News

କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଁ ମନୋନୀତ ହୋଇ ଓଡିଶା ପାଇଁ ଗୌରବ ଆଣିଛନ୍ତି ୨ ଓଡ଼ିଆ

ଗାୟତ୍ରୀ ସରାଫ ଓ ସୂର୍ଯ୍ୟମଣି ଖୁଣ୍ଟିଆ

ଓଡିଶା ପାଇଁ ଗୌରବ ଆଣିଦେଇଛନ୍ତି ୨ ଓଡ଼ିଆ ଗାୟତ୍ରୀ ସରାଫ ଓ ସୂର୍ଯ୍ୟମଣି ଖୁଣ୍ଟିଆ

ଚଳିତ ବର୍ଷର କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇବା ପାଇଁ  ୨ ଓଡ଼ିଆ ସାହିତ୍ୟିକ ମନୋନୀତ ହୋଇଛନ୍ତି , ଯାହାକି ସାରା ଓଡିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ । ସେମାନେ ହେଲେ ଓଡ଼ିଆ ସାହିତ୍ୟର ଜଣାଶୁଣା ଗାଳ୍ପିକା ଗାୟତ୍ରୀ ସରାଫ ଓ ସୂର୍ଯ୍ୟମଣି ଖୁଣ୍ଟିଆ। ଗାୟତ୍ରୀ ସରାଫଙ୍କୁ କ୍ଷୁଦ୍ରଗଳ୍ପ ସଂକଳନ ‘ଇଟାଭାଟିର ଶିଳ୍ପୀ’ ପାଇଁ ପୁରସ୍କାର ମିଳିବ । ସେହିପରି ସୂର୍ଯ୍ୟମଣି ଖୁଣ୍ଟିଆ ଅନୁବାଦ ପୁସ୍ତକ ‘ଯୁଗାନ୍ତ’ ପାଇଁ ପାଇବେ ଏହି ପୁରସ୍କାର।

ଗାୟତ୍ରୀ ସରାଫଙ୍କ ରଚିତ ‘ପ୍ରେମିକା ପରି କେହି ଜଣେ’, ‘ଶେଷ ବିଦାୟର ଗୀତ’,‘ଅନାହତ ପରମ୍ପରା’ , ‘ଆଲୋକିତ ଅନ୍ଧାର’, ‘ବର୍ଷାର ଓଢ଼ଣା ତଳେ ’ ଆଦି ବହୁ ପୁସ୍ତକ ପାଇଁ ସେ ସମଗ୍ର ରାଜ୍ୟରେ ପ୍ରସିଦ୍ଧି ଅର୍ଜନ କରିଛନ୍ତି ।

ଗାୟତ୍ରୀ ସରାଫ ଓ ସୂର୍ଯ୍ୟମଣି ଖୁଣ୍ଟିଆ

ପଢନ୍ତୁ , ବିଗତ ଦିନର ଲୋକପ୍ରିୟ ଟେଲିଭିଜନ ଅଭିନେତ୍ରୀ ସ୍ମୃତି ଇରାନି ହେବାକୁ ଯାଉଛନ୍ତି ମୁଖ୍ୟମନ୍ତ୍ରୀ

Related posts

ଟୋକିଓ ‘ମେକ ଇନ ଇଣ୍ଡିଆ’ ଆଲୋଚନାଚକ୍ରରେ ପ୍ରଧାନମନ୍ତ୍ରୀଙ୍କ ସମ୍ବୋଧନ

ENO Beuro

ଡିଆରଡିଓ ମୁଖ୍ୟଙ୍କ ଖୁଲାସା : ୨୦୧୨ ରେ ଉପା ସରକାର ଦେଇନଥିଲା ଅନୁମତି

Ratnamani Moharana

ଭିନ୍ନକ୍ଷମ ଲୋକଙ୍କୁ ଆଉ ଅନ୍ୟର ସାହାଯ୍ୟ ଦରକାର ହେବନି , ସୌରଶକ୍ତିରେ ଚାଲିବ ହୁଇଲ୍‌ ଚେୟାର

ENO Beuro

Leave a Comment