News

ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ହଇଚଇ: ଦର୍ଶକଙ୍କ କାନ କାମୁଡିଦେଲେ ଆଇଟମ ଗାର୍ଲ

ରାଗିଯାଇ ଖୋଲିଦେଲେ ପୋଷାକ

ଦୁଇ ଶହ ଟଙ୍କା ଟିକେଟ କାଟି ଯାତ୍ରା ଦେଖିବାକୁ ଆସିଥିଲେ। କିନ୍ତୁ ଯାତ୍ରାର ଆଇଟମ ଗାର୍ଲଙ୍କୁ ଅଶ୍ଳିଳ ବ୍ୟବହାର ତାଙ୍କୁ ମହଙ୍ଗା ପଡିଥିଲା। କାନ କାମୁଡି ଖାଇ ଅଧାରୁ ରକ୍ତାକ୍ତ ହୋଇ ଫେରିଲେ। ଏମିତି ଘଟଣା ଦେଖିବାକୁ ମିଳିଛି ଖଣ୍ଡଗିରି ମେଳାରେ ଯାତ୍ରା ମହାକୁମ୍ଭରେ। ଏପରିକି ତାଙ୍କ ବ୍ୟବହାର ଅନ୍ୟ ଦର୍ଶକଙ୍କୁ ବି ଲଜ୍ଜିତ କରିଛି। ଆଇଟମ ଗାର୍ଲ ଜଣଙ୍କ ରାଗିଯାଇ ପେଣ୍ଡାଲ ଉପରେ ତାଙ୍କ ପୋଷାକ ଖୋଲି ଦେଇଛନ୍ତି। ହେଲେ ପୁଲିସ ପାଖରେ ଏ ବିଷୟରେ କିଛି ବି ଖବର ନାହିଁ।

ପୂରା ଘଟଣାଟି ଥିଲା ଏମିତି। ପ୍ରଥମ ଡ୍ୟାନ୍ସରେ ଦର୍ଶକଙ୍କୁ ଦିବାନା ବନେଇ ଦେଇଥିଲେ ରାନୀ । ଦ୍ୱିତୀୟ ଥର ଡ୍ୟାନ୍ସ ବେଳେ ମଂଚ ତଳେ ଘଟିଗଲା ଏପରି କିଛି.. .। ଦର୍ଶକଙ୍କ ମଧ୍ୟରେ ଉତ୍ସାହ ବଢେଇବାକୁ ମଂଚରୁୁ ଓହ୍ଲାଇ ଆସିଥିଲେ ରାନୀ । ରାନୀଙ୍କୁ ଏତେ ପାଖରେ ପାଇ ଦର୍ଶକଙ୍କ ମଧ୍ୟରେ ବସିଥିବା ଜଣେ ଯୁବକ କରିଥିଲେ କିଛି ଏପରି ହରକତ୍ , ଯାହାକୁ ନେଇ ହଠାତ୍ ରାଗି ଉଠିଲେ ରାନୀ । ମଂଚକୁ ଯାଉଥିବା ବେଳେ ହଠାତ୍ ଫେରି ଆସିଲେ, ଆଉ କାମୁଡିଦେଲେ ଯୁବକଙ୍କ କାନକୁ ।

ତେବେ ଅଭିଯୋଗ ଆସୁଛି , ବର୍ଷକୁ ବର୍ଷ ଖଣ୍ଡଗିରି ଯାତ୍ରାରେ ଅଶ୍ଳିଳତା ବି ବଢିବାରେ ଲାଗିଛି । ଚଳିତ ବର୍ଷ ଅଶ୍ଳିଳତାକୁ ନେଇ ଚର୍ଚ୍ଚା ଆରମ୍ଭ ହେବା ଭିତରେ ଆସିଚି ଏପରି ଏକ ଅସଦାଚରଣ ଘଟଣା ।

ପଢନ୍ତୁ;  ମହଙ୍ଗା ପଡିଲା ଗାଧୁଆ: କୁଆଖାଇରେ ବୁଡି ଇଞ୍ଜିନିୟରିଂ ଛାତ୍ର ମୃତ

Related posts

ସହିଦଙ୍କ ମରଶରୀରରେ ବିଜେଡି ପତାକା ଢଙ୍କାଯିବା ଘଟଣାରେ ନୂଆ ମୋଡ

Ratnamani Moharana

ଲ୍ୟାଣ୍ଡର ‘ବିକ୍ରମ’ ସହ ଯୋଗାଯୋଗ କରିବାକୁ ଆଗେଇ ଆସିଲା ନାସା

Ratnamani Moharana

ମହାରାଷ୍ଟ୍ର ବସ ଦୁର୍ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ENO Beuro

1 comment

Leave a Comment