February 21, 2019

ଭାରତୀୟ ବ୍ୟାଡମିଂଟନ ତାରକା କିଦାମ୍ବୀ ଶ୍ରୀକାନ୍ତ ଫ୍ରେଞ୍ଚ୍‌ ଓପନ୍‌ ସୁପର ସିରିଜ ବିଜେତା

ଭାରତୀୟ ବ୍ୟାଡମିଂଟନ ତାରକା କିଦାମ୍ବୀ ଶ୍ରୀକାନ୍ତ ଫ୍ରେଞ୍ଚ୍‌ ଓପନ୍‌ ସୁପର ସିରିଜ ବିଜେତା

ଭାରତୀୟ ବ୍ୟାଡମିଂଟନ ତାରକା କିଦାମ୍ବୀ ଶ୍ରୀକାନ୍ତ ନିଜର ଦମଦାର ପ୍ରଦର୍ଶନ ଦେଖାଇ ଫ୍ରେଂଚ ଓପନ ସୁପର ସିରିଜ ଟ୍ରଫି ବିଜେତି ହୋଇଛନ୍ତି । ୨୫ ବର୍ଷୀୟ ଏହି ଖେଳାଳି ପ୍ରଥମ ଭାରତୀୟ ଭାବେ ଗୋଟିଏ ବର୍ଷରେ ୪ଟି ସୁପର ସିରିଜ ଜିତିଛନ୍ତି । ସେ ସାଇନା ନେୱାଲଙ୍କୁ ମଧ୍ୟ ପଛରେ ପକାଇଦେଇଛନ୍ତି । ସାଇନା ୨୦୧୦ ରେ ୩ ଟି  ସିରିଜ ଜିତିଥିଲେ ।

ରବିବାର ଖେଳାଯାଇଥିବା ଫାଇନାଲରେ ଶ୍ରୀକାନ୍ତ ମାତ୍ର ୩୫ମିନିଟ ମଧ୍ୟରେ ସିଧାସଳଖ ୨୧-୧୪, ୨୧-୧୩ ଗେମରେ ଜାପାନ ପ୍ରତିଦ୍ୱନ୍ଦୀ କେଂଟା ନିଶିମୋତୋଙ୍କୁ ପରାସ୍ତ କରିଛନ୍ତି । ଏଥିସହିତ ପୂର୍ବରୁ ଡେନମାର୍କ, ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆ ଓପନ ଜିତିଥିବା ଶ୍ରୀକାନ୍ତ ରବିବାର ଫ୍ରେଂଚ ଓପନ ଜିତି ଚଳିତ ବର୍ଷ ନିଜର ଚତୁର୍ଥ ସୁପର ସିରିଜ ଟ୍ରଫି ଜିତିଛନ୍ତି । ଏହା ଶ୍ରୀକାନ୍ତଙ୍କ ମୋଟ ଷଷ୍ଠ ସିରିଜ ଟ୍ରଫି ।

ଭାରତୀୟ ପୁରୁଷ ଖେଳାଳି ଭାବେ ସେ ପ୍ରଥମ ଥର ପାଇଁ ଫ୍ରେଂଚ ଓପନ ଟ୍ରଫି ଜିତିବାର ଗୌରବ ପାଇଥିଲେ । ଗତ ସପ୍ତାହରେ ଡେନମାର୍କ ଓପନ ଟ୍ରଫି ଜିତିଥିବା ଶ୍ରୀକାନ୍ତ ପ୍ରଥମ ଭାରତୀୟ ଭାବେ ଗୋଟିଏ ବର୍ଷରେ ୪ସୁପର ସିରିଜ ଟ୍ରଫି ଜିତିବାର କୀର୍ତିମାନ ନିଜ ନାମରେ କରିଛନ୍ତି । ଏହା ପୂର୍ବରୁ କେବଳ ବିଶ୍ୱର ଅନ୍ୟ ୩ପୁରୁଷ ଖେଳାଳି ୪ବା ତାଠାରୁ ଅଧିକ ସୁପର ସିରିଜ ବିଜେତା ହୋଇଥିଲେ । ଫ୍ରେଂଚ ଓପନ ଟ୍ରଫି ଜିତି ଶ୍ରୀକାନ୍ତ ଏହି କ୍ଳବରେ ସାମିଲ ହୋଇଛନ୍ତି ।

ଭାରତୀୟ ବ୍ୟାଡମିଂଟନ ତାରକା କିଦାମ୍ବୀ ଶ୍ରୀକାନ୍ତ ଫ୍ରେଞ୍ଚ୍‌ ଓପନ୍‌ ସୁପର ସିରିଜ ବିଜେତା

ପଢନ୍ତୁ, କାଲିଠୁ ଆରମ୍ଭ ହେବ ମହାପଞ୍ଚୁକ, କେମିତି ପାଳନ କଲେ ପାଇବେ ସର୍ବସିଦ୍ଧି ଓ ମୋକ୍ଷ

Related posts

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More