News

ଖାଲେଦା ଜିଆଙ୍କୁ ୭ ବର୍ଷ ଜେଲ୍

ଦୁର୍ନୀତି ଅଭିଯୋଗରେ ବାଂଲାଦେଶର କୋର୍ଟ ସୋମବାରେ ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଖାଲେଦା ଜିଆ ଓ ଅନ୍ୟ ୩ ଜଣଙ୍କୁ ୭ ବର୍ଷ ଜେଲ୍ ଲେଖାଏଁ ଜରିମାନା ଦେବାକୁ ବି କହିଛନ୍ତି। ପ୍ରଧାନମନ୍ତ୍ରୀ ଭାବେ ନିଜ କ୍ଷମତାର ଅପବ୍ୟବହାର କରି ଖାଲେଦା ଜିଆ ଚ୍ୟାରିଟେବଲ୍‌ ଟ୍ରଷ୍ଟ୍‌ ଫଣ୍ଡ୍‌ ପାଇଁ ବିଭିନ୍ନ ଉପ‌ାୟରୁ ପାଣ୍ଠି ସଂଗ୍ରହ କରିଥିଲେ। ଏହି ମାମଲାରେ ଢାକାର ଏକ ସ୍ବତନ୍ତ୍ର କୋର୍ଟ ଜିଆଙ୍କୁ ଦୋଷୀ ସାବ୍ୟସ୍ତ କରି ୭ ବର୍ଷ ଜେଲ୍‌ ଦଣ୍ଡରେ ଦଣ୍ଡିତ କରିଛନ୍ତି।

khaleda

ସୂଚନା ଅନୁଯାୟୀ , ଶ୍ରୀମତୀ ଜିଆ ତାଙ୍କ ସ୍ୱାମୀଙ୍କ ନାମରେ ଏକ ଚ୍ୟାରିଟେବଲ ଟ୍ରଷ୍ଟ ଖୋଲି ଆଘୋଷିତ ଉତ୍ସରୁ ପାଖାପାଖି ୩୭୫,୦୦୦ ଆମେରକୀୟ ଡଲାର ସଂଗ୍ରହ କରି ଆତ୍ମସାଥ କରିଦେଇଥିବା ପ୍ରମାଣ ମିଳିଛି । ଏ ସଙ୍କ୍ରାନ୍ତରେ ସାକ୍ଷୀ ଓ ପ୍ରମାଣକୁ ଭିତ୍ତିକରି ତାଙ୍କୁ ୭ ବର୍ଷ ପାଇଁ ଜେଲ ଦଣ୍ଡାଦେଶ ମିଳିଥିବା ବିଚାରପତି ଏମଡି ଅଖତର୍ଜମାନ କହିଛନ୍ତି ।

କେବଳ ଏତିକି ନୁହେଁ ଶ୍ରୀମତି ଜିଆଙ୍କ ନାମରେ ଅହୁରୀ ଏକ ସଙ୍ଗୀନ ମାମଲା ମଧ୍ୟ ରହିଛି । ଅନ୍ୟ ଏକ ମାମଲାରେ ଜିଆ ଦୋଷୀ ସାବ୍ୟସ୍ତ ହୋଇ ୫ ବର୍ଷ ଜେଲ ଦଣ୍ଡାଦେଶ ପାଇଥିବା ବେଳେ ତାଙ୍କ ସ୍ୱାସ୍ଥ୍ୟବସ୍ତା ଖରାପଥିବାରୁ ସେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ସେଥିପାଇଁ ଆଜି ହେବାକୁଥିବା ଶୁଣାଣୀରେ ସେ ଉପସ୍ଥିତ ହୋଇପାରିନାହାନ୍ତି ।

ପଢନ୍ତୁ; ଇଣ୍ଡୋନେସିଆ ବିମାନ ଦୁର୍ଘଟଣା: ବିମାନର କ୍ୟାପଟେନ ଥିଲେ ଭାରତୀୟ

Related posts

ଆସନ୍ତା ଦୁଇମାସ ଭିତରେ ବଢିବ ଫ୍ରିଜ୍‌ ଏବଂ ଏସିର ମୂଲ୍ୟ

ENO Beuro

ଓମଫେଡ ଜରି ଓ ପ୍ଲାଷ୍ଟିକ ପାଣି ବୋତଲ ଫେରାଇଲେ ମିଳିବ ଅର୍ଥ

ENO Beuro

ଓଡ଼ିଶା ଉପକୂଳରେ ବିରଳ ଅଲିଭ ରିଡଲେ କଇଁଛଙ୍କ ଅଣ୍ଡାଦାନ ପ୍ରକ୍ରିୟା ଆରମ୍ଭ

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More