Movie News

ବକ୍ସ ଅଫିସ୍‌ରେ ଧୁମ୍ ମଚାଉଛି ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’

ପ୍ରଥମ ଦିନରେ ବକ୍ସ ଅଫିସ୍‌ର ସମସ୍ତ ରେକର୍ଡ଼ ଭାଙ୍ଗିଲା ‘କେଶରୀ’

ରିଲିଜ୍ ହେବାର ପ୍ରଥମ ଦିନରେ ହିଁ ୨୦୧୯ର ସମସ୍ତ ରେକର୍ଡ଼ ଭାଙ୍ଗି ଦେଇଛି ଖିଲାଡ଼ୀ ସୁପରଷ୍ଟାର ଅକ୍ଷୟ  କୁମାରଙ୍କ ଫିଲ୍ମ ‘କେଶରୀ ’। ମାର୍ଚ ୨୨ ହୋଲି ଦିନ ରିଲିଜ ହୋଇଥିବା ଏହି ମୁଭି ୨୧ କୋଟିରୁ ଅଧିକ ବିଜନେସ୍ କରିଛି। ବକ୍ସ ଅଫିସ୍‌କୁ ଚଳିତ ବର୍ଷର ସବୁଠୁ ବଡ଼ ଓପନିଂ କଲେକସନ୍ ‘କେଶରୀ’ ଦେଇଛିା ହୋଲି ହୋଇଥିବା ସତ୍ତ୍ୱେ ଲୋକେ ‘କେଶରୀ’ ଦେଖିବାକୁ ଥିଏଟର୍‌ର୍ ଭିଡ଼ ଜମାଇଥିବା ଦେଖିବାକୁ ମିଳିଥିଲା।

‘ଧର୍ମା ପ୍ରଡକ୍ସନ’ ବ୍ୟାନରରେ ପ୍ରସ୍ତୁତ କରାଯାଇଛି। ନିର୍ଦ୍ଦେଶନା ଦେଇଛନ୍ତି ଅନୁରାଗ ସିଂ । ଫିଲ୍ମର କାହାଣୀ ଗିରୀଶ କୋହଲି ଓ ଅନୁରାଗ ସିଂ ମିଳିତ ଭାବେ ଲେଖିଛନ୍ତି। ‘କେଶରୀ’ର କାହାଣୀ ୧୮୯୮ରେ ସରାଗଡ଼ି ଯୁଦ୍ଧରେ  ୨୧ ଜଣ ଶିଖ୍ ଅସୀମ ବୀରତ୍ୱ ଓ ସାହସ ଦେଖାଇ ୧୦ ହଜାର ଆଫ୍‌ଗାନୀଙ୍କ ସହିତ ଯୁଦ୍ଧ ଆଧାରିତ। ତେବେ ଦୁଇଦିନର ସର୍ବମୋଟ ଆୟ ୩୭ କୋଟି ୭୬ ଲକ୍ଷ ଟଙ୍କା ରହିଛି।  ବର୍ଷ ଆରମ୍ଭରୁ ଅକ୍ଷୟଙ୍କ ହିଟ୍ ଥିଓରୀ ପୁଣି ଥରେ ବକ୍ସ ଅଫିସ୍‌ରେ ଛାଇ ଯାଇଛି।
ପଢନ୍ତୁ: ଓଡିଆ ଫିଲ୍ମ ”ବିଜୁ ବାବୁ”ର ଟ୍ରେଲର ଓ ମ୍ୟୁଜିକ ରିଲିଜ

Related posts

Babushan Will Share Screen With New Comer Shivani In Upcoming Movie

ENO Beuro

Galpa Nuhein Alpa Dinara Premiere Show Updates

Jitendra

Katha Deli Matha Chhuin Upcoming Odia Movie

Jitendra

Leave a Comment