EnewsOdia.Com

ଦ୍ୱିତୀୟ ଥର ବାପା ବନିଲେ କେଜିଏଫ୍‌ ଷ୍ଟାର ୟଶ

ଡିସେମ୍ବର ୨୧, ୨୦୧୮ରେ ରିଲିଜ୍‌ ହୋଇଥିଲା ଫିଲ୍ମ କେ.ଜି.ଏଫ୍‌ ଚାପ୍ଟର-୧ । ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ନଜର ଆସିଥିଲେ ସାଉଥ୍‌ ସୁପରଷ୍ଟାର ୟଶ । ଫିଲ୍ମଟି ବଡ଼ ହିଟ୍‌ ହୋଇଥିବା ବେଳେ ଏବେ ସେ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଛନ୍ତି । ପୂର୍ବରୁ ଏକ କନ୍ୟା ସନ୍ତାନର ବାପା ହୋଇ ସାରିଥିବା ୟଶ ଏବେ ଏକ ପୁତ୍ର ସନ୍ତାନର ବାପା ହୋଇଛନ୍ତି । ପତ୍ନୀ ରାଧିକା ବେଙ୍ଗାଲୁରୁର ଏକ ଘରୋଇ ଡାକ୍ତରଖାନାରେ ପୁତ୍ର ସନ୍ତାନକୁ ଜନ୍ମ ଦେଇଥିବା ଜଣାପଡ଼ିଛି ।

दूसरी बार पिता बने KGF स्टार यश, राधिका ने दिया बेबी बॉय को जन्म

ପ୍ରସବ ପରେ ମା’ ଓ ଶିଶୁ ଦୁହେଁ ସୁସ୍ଥ ଥିବା ସୂଚନା ରହିଛି । ୟଶଙ୍କ ଝିଅ ଏବେ ୧୦ମାସର ହୋଇଥିବା ବେଳେ ତାଙ୍କ ନାଁ ଆୟରା ରଖାଯାଇଛି । ଖୁବ୍‌ ଶୀଘ୍ର ୟଶ ନିଜ ପୁଅର ନାଁ ଘୋଷଣା କରିବେ ବୋଲି ଜଣାପଡ଼ିଛି ।

ଗତବର୍ଷ ଡିସେମ୍ବରରେ ରାଧିକା  ଶିଶୁକନ୍ୟାକୁ ଜନ୍ମ ଦେଇଥିଲେ । ତେବେ ଏ ନେଇ ୟଶ କୌଣସି ଅଧିକାରୀକ ଘୋଷଣା କରି ନଥିବାରୁ ଖବରକୁ ନେଇ ସ୍ପଷ୍ଟୀକରଣ ମିଳିପାରି ନାହିଁ ।

ପଢନ୍ତୁ: କୋଲକାତା ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରୁ ବାଦ୍‌ ପଡ଼ିଲା ‘ପାଟଣାଗଡ଼’

ସମ୍ବନ୍ଧିତ ଖବର

ବନ୍ଦ ହେବ କି ବିଗ୍‌ବସ୍‌ !

Ratnamani Maharana

ଅନ୍ତର୍ଜାତୀୟ ଚଳଚ୍ଚିତ୍ର ମହୋତ୍ସବରେ ‘ପାଟଣାଗଡ଼’

Ratnamani Maharana

ସୋନାଙ୍କ ଉପରେ ନିର୍ମାଣ ହେଲା ଡକ୍ୟୁମେଣ୍ଟାରୀ ‘ସଟଅପ୍‌ ସୋନା’

Ratnamani Maharana

ମୁମ୍ବାଇରେ ଓଡ଼ିଆ ପୁଅ ନିର୍ମାଣ କରୁଛନ୍ତି ‘ସିଲଭର ଗାନ୍ଧୀ’

Ratnamani Maharana

ଅମିତାଭ ବଚ୍ଚନଙ୍କଠୁ ଅଧିକ ଧନୀ ହେଉଛନ୍ତି ତାଙ୍କ ଜ୍ବାଇଁ

Ratnamani Maharana

ଭୁବନେଶ୍ୱରରେ ବଲିଉଡ୍ ଅଭିନେତ୍ରୀ ଜରିନ୍ ଖାନ୍

Ratnamani Maharana