News

ଥିରୁଅନନ୍ତପୁରମଠାରେ ସ୍ଥାପିତ ହେବ ଝଡ଼ବାତ୍ୟା ପୂର୍ବାନୁମାନ କେନ୍ଦ୍ର

keral

ନିକଟ ଅତୀତରେ କେରଳ ତଥା କର୍ଣ୍ଣାଟକରେ ସଂଘଟିତ ହୋଇଯାଇଥିବା ଅନେକ ଗୁଡ଼ିଏ ଟ୍ରପିକାଲ ଝଡ଼ବାତ୍ୟା ଓ ଅତିବୃଷ୍ଟି ଭଳି ପ୍ରତିକୂଳ ପାଣିପାଗ ଘଟଣାକୁ ବିଚାର କରି କେନ୍ଦ୍ର ଭୂବିଜ୍ଞାନ ମନ୍ତ୍ରଣାଳୟ ପକ୍ଷରୁ ତିରୁବନନ୍ତପୁରମଠାରେ ଏକ ଝଡ଼ବାତ୍ୟା ପୂର୍ବାନୁମାନ କେନ୍ଦ୍ର ସ୍ଥାପନ କରାଯିବା ସକାଶେ ସ୍ଥିର କରାଯାଇଛି । ଆଗାମୀ ଏକମାସ ମଧ୍ୟରେ ସେଠାରେ ଏହି ଝଡ଼ବାତ୍ୟା ପୂର୍ବାନୁମାନ କେନ୍ଦ୍ର ସ୍ଥାପନ କରିବାକୁ ମନ୍ତ୍ରଣାଳୟ ସିଦ୍ଧାନ୍ତ କରିଛି । ଅଧୁନା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚେନ୍ନାଇ, ବିଶାଖାପାଟଣା, ଭୁବନେଶ୍ୱର, କୋଲକାତା, ଅହମ୍ମଦାବାଦ ଏବଂ ମୁମ୍ବାଇ ଠାରେ ଏଭଳି କେନ୍ଦ୍ର ସ୍ଥାପନ ସହ କାର୍ଯ୍ୟ କରୁଛି।

ତିରୁଅ ନନ୍ତପୁରମ ଠାରେ ସ୍ଥାପନ ହେବାକୁ ଥିବା ଝଡ଼ବାତ୍ୟା ପୂର୍ବାନୁମାନ କେନ୍ଦ୍ର ଉଭୟ କେରଳ ଏବଂ କର୍ଣ୍ଣାଟକ ରାଜ୍ୟ ପାଇଁ ପୂର୍ବାନୁମାନ ସୂଚନା ପ୍ରଦାନ କରିବ ଏବଂ ଏଥିରେ ପାଣିପାଗ ପୂର୍ବାନୁମାନ ସମ୍ବନ୍ଧୀୟ ସମସ୍ତ ପ୍ରକାର ଅତ୍ୟାଧୁନିକ ଉପକରଣ ଓ ବ୍ୟବସ୍ଥା ରହିବ ଯଦ୍ୱାରା ଏହି ଦୁଇ ଉପକୂଳ ଅଞ୍ଚଳରେ ବସବାସ କରୁଥିବା ସମସ୍ତ ନାଗରିକଙ୍କୁ ପ୍ରତିକୂଳ ପାଗ ଏବଂ ମତ୍ସ୍ୟଜୀବୀମାନଙ୍କ ସକାଶେ ସବୁପ୍ରକାର ସତର୍କ ସୂଚନା ପ୍ରଦାନ କରାଯିବ । କେରଳରେ ଏଭଳି କେନ୍ଦ୍ର ସ୍ଥାପନ ଦ୍ୱାରା ଭାରତୀୟ ପାଣିପାଗ ପୂର୍ବାନୁମାନ ବିଭାଗ ମଧ୍ୟ ଅଧିକ ଶକ୍ତିଶାଳୀ ହୋଇପାରିବ।ସେହିଭଳି ୨୦୧୯ ମସିହା ଶେଷସୁଦ୍ଧା ମନ୍ତ୍ରଣାଳୟ ପକ୍ଷରୁ ମାଙ୍ଗାଲୋର ଠାରେ ଏକ ସି-ବ୍ୟାଣ୍ଡ୍‌ ଡ଼ୋପଲର ପାଣିପାଗ ପୂର୍ବାନୁମାନ ରାଡ଼ାର ସ୍ଥାପନ କରାଯିବ । ଏହି ରାଡ଼ାର କେନ୍ଦ୍ର ଉତ୍ତର କେରଳର କିଛି କ୍ଷେତ୍ର ସଂପର୍କରେ ପାଣିପାଗ ପୂର୍ବାନୁମାନ କରିବାକୁ ସକ୍ଷମ ହେବ।

