Loading...

ବେଦ ମନ୍ତ୍ରରେ କମ୍ପୁଛି ଖଣ୍ଡଗିରି ମେଳା, ଜମୁଛି ବିଦେଶୀ ପର୍ଯ୍ୟଟକଙ୍କ ଭିଡ

ବେଦ ମନ୍ତ୍ରରେ କମ୍ପୁଛି ଖଣ୍ଡଗିରି ମେଳା, ଜମୁଛି ବିଦେଶୀ ପର୍ଯ୍ୟଟକଙ୍କ ଭିଡ

ରାଜଧାନୀରେ ଜମୁଛି ଖଣ୍ଡଗିରି ମାଘ ମେଳା । ମେଳାର ଚତୁର୍ଥ ଦିନରେ କମ୍ପୁଛି ତପଭୂମି ଖଣ୍ଡଗିରିର ପାଦଦେଶ । ଜପ, ତପ ଓ ବେଦ ମନ୍ତ୍ରରେ ପ୍ରକମ୍ପିତ ହେଉଛି ସାରା ପରିବେଶ ।

ରାଜଧାନୀରେ ଜମୁଛି ଖଣ୍ଡଗିରି ମାଘ ମେଳା । ମେଳାର ଚତୁର୍ଥ ଦିନରେ କମ୍ପୁଛି ତପଭୂମି ଖଣ୍ଡଗିରିର ପାଦଦେଶ । ଜପ, ତପ ଓ ବେଦ ମନ୍ତ୍ରରେ ପ୍ରକମ୍ପିତ ହେଉଛି ସାରା ପରିବେଶ । ସାଧୁସନ୍ଥମାନେ ବିଶ୍ବର କଲ୍ୟାଣ ପାଇଁ ଏଠାରେ ସିଦ୍ଧିର ସହ ଅଖଣ୍ଡ ଦୀପ ଜାଳି ପୂଜା କରୁଛନ୍ତି। ହୁଳହୁଳି ହରିବୋଲ ଘଣ୍ଟ ଘଣ୍ଟିରେ ଫାଟୁଛି ଖଣ୍ଡଗିରି । ସାଧୁସନ୍ଥଙ୍କ ଆଶିଷ ପାଇବାକୁ ଛୁଟି ଆସିଛନ୍ତି ହଜାର ହଜାର ଭକ୍ତ। ରାଜ୍ୟ ତଥା ରାଜ୍ୟ ବାହାରୁ ଏହାକୁ ଦେଖିବାକୁ ଲୋକେ ଆସୁଥିବା ବେଳେ ବିଦେଶୀ ପର୍ଯ୍ୟଟକଙ୍କର ମଧ୍ୟ ଭିଡ଼ ଜମୁଛି । ମେଳାକୁ ଦେଖି ବିଦେଶୀ ପର୍ଯ୍ୟଟକ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି । ଏନେଇ ଏଠାକୁ ବୁଲିବାକୁ ଆସିଥିବା ଜଣେ ପର୍ଯ୍ୟଟକ କହିଛନ୍ତି ''ଏଭଳି ସୁନ୍ଦର ମେଳା ମୁଁ କେବେ ବି ବିଦେଶରେ ଦେଖିନି । ଓଡ଼ିଶା ବହୁତ ସୁନ୍ଦର। ଏଠିକାର ପରିବେଶ ବହୁତ ଭଲ । ମୋତେ ବହୁତ ଭଲ ଲାଗୁଛି ଏହି ମେଳାରେ ବୁଲିକି ।''ଏହି ଖଣ୍ଡଗିରିରେ ଆଧ୍ୟାତ୍ମିକତା ଓ ଆଧୁନିକତାର ଏକ ମହାମିଳନ ଦେଖିବାକୁ ମିଳିଥାଏ। ସେହିଭଳି କିଛି ଅସ୍ଥାୟୀ ଶିବିରରେ ମାଳିକା ପ୍ରବଚକ ମଧ୍ୟ ଆସ୍ଥାନ ଜମାଇଛନ୍ତି। ଆଳତୀ ପରେ ମାଆ ବାରଭୂଜାଙ୍କ ପାଖରେ ରାମଚରିତ ମାନସ ପାଠ ଚାଲିଥିବା ବେଳେ ପାହାଡ଼ ପାଦଦେଶରେ ବିଭିନ୍ନ ଶିବିରରେ ଅନୁଷ୍ଠିତ ଧର୍ମସଭାରେ ଚାଲୁଥିବା ନୀତିବାଣୀ ଶୁଣିବାକୁ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥାଏ । ଏ ସବୁପରେ ମେଳାରେ ଆକର୍ଷିତ କରିଛନ୍ତି ଏଠାକୁ ଆସିଥିବା ବାବା ମାନେ । ବାବାଙ୍କ ନିକଟକୁ ଲୋକେ ବିଭିନ୍ନ ରୋଗ ଓ ସମସ୍ୟା ଧରି ପହଞ୍ଚିଲେ ତାଙ୍କୁ ବିଭୂତି ଦେଇ ସମସ୍ୟା ସମାଧାନ କରୁଥିବା ବାବାମାନେ ଦାବି କରୁଥିବା ବେଳେ କିଛି ବାବା ତାଙ୍କ ଦିବ୍ୟ ସ୍ପର୍ଶ ବଳରେ ରୋଗରୁ ମୁକ୍ତି ଦେଉଥିବା କହୁଛନ୍ତି । ଏଭଳି ବାବାଙ୍କ ନିକଟରେ ବେଶ୍ ଭିଡ଼ ହେଉଥିବା ଦେଖାଯାଉଛି। ବଡ଼ କଥା ହେଉଛି କିଛି ବାବା ବଡ଼ ବିଚିତ୍ର ନାମ ଧାରଣ କରିବା ସହ ବିଚିତ୍ର ବେଶ ପରିଧାନ କରିଥିବା ଦେଖିବାକୁ ମିଳୁଛି । ମାଘ ମେଳା ଦେଖିବାକୁ ଯେତିକି ଭୁବନେଶ୍ବର ଓ ଓଡ଼ିଶାର କୋଣ ଅନୁକୋଣର ଭକ୍ତଙ୍କ ଭିଡ ଜମୁଛି ସେତିକି ଏହି ମେଳାକୁ ଦେଖିବା ପାଇଁ ବିଦେଶ ପର୍ଯ୍ୟଟକଙ୍କ ଭିଡ ଦେଖିବାକୁ ମିଳିଛି । ବିଦେଶ ପର୍ଯ୍ୟଟକମାନେ ହିନ୍ଦୁ ବା ସନାତନ ଧର୍ମର ଏଭଳି ପୂଜାକୁ ଦେଖି ଖୁସି ହେବାସହ ବେଶ ଆନନ୍ଦିତ ଥିବା କହିଛନ୍ତି । ପରିବାର ସହ ଆସି କେବଳ ଖଣ୍ଡଗିରି ନୁହେଁ ପୁରୀ କୋଣାର୍କ ପରି ଦର୍ଶନୀୟସ୍ଥାନ ବୁଲି ଖୁସି ହେବାସହ ଆମ ସଂସ୍କୃତି ଓ ପରମ୍ପରାର ବେଶ ପ୍ରଶଂସା କରିଛନ୍ତି ।

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.