• Home
  • News
  • କେରଳରେ ୧୦୦ ବର୍ଷରେ ସବୁଠୁ ପ୍ରଳୟଙ୍କରୀ ବନ୍ୟା:୩୨୪ ମୃତ,୨ଲକ୍ଷ ବିସ୍ଥାପିତ
News

କେରଳରେ ୧୦୦ ବର୍ଷରେ ସବୁଠୁ ପ୍ରଳୟଙ୍କରୀ ବନ୍ୟା:୩୨୪ ମୃତ,୨ଲକ୍ଷ ବିସ୍ଥାପିତ

କେରଳରେ ବନ୍ୟା ସ୍ଥିତି ଆହୁରି ଭୟଙ୍କର ରୂପ ନେଇଛି । ଶତାବ୍ଦୀର ସବୁଠୁ ବଡ଼ ବନ୍ୟା ହେତୁ ରାଜ୍ୟରେ ୩୨୪ ଜଣଙ୍କ ମୃତ୍ୟୁ ହୋଇଛି । ହଜାର ହଜାର ଲୋକ ବାସହରା ହୋଇଥିବା ବେଳେ ୨ଲକ୍ଷରୁ ଉର୍ଦ୍ଧ୍ବ ଲୋକ ଏବେ ୧୫ଶହ୬୮ଟି ଆଶ୍ରୟସ୍ଥଳୀରେ ରହିଛନ୍ତି । ରାଜ୍ୟରେ ଏବେ ସମୁଦାୟ ୮୦ଟି ଡ୍ୟାମ୍ ଖୋଲାଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ୟା ସ୍ଥିତି ସମୀକ୍ଷା ପାଇଁ କେରଳରେ ଯାଇ ପହଞ୍ଚିଛନ୍ତି। ଆଜି ବନ୍ୟାଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ସ୍ଥିତି ସମୀକ୍ଷା କରିବେ । ୧୬ଟି ସ୍ଥଳ ସେନା ଦଳ, ୨୮ଟି ନୌସେନା ଦଳ ଏବଂ ୩୯ଟି ଏନଡିଆରଏଫ୍ ଦଳ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ରହିଛନ୍ତି। keral କେରଳରେ କେରଳରେ ୧୦୦ ବର୍ଷରେ ସବୁଠୁ ପ୍ରଳୟଙ୍କରୀ ବନ୍ୟା:୩୨୪ ମୃତ,୨ଲକ୍ଷ ବିସ୍ଥାପିତ keral

କେରଳରେ ମୁସଲଧାର ବର୍ଷା ଲୋକଙ୍କ ପାଇଁ ଦାଉ ସାଜିଛି। ବର୍ଷା ୧୦୦ ବର୍ଷର ରେକର୍ଡ ଅତିକ୍ରମ କରିଛି। ରାଜ୍ୟର ଅନେକ ଜିଲ୍ଲାରେ ଲୋକେ ପାଣି ଘେର ଭିତରେ ଅଛନ୍ତି। ପ୍ରାୟ ୨୩ ହଜାର ୧୩୯ ଲୋକ ବାସହରା ହୋଇଯାଇଛନ୍ତି। ସେହିଭଳି ୧୫୦୦ ଅସ୍ଥାୟୀ ଶିବିର କରାଯାଇଛି।

ଆଲାପୁଝା, ଏର୍ନାକୁଲମ୍, ଥ୍ରିସୁରରେ ୭୦ ପ୍ରତିଶତ ରାସ୍ତା ଜଳମଗ୍ନ ହୋଇ ରହିଥିବାରୁ ଭୟଙ୍କର ପରିସ୍ଥିତି ଉପୁଜିଛି । ପାନୀୟ ଜଳର ଘୋର ଅଭାବ ଦେଖା ଦେଇଥିବାରୁ ନୌସେନାବାହିନୀ ୮ ଲକ୍ଷ ଲିଟର ଜଳ କୋଚିରେ ପହଞ୍ଚାଇଛି । ରେଡ୍ ଆଲର୍ଟ କରାଯାଇଥିବା ୧୪ଟି ଜିଲ୍ଲାରୁ ଏବେ ୨ଟି ଜିଲ୍ଲାରୁ ଆଲର୍ଟ ଉଠାଇ ନିଆଯାଇଛି ।ଡାକ୍ତରଖାନାରେ ଅକ୍ସିଜେନ୍ ଏବଂ ପମ୍ପ ଷ୍ଟେସନରେ ପେଟ୍ରୋଲ୍, ଡିଜେଲ୍ ଅଭାବ ଦେଖାଦେଲାଣି । ସେନା, ଅର୍ଦ୍ଧସାମରିକ ବାହିନୀ, ଅଗ୍ନିଶମ ବିଭାଗ, ଏନଡିଆରଏଫ୍ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।

ପଢନ୍ତୁ;ଭାରତ ଓ ପାକିସ୍ତାନ ମଧ୍ୟରେ ଡିଜିଏମଓ ସ୍ତରୀୟ ଆଲୋଚନା

Related posts

ପୁଅ ମୃତ୍ୟୁ ଖବର ଶୁଣି ମା’ ,ଦୁଇ ଭଉଣୀ ବିଷ ପିଇଲେ  

Krishna Kumar Manoj

ଆସନ୍ତା ୧୯ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ବିଜ୍ଞାନ ଫଳ !

ପାଣିପାଗ ବିଭାଗ ସୂଚନା: ଆଗାମୀ ୨୪ଘଣ୍ଟା ମଧ୍ୟରେ ୧୪ ଜିଲ୍ଲାରେ ଘଡଘଡି ସହ କୁଆ ପଥର ବର୍ଷା ସମ୍ଭାବନା!

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More