News

ସ୍କୁଲରେ ପହଞ୍ଚି ପାରୁନି ‘ଖୁସି’

Khushi

ଗୋଦାମ ଗୃହରେ ପଡ଼ି ରହିଛି ନାପକିନ୍‌ ପ୍ୟାକେଟ୍‌

ଷଷ୍ଠରୁ ଦ୍ବାଦଶ ଶ୍ରେଣୀ ଛାତ୍ରୀଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ରାଜ୍ୟ ସରକାର ମାଗଣାରେ ସାନିଟାରି ନାପକିନ୍  ଯୋଗାଇ ଦେବା ପାଇଁ ଆରମ୍ଭ କରିଛନ୍ତି ‘ଖୁସି’। କିନ୍ତୁ ଆଜି ପର୍ଯ୍ୟନ୍ତ ରାଜ୍ୟର ସବୁ ବିଦ୍ୟାଳୟରେ ନାପକିନ୍‌ ପହଞ୍ଚି ପାରିନି।‌ କେତେକ ବ୍ଲକରେ ନୂ୍ତନ ଶିକ୍ଷାବର୍ଷ ପୂର୍ବରୁ ବଣ୍ଟା ଯାଇଥିଲା। ଏହାପରେ ଆଉ ବଣ୍ଟନ ହୋଇନାହିଁ। ଯଦି ନିର୍ଦ୍ଧାରିତ ସମୟରେ ଛାତ୍ରୀଙ୍କ ନିକଟରେ ନାପକିନ୍‌ ପହଞ୍ଚି ପାରୁନି, ତେବେ ଏଭଳି ଯୋ‌ଜନା କାହା ପାଇଁ ବୋଲି ଅଭିଭାବକମାନେ ପ୍ରଶ୍ନ କରିଛନ୍ତି।

୨୦୧୯-୨୦ ଶିକ୍ଷା ବର୍ଷକୁ ୫ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ସବୁ ଛାତ୍ରୀଙ୍କ ପାଖରେ ନାପ୍‌କିନ୍‌ ପହଞ୍ଚି ପାରିନି।ଗତ ଦୁଇ ମାସ ହେଲା ଅନୁଗୁଳ, ନବରଙ୍ଗପୁର, ନୂଆପଡ଼ା ପରି ଜିଲ୍ଲାରେ ନାପକିନ୍‌ ବଣ୍ଟନରେ ଅବ୍ୟବସ୍ଥା ହୋଇଥିବା ନେଇ ଅଭିଯୋଗ ଆସିବା ପରେ ଅଗଷ୍ଟ ୮ରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ  ପକ୍ଷରୁ ତତ୍ପରତା ପ୍ରକାଶ ପାଇଥିଲା। ସମୀକ୍ଷା କରାଯିବା ସହ ପ୍ରଥମ ଓ ଦ୍ବିତୀୟ ପର୍ଯ୍ୟାୟ ନାପକିନ୍‌ ବଣ୍ଟନ ନିର୍ଦ୍ଧା‌ରିତ ସମୟରେ ସାରିବାକୁ ନିର୍ଦେଶ ଦିଆଯାଇଥିଲା। ଇତିମଧ୍ୟରେ ମାସେ ବିତିବାକୁ ବସିଥିଲେ ମଧ୍ୟ ସବୁ ବିଦ୍ୟାଳୟରେ ନାପକିନ୍‌ ପହଞ୍ଚିପାରିନି।

ପଢନ୍ତୁ: ବିଏମ୍‌ସି ଗାଡିକୁ ବି ଛାଡିଲାନି ଟ୍ରାଫିକ୍ ପୋଲିସ

Related posts

ସର୍ବନିମ୍ନ ଜମାରାଶି ନ ଥିବାରୁ ପ୍ରାୟ ୪୧.୧୬ ଲକ୍ଷ ସଞ୍ଚୟ ଖାତା ବନ୍ଦ କଲା ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ୍‌

ENO Beuro

ସମଲେଶ୍ୱରୀ ଏକ୍ସପ୍ରେସର ଏସି ବଗିରେ ନିଆଁ

ENO Beuro

କଟକ: ଲିଙ୍କ ରୋଡରେ ପେଟ୍ରୋଲ ପମ୍ପରେ ନିଆଁ

ENO Beuro

1 comment

ମେଟ୍ରୋ ଟ୍ରେନ୍‌ରେ କେନ୍ଦ୍ରମନ୍ତ୍ରୀଙ୍କୁ ମିଳିଲାନି ସିଟ୍‌ September 5, 2019 at 3:16 pm

[…] ସ୍କୁଲରେ ପହଞ୍ଚି ପାରୁନି ‘ଖୁସି’ […]

Leave a Comment