EnewsOdia.Com

ଆଜିଠାରୁ କମ୍ପିବ ଖଣ୍ଡଗିରି ମେଳା

ଆଜିଠାରୁ ଦୁଲକିବ ଖଣ୍ଡଗିରି କୁମ୍ଭମେଳା । ଖଣ୍ଡଗିରି କୁମ୍ଭମେଳାରେ ସାଧୁସନ୍ଥଙ୍କ ଭିଡ଼ ବଢ଼ିଛି। ସାଧୁଙ୍କ ଆଶୀର୍ବାଦ ନେବାକୁ ବିପୁଳ ଜନ ସମାଗମ ମଧ୍ୟ ହେଉଛି। ତେବେ ବହୁ ପ୍ରତୀକ୍ଷିତ ଖଣ୍ଡଗିରି ଯାତ୍ରା ଆସନ୍ତା ୫ ତାରିଖରୁ ଆରମ୍ଭ ହେବ। ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ପ୍ରଥମ ପାଦ ରଖିବେ ଦୁଇ ହେଭି ୱେଟ୍‌ କୋଣାର୍କ ଗଣନାଟ୍ୟ ଓ କଳିଙ୍ଗ ଗଣନାଟ୍ୟ।

ତେବେ କୋଣାର୍କ ଗଣନାଟ୍ୟ ତା’ର ପ୍ରଥମ ରଜନୀରେ ଭେଟି ଦେବ ନାଟକ ‘ଆଖି ଅବୁଝାକୁ ଲୁହ ଅବୁଝା’। ଡ. ଦୀପକ ଜେନା ଏହାର ରଚନା କରିଥିବାବେଳେ ନିର୍ଦେଶନା ଦେଇଛନ୍ତି ଗୁରୁପ୍ରସାଦ ମିଶ୍ର। ଏହାର ଆକର୍ଷଣ ପାଲଟିବେ ଲୋକପ୍ରିୟ ଯାତ୍ରା ଖଳନାୟକ ଦୈତାରୀ ପଣ୍ଡା। ସେହିପରି ଏହାର ଆଉ ଏକ ନାଟକ ‘କଂସ’ ମଧ୍ୟ ଦର୍ଶକଙ୍କୁ ଆନମନା କରିବ। ଅନ୍ୟପକ୍ଷରେ ଯାତ୍ରା ମହାରଥୀ କଳିଙ୍ଗ ଗଣନାଟ୍ୟ ପ୍ରଥମ ରଜନୀରେ ଭେଟି ଦେବ ‘ଶ୍ରାବଣ ମାସର ଶେଷ ରାତି।’

ଟିକଟର ଦାମ ରହିଛି ୨ଶହ, ୧୫୦ ଓ ୧୦୦ଟଙ୍କା ।  ୬ ତାରିଖରୁ ମାୟା ନଗରୀ, ସୂର୍ଯ୍ୟ ମହଲ ନାଟକ ମଂଚସ୍ଥ କରିବେ । ୫ରୁ ୧୬ ତାରିଖ ପର୍ଯ୍ୟନ୍ତ ଚାଲିବ ଏହି ଯାତ୍ରା ମହାକୁମ୍ଭ।  ଚଳିତ ବର୍ଷ ମୋଟ ୧୨ଟି ଯାତ୍ରାପାର୍ଟି ମଂଚସ୍ଥ କରିବେ ବୋଲି ସୂଚନା ରହିଛି ।

ପଢନ୍ତୁ:  ଜମୁଛି ଦିଲ୍ଲୀ ନିର୍ବାଚନୀ ପ୍ରଚାର

ସମ୍ବନ୍ଧିତ ଖବର

ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ କଲେଜ ବଦଳାଇବାକୁ ଆବେଦନ କରିଛନ୍ତି ୭୦୦ ଛାତ୍ରଛାତ୍ରୀ

Ratnamani Maharana

କେଜ୍ରିୱାଲଙ୍କ ପାଇଁ ସ୍ପେଶାଲ ଭାଲେଂଟାଇନ ଡେ’

Ratnamani Maharana

ବିନୟର ରାଜକ୍ଷମା ଆବେଦନ ଖାରଜ କଲେ ରାଷ୍ଟ୍ରପତି

Ratnamani Maharana

୨୮ ତାରିଖରେ ବାତ୍ୟା ନେଇ ସୋସିଆଲ ମିଡିଆରେ ଗୁଜବ

Ratnamani Maharana

ଛାଡ଼ୁନି ସାରଥି ମୋହ, ଭଦ୍ରକ ଟାଉନ ଥାନା ଅଂଚଳରେ ସାରଥି ବାବାଙ୍କୁ ପୂଜାର୍ଚ୍ଚନା

Ratnamani Maharana

‘କାଳିଆ’ ପାଇଁ ସ୍ଵାମୀ-ସ୍ତ୍ରୀ ଅଲଗା

Ratnamani Maharana