News

ରାଷ୍ଟ୍ରପତିଙ୍କୁ ହତ୍ୟା ଧମକ ଦେଇଥିବା ମନ୍ଦିର ପୂଜାରୀ ଗିରଫ

ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ହତ୍ୟା ଧମକ ଦେବା ଅଭିଯୋଗରେ କେରଳ ପୁଲିସ ସୋମବାର ରାଜ୍ୟର ଜଣେ ପୂଜାରୀଙ୍କୁ ଗିରଫ କରିଛି। ରାଷ୍ଟ୍ରପତି ସମ୍ପ୍ରତି ତିନିଦିନିଆ କେରଳ ଗସ୍ତରେ ଅଛନ୍ତି। ଚିରକ୍କାଲ ଭଗବତୀ ମନ୍ଦିରର ପୁରୋହିତ ପି ଜୟରମଣ ପୁଲିସ କଣ୍ଟ୍ରୋଲ୍ ରୁମ୍କୁ ଫୋନ୍ କରି କହିଥିଲେ କି, ମଙ୍ଗଳବାର ଦିନ ରାଷ୍ଟ୍ରପତି ଯେଉଁଠି ସଭା କରିବାକୁ ନିର୍ଦ୍ଧାରଣ କରାଯାଇଛି ସେଠାରେ ସେ ଗୋଟାଏ ବୋମା ଖଞ୍ଜିବେ। ଟେଲିଫୋନ୍‍ ପାଇବା ପରେ ରାଜ୍ୟ ପୁଲିସ ତନାଘନା ଆରମ୍ଭ କରିଥିଲା। ପ୍ରାୟ ଏକ ଘଣ୍ଟା ମଧ୍ୟରେ ପୁଲିସ ଟେଲିଫୋନ୍‍ କଲ୍‍ କେଉଁ ସ୍ଥାନରୁ ଆସିଛି ତାହା ଜାଣିବା ପରେ ଜୟରମଣଙ୍କୁ ଗିରଫ କରିଥିଲା।

ନିଶାସକ୍ତ ଅବସ୍ଥାରେ ସେ ଫୋନ୍ କଲ୍ କରିଥିବା କଥା ପଚରା ଉଚୁରା ବେଳେ ପୁଲିସକୁ କହିଛନ୍ତି। କିନ୍ତୁ, ସେ ମାନସିକ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅଛନ୍ତି ବୋଲି ତାଙ୍କ ଘର ଲୋକେ କହିଛନ୍ତି। ବରିଷ୍ଠ ପୁଲିସ ଅଧିକାରୀମାନେ ମଧ୍ୟ ତାଙ୍କୁ ପଚରା ଉଚୁରା କରୁଛନ୍ତି।

ସୂଚନାଯୋଗ୍ୟ, ଆଜି ତ୍ରିସୁରସ୍ଥିତ ସେଣ୍ଟ୍‌ ଟୋମାସ୍‌ କଲେଜର ଶତବାର୍ଷିକୀ ଉତ୍ସବ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି।

ପଢନ୍ତୁ;ଲଗାଣ ବର୍ଷା ଯୋଗୁ କଟକ ଓ ଖୋର୍ଦ୍ଧାର ସମସ୍ତ ସ୍କୁଲ କଲେଜ ଛୁଟି

Related posts

କେନ୍ଦ୍ର ସରକାରଙ୍କ କୋଠାବାଡ଼ି ଓ ସହର ମନ୍ତ୍ରଣାଳୟ ଦ୍ଵାରା କର୍ମଚାରୀଙ୍କ ପାଇଁ ଆକର୍ଷଣୀୟ ଯୋଜନା

ENO Beuro

ମାଡ଼ି ଆସୁଛି ବାତ୍ୟା ‘ତିତ୍‌ଲି’,୧୦୦ ରୁ ୧୩୫ କିମି ରହିବ ପବନର ବେଗ

ENO Beuro

ଚିଟଫଣ୍ଡ୍‌ ସିସୋର ଓ ରୋଜଭ୍ୟାଲି ମାମଲାରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More