EnewsOdia.Com

‘କେମ୍‌ଛୋ ଟ୍ରମ୍ପ୍‌’ ନୁହେଁ ‘ନମସ୍ତେ ପ୍ରେସିଡେଣ୍ଟ୍‌ ଟ୍ରମ୍ପ୍‌’ ପାଇଁ ପ୍ରସ୍ତୁତି

ଚଳିତ ମାସରେ ଭାରତ ଆସୁଛନ୍ତି ଆମେରିକା ପ୍ରେସିଡେଣ୍ଟ ଡୋନାଲ୍ଡ ଟ୍ରମ୍ଫ। ତାଙ୍କର ସ୍ଵାଗତ ପାଇଁ ଚଳଚଞ୍ଚଳ ଗୁଜୁରାଟ। ଗତ ସେପ୍ଟେମ୍ବରରେ ହଷ୍ଟନ୍‌ରେ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ହାୱଡି ମୋଦୀ’ ପରି ଫେବ୍ରୁଆରି ୨୪ରୁ ଅହମ୍ମଦାବାଦ୍‌ଠାରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କ ‘କେମ୍‌ଛୋ ଟ୍ରମ୍ପ୍‌’ କାର୍ଯ୍ୟକ୍ରମ ହେବାର ଥିଲା। ମାତ୍ର ଗୁଜୁରାଟ ସରକାର ନିକଟରେ ସୂଚନା ଦେଇଛନ୍ତି ଯେ ‘କେମ୍‌ଛୋ ଟ୍ରମ୍ପ୍‌’ ର ନାମ ବଦଳାଯାଇ ଏବେ ତାହାକୁ ‘ନମସ୍ତେ ପ୍ରେସିଡେଣ୍ଟ୍‌ ଟ୍ରମ୍ପ୍‌’ କରାଯିବ।

ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ‘ନମସ୍ତେ’ ଶବ୍ଦ ଭାରତୀୟ ପରମ୍ପରାର ଏକ ଶବ୍ଦ ହୋଇଥିବା କାରଣରୁ ଏହା ଜରିଆରେ ରା‌ଷ୍ଟ୍ରପତି ଟ୍ରମ୍ପ୍‌ଙ୍କୁ ସ୍ବାଗତ କରିବାକୁ ଚିନ୍ତା କରି କାର୍ଯ୍ୟକ୍ରମର ନାମ ବଦଳାଇବା ନିଷ୍ପତ୍ତି ନେଇଛନ୍ତି ଗୁଜୁରାଟ ସରକାର। କେମ୍‌ଛୋ’ ଶବ୍ଦ ବଦଳରେ ନମସ୍ତେକୁ ବଛାଯାଇଛି। ସୂତ୍ରରୁ ଜାଣିବାକୁ ମିଳିଛି ଯେ ‘ନମସ୍ତେ’ ଶବ୍ଦ ପ୍ରୟୋଗ କରିବାର ନିର୍ଦ୍ଦେଶ କେନ୍ଦ୍ରରୁ ଆସିବା ପରେ ଗୁଜୁରାଟ ମୁଖ୍ୟମନ୍ତ୍ରୀ ଏପରି ନିଷ୍ପତ୍ତି ନେଇଛନ୍ତି। ଏହି କାର୍ଯ୍ୟକ୍ରମକୁ ସରା ବିଶ୍ବର ଦୃଷ୍ଟି ଆକର୍ଷଣ କରାଯିବାର ଯୋଜନା ରହିଛି। ପ୍ଲାକାର୍ଡ ଓ ହୋର୍ଡିଂରେ ଟ୍ରମ୍ପ୍‌ଙ୍କ ସହ ପତ୍ନୀ ମିଲାନିଆ ଟ୍ରମ୍ପ୍‌ଙ୍କ ଫଟୋ ବି ରହିବ ବୋଲି ଜାଣିବାକୁ ମିଳିଛି।

ପଢନ୍ତୁ: ଅର୍ଥ ବିଭାଗ ଆଣିଲା ‘ଓଡ଼ିଶା ବଜେଟ’ ଆପ୍‌

ସମ୍ବନ୍ଧିତ ଖବର

ଆଜି ହେଉଛି ସ୍ଥଳସେନାର ୭୨ ତମ ପ୍ରତିଷ୍ଠା ଦିବସ

Ratnamani Maharana

ବାଗ୍‌ଦାଦ୍‌ରେ ପୁଣି ଆକ୍ରମଣ କଲା ଆମେରିକା

Ratnamani Maharana

ଆଜି ବିଶ୍ୱ କର୍କଟ ଦିବସ : ପ୍ରତିବର୍ଷ କମିବା ବଦଳରେ ବଢିଚାଲୁଛି ରୋଗୀଙ୍କ ସଂଖ୍ୟା

Ratnamani Maharana

‘କାଶୀ’ରେ ଚିତାଭସ୍ମ ହୋଲିର ନିଆରା ପରମ୍ପରା

Ratnamani Maharana

କାସିମ୍ ସୁଲେମାନୀ ହତ୍ୟା ପାଇଁ ନୋବେଲ୍ ପୁରସ୍କାର ମାଗିଲେ ଟ୍ରମ୍ପ

Ratnamani Maharana

ନୂଆବର୍ଷରେ ପତ୍ନୀଙ୍କୁ ପିଆଜର ଫୁଲତୋଡ଼ା ଉପହାର ଦେଲେ ସ୍ୱାମୀ

Ratnamani Maharana