କେରଳ ଲଭ୍‌ ଜିହାଦ ମାମଲା : ହାଦିୟାଙ୍କ ବିବାହ ବୈଧ

କେରଳର ବହୁ ଚର୍ଚ୍ଚିତ ଲଭ୍‌ ଜିହାଦ ମାମଲାରେ ଆଜି ସୁପ୍ରିମ୍‌ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଦିୟା ଓରଫ୍‌ ଅଖିଳାଙ୍କ ବିବାହକୁ ରଦ୍ଦ କରିବା ସଂକ୍ରାନ୍ତ କେରଳ ହାଇକୋର୍ଟଙ୍କ ରାୟକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହା ସହ ହାଦିୟା ଓରଫ୍‌ ଅଖିଳା ଅଶୋକନ ଏବଂ ତାଙ୍କର ତାଙ୍କ ସ୍ଵାମୀ ସାଫିନ ଜହାନଙ୍କର ବିବାହ ଆଇନସମ୍ମତ ଓ ବୈଧ ବୋଲି କହିଛନ୍ତି।

ଆଜିର ରାୟରେ ସର୍ବୋଚ୍ଚ ଅଦାଲତ ହାଦିୟାଙ୍କ ବିବାହକୁ ସମର୍ଥନ କରିଛନ୍ତି। କୋର୍ଟ କହିଛନ୍ତି ହାଦିୟା ସ୍ୱାଧୀନ।

ନିଜ ଜୀବନସାଥୀ ବାଛିବାର ଅଧିକାର ତାଙ୍କର ରହିଛି। ହାଦିୟା ନିଜ ଇଚ୍ଛା ମୁତାବକ ନିଜ ସ୍ୱାମୀଙ୍କ ପାଖରେ ରହିପାରିବେ ଏବଂ ସେ ଏବେ ସମ୍ପୂର୍ଣ୍ଣ ସ୍ୱାଧୀନ ଭାବେ ତାଙ୍କ ନିଷ୍ପତ୍ତି ନେଇପାରିବେ। ତାଙ୍କ ବୈବାହିକ ଜୀବନରେ ଆଉ ଏଣିକି କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି।

ଆଜି ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଦୀପକ ମିଶ୍ର, ଜଷ୍ଟିସ ଏ ଏମ୍‌ ଖାନ୍‌ଓ୍ଵିଲକର ଏବଂ ଜଷ୍ଟିସ ଡି ଓ୍ଵାଇ ଚନ୍ଦ୍ରଚୁଡ଼ଙ୍କୁ ନେଇ ଗଠିତ ଖଣ୍ଡପୀଠ ହାଦିୟାଙ୍କ ସ୍ୱାମୀ ଜେହାନ୍‌ଙ୍କର ଏକ ଆବଦେନର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଦିୟା ଏବଂ ଜେହାନ୍‌ଙ୍କ ବିବାହକୁ କେରଳ ହାଇକୋର୍ଟ ରଦ୍ଦ କରିଦେବାପରେ ଜାହାନ୍‌ ହାଇକୋର୍ଟଙ୍କ ରାୟକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟରେ ଆବେଦନ କରିଥିଲେ।

ଆଜି ଜେହାନ୍‌ଙ୍କ ଆବେଦନର ଶୁଣାଣି ସମୟରେ ହିଁ କୋର୍ଟ ରାୟ ପ୍ରଦାନ କରି କହିଛନ୍ତି କେରଳ ହାଇକୋର୍ଟ ହାଦିୟା ଏବଂ ଜାହାନ୍‌ଙ୍କ ବିବାହକୁ ରଦ୍ଦ କରିପାରିବେ ନାହିଁ। ଅନ୍ୟପକ୍ଷରେ ଏନ୍‌ଆଇଏ ଅପରାଧିକ ଦୃଷ୍ଟିକୋଣରୁ ଆଇନ ମୁତାବକ ତଦନ୍ତ ଜାରି ରଖିବେ ବୋଲି କୋର୍ଟ କହିଛନ୍ତି।

