News

କେନ୍ଦୁଝର-ଭୁବନେଶ୍ୱର ଫାଷ୍ଟ ପାସେଞ୍ଜରରେ ନିଆଁ !

ସମସ୍ତ ଯାତ୍ରୀ ସୁରକ୍ଷିତ

କେନ୍ଦୁଝର- ଭୁବନେଶ୍ୱର ପାସେଞ୍ଜର ଟ୍ରେନରେ ନିଆଁ ଲାଗିଛି । ଷ୍ଟେସନ୍‌ରେ ଏହି ଟ୍ରେନ୍‌ରେ ନିଆଁ ଲାଗିଛି । ଆଜି ସକାଳେ ଟ୍ରେନଟି ହରିଚନ୍ଦନପୁର ତିଲିକିଧରା ନିକଟରେ ଯାଉଥିବା ବେଳେ ଟ୍ରେନର ଲଗେଜ ବଗିରେ ଆକସ୍ମିକ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା । ଟ୍ରେନ୍‌ରେ ନିଆଁ ଲାଗିଥିବା ଜାଣିବା ସଙ୍ଗେସଙ୍ଗେ ଟ୍ରେନ୍‌ ଡ୍ରାଇଭର ଟ୍ରେନ୍‌କୁ ଅଟକାଇ ଥିଲେ ।

ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ଟ୍ରେନରେ ଲାଗିଥିବା ନିଆଁକୁ ଆୟତ୍ତ କରିବା ସହିତ ବଗି ଓ ଇଂଜିନ୍‌କୁ ଅଲଗା କରାଯାଇଛି । ଟ୍ରେନରେ ଯାତ୍ରା କରୁଥିବା ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡ଼ିଛି । ଟ୍ରେନରେ ସିଆର୍‌ପିଏଫ୍‌ର ଜିନିଷ ଭର୍ତ୍ତି ବଗିକୁ ଇଞ୍ଜିନ ପଛପଟେ ଯୋଡ଼ି ନିଆଯାଉଥିଲା । ସେହି ବଗିରେ ନିଆଁ ଲାଗିଥିବା ରେଳ ବିଭାଗ ପାଖରୁ ଜଣାପଡିଛି ।

ଅଗ୍ନିକାଣ୍ଡକୁ ନେଇ ଯାତ୍ରୀମାନେ ଆତଙ୍କିତ ହୋଇ ପଡ଼ିଛି । ନିଆଁ ଲାଗିବାର କାରଣ ଜଣା ପଡ଼ି ନ ଥିବାବେଳେ ରେଳ ବିଭାଗ କର୍ତ୍ତୁପକ୍ଷଙ୍କ ଦ୍ୱାରା ଯାଞ୍ଚ ଆରମ୍ଭ ହୋଇଛି।

ପଢନ୍ତୁ ;

ଜୁନ୍ ପ୍ରଥମ ସପ୍ତାହରେ ପ୍ରକାଶ ପାଇବ ଯୁକ୍ତଦୁଇ କଳା ଓ ବାଣିଜ୍ୟ ରେଜଲ୍ଟ !

Related posts

ଉଦ୍ୟମ ଫଳବତୀ ହୋଇଛି, ଆଜିଠାରୁ ରାଜଧାନୀରେ ଆରମ୍ଭ ହେଲା ବାଲିଯାତ୍ରା ର ସଜବାଜ

ENO Beuro

ପର୍ଯ୍ୟଟନ କ୍ଷେତ୍ରରେ ଭାରତ-ମାଲ୍ଟା ସହଯୋଗ ବୁଝାମଣାକୁ କ୍ୟାବିନେଟ ଅନୁମୋଦନ

ENO Beuro

ଭିଏତନାମ ରାଷ୍ଟ୍ରପତିଙ୍କ ପରଲୋକ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More