News

କୁନ୍ଦୁଲିର ପୁନରାବୃତ୍ତି ବାଣପୁରରେ;ଲୋକଲଜ୍ଜା ଭୟରେ ବିଷ ପିଇ ଜୀବନ ହାରିଲେ ନାବାଳିକା

କୁନ୍ଦୁଲି ପୀଡିତାଙ୍କ ଆତ୍ମହତ୍ୟାକୁ ନେଇ ରାଜ୍ୟ ରାଜନୀତି ସରଗରମ ହେବାରେ ଲାଗିଛି । ଆଉ ଏପରି ସମୟରେ ପୁଣି ଜଣେ ଦୁଷ୍କର୍ମର ଶିକାର ନାବାଳିକା ଆତ୍ମହତ୍ୟା କରିଛନ୍ତି । ନ୍ୟାୟ ନମିଳିବାରୁ ନାବାଳିକା ଜଣକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୀଡିତାଙ୍କ ମୃତଦେହ ରଖି ବାଣପୁର ଥାନା ଘେରାଉ କରିବା ସହ ରାସ୍ତା ରୋକ କରିଛନ୍ତି ପରିବାର ଲୋକେ ଓ ଗ୍ରାମବାସୀ । ଘଟଣାସ୍ଥଳରେ ତୀବ୍ର ଉତେଜନା ଲାଗିରହିଛି ।

ସୂଚନା ମୁତାବକ ଖୋର୍ଦ୍ଧା ଜିଲ୍ଲା ବାଣପୁର ଥାନା ଅଂଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ବିଫଳ ହୋଇଥିଲେ ଅଭିଯୁକ୍ତ ନିମାଇଁ ପଲାଇ ।ତେବେ ଗତ ଡିସେମ୍ବର ୩୧ତାରିଖ ରାତି ପ୍ରାୟ ୧୧ଟା ବେଳେ ନାବାଳିକା ଜଣକ ଦାଣ୍ଡକୁ ଶୌଚପାଇଁ ବାହାରିଥଲେ । ଆଉ ଏହି ସମୟରେ ଛପି ରହିଥିବା ଅଭିଯୁକ୍ତ ନିମାଇଁ ନାବାଳିକାଙ୍କୁ ଜୋରଜବରଦସ୍ତ ଟେକି ନେଇ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।ଏନେଇ ପୀଡିତାଙ୍କ ବାପା ଥାନାରେ ମାମଲା ରୁଜୁ କରିଥିଲେ । ହେଲେ ପୁଲିସର ନିଷ୍କ୍ରିୟତା ଯୋଗୁଁ ଅଭିଯୁକ୍ତ ଜଣକ ଖୋଲାଖୋଲି ବୁଲୁଥିବା ବେଳେ ପୁଲିସ କୌଣସି ପଦକ୍ଷେପ ନେଇନଥିଲା । ପୀଡିତାର ବାପା ବାରମ୍ବାର ଥାନାକୁ ଦୌଡି ଥିଲେ ମଧ୍ୟ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନଥିଲା । ଏଥିରେ ହତାଶ ହୋଇ ନାବାଳିକା ଜଣକ କୀଟ ନାଶକ ପିଇ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି ।

ପଢନ୍ତୁ ;

ଶୀଘ୍ର ଶୋଇକି ଶୀଘ୍ର ଉଠିବା ଦ୍ଵାରା କି ଉପକାର ମିଳେ ଆସନ୍ତୁ ଜାଣିବା

Related posts

ଗୋଆରେ ନିର୍ବନ୍ଧ କଲେ ଆକାଶ ଅମ୍ବାନି! ଜାଣନ୍ତୁ କଣ କରନ୍ତି ଶ୍ଲୋକା ମେହେତା!

ENO Beuro

ଆଜିଠୁଁ ପର୍ଯ୍ୟଟକଙ୍କୁ ସ୍ଵାଗତ ଜଣାଉଛି ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ଓ ଅଭୟାରଣ୍ୟ

ENO Beuro

ନବୀନ ଓଡ଼ିଶାର ଦକ୍ଷ ଗୋଲକିପର:ଶାହାରୁଖ ଖାନ୍

ENO Beuro

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More