ସୂଚନାଯୋଗ୍ୟ,କେରଳ ୨୬ ବର୍ଷୀୟା ଝିଅ ଅଖିଳା ଓରଫ ହାଦିୟା ୨୦୧୬ ମସିହା ଜାନୁଆରି ମାସରେ ହିନ୍ଦୁ ଧର୍ମ ପରିତ୍ୟାଗ କରି ମୁସଲିମ ଧର୍ମକୁ ଗ୍ରହଣ କରିଥିଲେ ଏବଂ ସେହିବର୍ଷ ଡିସେମ୍ବର ମାସରେ ସେ ସେଫିନ୍‌ ଜାହାନଙ୍କୁ ବିବାହ କରିଥିଲେ। ତେବେ ଝିଅକୁ ବଳପୂର୍ବକ ଧର୍ମାନ୍ତରୀକରଣ କରାଯାଇଛି ଏବଂ ତାଙ୍କ ସ୍ୱାମୀ ଜଣେ ଆତଙ୍କବାଦୀ କହି ହାଦିୟାଙ୍କ ବାପା କେରଳ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ। କେରଳ ହାଇକୋର୍ଟ ଏହି ମାମଲାର ବିଚାର କରି ହାଦିୟାଙ୍କ ବିବାହ ରଦ୍ଦ କରିଦେଇଥିଲେ।

ଚଳିତବର୍ଷ ଜାନୁଆରି ୨୩ ତାରିଖରେ ମଧ୍ୟ ପ୍ରଧାନ ବିଚାରପତି ଦୀପକ ମିଶ୍ରଙ୍କ ଖଣ୍ଡପୀଠ ହାଦିୟାଙ୍କ ବିବାହ ବୈଧତା ନେଇ ତଦନ୍ତ କରିବାକୁ ମନା କରିଦେବା ସହ ବିବାହ ବିଷୟକୁ ଅପରାଧିକ ମାମଲାଠାରୁ ଭିନ୍ନ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ।

ପଢନ୍ତୁ;

ବିଜେପି- ଟିଡିପି ମେଂଟରେ ବଡଧରଣ ଫାଟ, ମୋଦି ସରକାରରୁ ଓହରିଲେ ଦୁଇ ଟିଡିପି ମନ୍ତ୍ରୀ!

ନିଜ ଜୀବନସାଥୀ ବାଛିବାର ଅଧିକାର ତାଙ୍କର ରହିଛି। ହାଦିୟା ନିଜ ଇଚ୍ଛା ମୁତାବକ ନିଜ ସ୍ୱାମୀଙ୍କ ପାଖରେ ରହିପାରିବେ - 85%

85%

ତାଙ୍କ ବୈବାହିକ ଜୀବନରେ ଆଉ ଏଣିକି କେହି ହସ୍ତକ୍ଷେପ କରିପାରିବେ ନାହିଁ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। - 82%

82%
83.5%

Very Good!

କେରଳ ଲଭ୍‌ ଜିହାଦ ମାମଲା : ହାଦିୟାଙ୍କ ବିବାହ ବୈଧ

କେରଳର ବହୁ ଚର୍ଚ୍ଚିତ ଲଭ୍‌ ଜିହାଦ ମାମଲାରେ ଆଜି ସୁପ୍ରିମ୍‌ କୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଦେଇଛନ୍ତି। ହାଦିୟା ଓରଫ୍‌ ଅଖିଳାଙ୍କ ବିବାହକୁ ରଦ୍ଦ କରିବା ସଂକ୍ରାନ୍ତ କେରଳ ହାଇକୋର୍ଟଙ୍କ ରାୟକୁ ଆଜି ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ଏହା ସହ ହାଦିୟା ଓରଫ୍‌ ଅଖିଳା ଅଶୋକନ ଏବଂ ତାଙ୍କର ତାଙ୍କ ସ୍ଵାମୀ ସାଫିନ ଜହାନଙ୍କର ବିବାହ ଆଇନସମ୍ମତ ଓ ବୈଧ ବୋଲି କହିଛନ୍ତି।

No Votes Yet

You're not rated yet