EnewsOdia.Com

ଆଉ ଦୁଇ ଓଡିଆଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ଆଉ ଦୁଇ ଜଣ ଓଡିଆଙ୍କୁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର । ସେମାନେ ହେଲେ ଡାକ୍ଟର ତରୁରକାନ୍ତି ମିଶ୍ର ଓ ଲେଖକ କାଳୀଚରଣ ହେମ୍ବ୍ରମ । ଓଡିଶାର ବିଶିଷ୍ଠ ସାନ୍ତାଳୀ ଲେଖକ କାଳୀଚରଣ ହେମ୍ବ୍ରମଙ୍କୁ ଗଳ୍ପ ସଙ୍କଳନ ଶଶିରଜାଲି ପାଇଁ କେନ୍ଦ୍ର ସାହିତ୍ୟ ଏକାହେମୀ ପୁରସ୍କାର ପ୍ରଦାନ କରାଯାଇଛି । ସେହିପରି ବିଶିଷ୍ଠ ଗାଳ୍ପିକ ଡକ୍ଟର ତରୁଣକାନ୍ତି ମିଶ୍ରଙ୍କୁ ଗଳ୍ପ ସଙ୍କଳନ ଭାସ୍ୱତୀ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଛି । ନୂଆଦିଲ୍ଲିରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର ଉତ୍ସବରେ ୨୦୧୯ ବର୍ଷ ଲାଗି ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି । ଏହି ଉତ୍ସବ ସାହିତ୍ୟ ଏକାଡେମୀର ଅଧ୍ୟକ୍ଷ ଚନ୍ଦ୍ରଶେଖର କମ୍ବରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଏହାର ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଠ କବି ଗୁଲଜାର ।

ଦେଶର ବିଭିନ୍ନ ଭାଷା ପ୍ରତି ଶ୍ରେଷ୍ଠ ଅବଦାନ ଲାଗି ୨୪ ଜଣ ସାହିତ୍ୟିକଙ୍କୁ ପୁରସ୍କାର ପ୍ରଦାନ କରାଯାଇଛି। ଏଥର ସାହିତ୍ୟ ଏକାଡେମିର ଓଡ଼ିଆ ବିଭାଗର ପୁରସ୍କାର ପାଇଁ ବିଚାରକ ଥିଲେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ଫନୀ ମହାନ୍ତି, ଡକ୍ଟର ପ୍ରଫୁଲ୍ଲ ମହାନ୍ତି ଏବଂ ଡକ୍ଟର ମାଳବିକା ରାୟ । ଚଳିତ ବର୍ଷ ହିନ୍ଦୀରେ ନନ୍ଦ କିଶୋର ଆଚାର୍ୟ୍ୟ, ଅହମିୟା ପାଇଁ ଜୟଶ୍ରୀ ଗୋସ୍ୱାମୀ, ବଙ୍ଗଳା ପାଇଁ ଚିନ୍ମୟ ଗୁହା ଓ ଇଂରାଜୀରେ ଶଶି ଥରୁରଙ୍କୁ ଏହି ପୁରସ୍କାର ମିଳିଛି ।

ପଢନ୍ତୁ: ମିଠା ପ୍ୟାକେଟରେ ଏକ୍ସପାୟରୀ ଡେଟ୍‌ ଲେଖିବା ହେଲା ବାଧ୍ୟତାମୂଳକ

ସମ୍ବନ୍ଧିତ ଖବର

ଆଜିଠୁ କାର୍ତ୍ତିକ ମାସ, ଶ୍ରୀକ୍ଷେତ୍ରରେ ହବିଷ୍ୟାଳିଙ୍କ ଭିଡ଼

Ratnamani Maharana

୯୨ ତମ ଓସ୍କାର ଆୱାର୍ଡ, ପାରାସାଇଟ ଶ୍ରେଷ୍ଠ ଫିଲ୍ମ

Ratnamani Maharana

ଅଲିଭ ରିଡ୍‌ଲେଙ୍କ ଶ୍ମଶାନ ପାଲଟିଛି ପୁରୀ ‌ବେଳାଭୂମି

Ratnamani Maharana

ରାଜ୍ୟରେ ତିନୋଟି ଜିଲ୍ଲାରେ ପ୍ରବଳ ବର୍ଷା, ଆହୁରି ବଢିବ ଶୀତ

Ratnamani Maharana

ଓଡିଶାରେ ଆଉଜଣେ କରୋନା ରୋଗୀ ଚିହ୍ନଟ

Ratnamani Maharana

ଅବପାତର ରୂପ ନେଲା ଲଘୁଚାପ, ଓଡିଶାରେ ବାତ୍ୟା ନୁହେଁ, ବର୍ଷାର ସମ୍ଭାବନା

Ratnamani Maharana