keral

ଏବେ ରାଜ୍ୟର କୋଚି ଏବଂ ତିରୁଅନନ୍ତପୁରମଠାରେ ଦୁଇଟି ଡ଼ୋପଲର ପାଣିପାଗ ରାଡ଼ାର ସ୍ଥାପନ କରାଯାଇଛି । ଏହି ତିନୋଟିଯାକ ରାଡ଼ାର ସମଗ୍ର ରାଜ୍ୟର ବୃଷ୍ଟିପାଦ ଏବଂ ଜଳବାୟୁ ପୂର୍ବାନୁମାନକୁ ମନିଟର କରିପାରିବ ଏବଂ ଲୋକମାନଙ୍କୁ ପର୍ଯ୍ୟାପ୍ତ ଆଗୁଆ ସୂଚନା ପ୍ରଦାନ କରିବ । ନାଓକାଷ୍ଟ ( ୨-୩ ଘଣ୍ଟା ପୂର୍ବର) ଠାରୁ ଆରମ୍ଭ କରି ପରିବର୍ଦ୍ଧିତ ରେଞ୍ଜ୍‌ ପୂର୍ବାନୁମାନ (୧୫-୨୦ ଦିନର ଆଗୁଆ ସୂଚନା) ପର୍ଯ୍ୟାନ୍ତ ଭାରତୀୟ ପାଣିପାଗ ବିଭାଗ ଅନେକ ପ୍ରକାର ପାଣିପାଗ ପୂର୍ବାନୁମାନ ମଡ଼େଲ ଓ ଉପକରଣର ବିକାଶ ଘଟାଇଛି ଓ ସେଗୁଡ଼ିକ ଏକ ଉତ୍ତମ ଭାବେ କାର୍ଯ୍ୟ କରୁଛନ୍ତି।

ଏହା ବ୍ୟତୀତ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟରେ ଆସନ୍ତା ମାସ ସୁଦ୍ଧା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ ଏବଂ ଅନ୍ୟାନ୍ୟ ସହଭାଗୀ ଅନୁଷ୍ଠାନମାନଙ୍କ ସହ ମିଶି ସଚେତନତା ତଥା ତାଲିମ କର୍ମଶାଳା ଆୟୋଜନ କରିବା ସକାଶେ ସ୍ଥିର କରିଛି। ଏହା ଦ୍ୱାରା ଜନସାଧାରଣ ତଥା ବିପର୍ଯ୍ୟୟ ମୁକାବିଲାରେ ସାମିଲ ଥିବା ଅଧିକାରୀ ଓ କର୍ମୀମାନଙ୍କୁ ବିଭିନ୍ନ ତାଲିମ ପ୍ରଦାନ ତଥା ନୂତନ ସଂସାଧନ ସଂପର୍କରେ ସଚେତନ କରାଯାଇପାରିବ। ଏହା ଫଳରେ ସେମାନେ ଯେକୌଣସି ବିପର୍ଯ୍ୟୟ ପରିସ୍ଥିତିରେ ତ୍ୱରିତ ତଥା ସକ୍ରିୟ ଭାବେ ନିଷ୍ପତ୍ତି ତଥା ପଦକ୍ଷେପ ଗ୍ରହଣ କରିପାରିବେ।

ପଢନ୍ତୁ; ଆଜି ଗୁଜରାଟ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ

Related posts

Odisha boy Satyarth Nayak Started Working As A Lead Writer For Sony’s Mega Serial PORUS

ENO Beuro

ବ୍ରହ୍ମପୁରରୁ କଟକ ମେମୁ ଟ୍ରେନ୍‌ ଗଡ଼ିଲା

ENO Beuro

୭ରେ କେରଳ, ଜୁନ୍‌ ୧୫ ସୁଦ୍ଧା ଓଡ଼ିଶା ଛୁଇଁବ ମୌସୁମୀ

Ratnamani Moharana

1 comment

Leave a Comment