି ମ୍ୟାଜିକ୍ । ତୃତୀୟଥର ପାଇଁ ସରକାର ଗଢିବାକୁ ସକ୍ଷମ ହୋଇଛନ୍ତି ଅରବିନ୍ଦ କେଜ୍ରିୱାଲ । ସବୁ କଳ୍ପନା ଜଳ୍ପନାକୁ ପଛରେ ପକାଇ ଆପ୍‌ ପୁଣି ଦିଲ୍ଲୀ କ୍ଷମତା ହାତେଇଛି । କଂଗ୍ରେସ ଦିଲ୍ଲୀରେ ନିଜର ସତ୍ତା ହରାଇଥିବା ବେଳେ ଆପ୍‌ ହାତରୁ ବିଜେପି 5ଟି ଆସନ ଛଡାଇ ନେଇଛି । ଦିଲ୍ଲୀରେ କ୍ଷମତା ଦଖଲ କରିବା ପରେ ଅରବିନ୍ଦ କେଜ୍ରିୱାଲ ସମସ୍ତ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଫଳାଫଳ ପ୍ରକାଶ ପାଇବା ପରେ କେଜ୍ରିବାଲ ଦଳର ମୁଖ୍ୟାଳୟରେ ଦିଳ୍ଲୀବାସୀଙ୍କୁ ଧନ୍ୟବାଦ ଦେଇ କହିଛନ୍ତି , ‘ଦିଲ୍ଲୀ ବାଲୋଁ ଗଜବ୍ କରିଦିଆ ଆପ୍ ଲୋଗୋନେ, ଆଇ ଲଭ୍ ୟୁ’ ।

ପ୍ରେମ ଦିବସରେ ଶପଥ ନେବେ କେଜିରିଓ୍ବାଲା। ଆସନ୍ତା ୧୪ ତାରିଖ ବା ଭାଲେଣ୍ଟାଇନ୍ ଡେ’ରେ ଶପଥ ଗ୍ରହଣ କରିବେ ବୋଲି ଜଣାପଡିଛି। କେଜ୍ରିଓ୍ବାଲଙ୍କ ପାଇଁ ଏହି ଫେବୃଆରୀ ୧୪ ତାରିଖ ଖୁବ୍ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଉଛି।  ମଙ୍ଗଳବାର ୧୧ତାରିଖ ପତ୍ନୀ ସୁନିତା କେଜ୍ରିୱାଲଙ୍କ ୫୪ତମ ଜନ୍ମଦିନ ଥିବାବେଳେ ଫଳାଫଳ କେଜରିୱାଲ ଦମ୍ପତିଙ୍କୁ ଭେଟି ସଦୃଶ ହୋଇଛି। ପୁନଶ୍ଚ ଚଳିତ ବର୍ଷ ଏହି ଦମ୍ପତି ସେମାନଙ୍କ ବିବାହର ୨୫ବର୍ଷ ପୂର୍ତ୍ତି ପାଳନ କରୁଛନ୍ତି। ଏହି ଅବସରରେ କେଜରିୱାଲ ଦମ୍ପତି ନିଜ ପୁଅ-ଝିଅ ଓ ଦଳୀୟ କର୍ମୀଙ୍କ ଉପସ୍ଥିତିରେ ପରସ୍ପରଙ୍କୁ କେକ୍‌ ଖୁଆଇ ଶୁଭେଚ୍ଛା ଜଣାଇଛନ୍ତି।

ପଢନ୍ତୁ: ସାଟେଲାଇଟରେ ଆସିଲା ଚୀନର ସାଂଘାତିକ ଚିତ୍ର

ସମ୍ବନ୍ଧିତ ଖବର

ଶୀତ କମିବ, ୨୫ରୁ କେତେକ ରାଜ୍ୟରେ ହାଲୁକା ବର୍ଷା ସମ୍ଭାବନା

Ratnamani Maharana

ନଭେମ୍ୱର ୩୦ ପର୍ଯ୍ୟନ୍ତ ଅଫର ଅବଧି ବଢ଼ାଇଲା ଜିଓ

Ratnamani Maharana

ବିଜେପୁରରେ ନବୀନଙ୍କୁ ଟାର୍ଗେଟ କଲେ ଧର୍ମେନ୍ଦ୍ର

Ratnamani Maharana

ନୱାଜ ସରିଫଙ୍କୁ ମିଳିଲା ଜାମିନ

Ratnamani Maharana

କିମ୍ବଦନ୍ତୀ ଗାୟିକା ଲତା ମଙ୍ଗେସ୍‌କର ଅସୁସ୍ଥ

Ratnamani Maharana

ଚାଷୀଙ୍କ ଫସଲ ଉଜାଡି ଦେଲା ବୁଲବୁଲ

Ratnamani Maharana