LIFESTYLE

ଆପଣ ବି କିଡନୀ ଜନିତ ରୋଗରେ ପୀଡିତ ଅଛନ୍ତି କି ? ତେବେ ଜାଣନ୍ତୁ ମୁକ୍ତି ପାଇବାର ଉପାୟ

ଆପଣ ବି କିଡନୀ ଜନିତ ରୋଗରେ ପୀଡିତ ଅଛନ୍ତି କି ? ତେବେ ଜାଣନ୍ତୁ ମୁକ୍ତି ପାଇବାର ଉପାୟ

ଆପଣ ଚାହାଁନ୍ତି କି ଆପଣଙ୍କ କିଡନୀ ସାରା ଜୀବନ ସୁସ୍ଥ ରହୁ ଏବଂ ଆପଣଙ୍କୁ ଏହା ସହ ଜଡିତ କୌଣସି ବି ସମସ୍ୟାର ସମ୍ମୁଖୀନ ନ ହେବାକୁ ପଡୁ ତେବେ ଆପଣଙ୍କୁ କିଛି କଥା ଉପରେ ଧ୍ୟାନ ଦେବାକୁ ପଡିବ । ଆସନ୍ତୁ ଜାଣିବା ଏନେଇ କିଛି ଗୁରୁତ୍ୱପୂର୍ଣ୍ଣ କଥା-

ବିଶେଷ କରି ବ୍ଲଡ ପ୍ରେସର ଉପରେ ଆପଣ ଧ୍ୟାନ ଦେବା ଉଚିତ । ସାଧରଣତଃ, ସାମାନ୍ୟ ବ୍ଲଡ ପ୍ରେସର ୧୨୦ ରୁ ୮୦ ମଧ୍ୟରେ ରହିଥାଏ । ଯଦି ରକ୍ତ ଚାପ ୧୪୦ କିମ୍ବା ୯୦ରୁ ଅଧିକ ହୋଇଯାଏ ତେବେ ଆପଣଙ୍କୁ ଏନେଇ ଡାକ୍ତରଙ୍କ ପରାମର୍ଶ ଲୋଡିବା ଉଚିତ ।

ଯଦି ଆପଣ ଚାହାଁନ୍ତି, ଆପଣଙ୍କ କିଡନୀକୁ ସୁସ୍ଥ ରଖିବାକୁ ତେବେ ଆପଣ ପ୍ରତିଦିନ ସନ୍ତୁଳିତ ଖାଦ୍ୟ ଖାଇବା ଅତ୍ୟନ୍ତ ଜରୁରୀ । ଏଥିପାଇଁ ଆପଣଙ୍କ ଖାଦ୍ୟରେ ବିଭିନ୍ନ ପନିପରିବା ସମେତ ସତେଜ ଫଳକୁ ସାମିଲ କରିବା ଉଚିତ ।

ମୁଖ୍ୟତଃ ନିଶାଦ୍ରବ୍ୟ ଗ୍ରହଣ କରୁଥିବା ବ୍ୟକ୍ତିଙ୍କ ପାଖରେ କିଡନୀ ଜନିତ ସମସ୍ୟା ଅଧିକ ପରିମାଣରେ ଦେଖାଯାଇଥାଏ । ଧୁମ୍ରପାନ କରୁଥିବା ଲୋକଙ୍କ କିଡନୀ ଜନିତ ସମସ୍ୟା ହେବାର ଆଶଙ୍କା ସାଧାରଣ ଲୋକଙ୍କଠାରୁ ଦ୍ୱିଗୁଣିତ ହୋଇଥାଏ । ତେବେ ଏଥିପାଇଁ ଧୁମ୍ରପାନଠାରୁ ସବୁବେଳେ ଦୂରରେ ରହିବା ଉଚିତ ।

ପ୍ରତିଦିନ ୧୦ରୁ ୧୨ ଗ୍ଲାସ ପାଣି ପିଇବା ଅତ୍ୟନ୍ତ ଆବଶ୍ୟକ । ଅଧିକ ମାତ୍ରାରେ ପାଣି ପିଇବା ଦ୍ୱାରା ଶରୀର ମଧ୍ୟରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ନିଷ୍କାସନ ହୋଇଥାଏ ।ଯାହାଫଳରେ ଆପଣଙ୍କର ସ୍ୱାସ୍ଥ୍ୟ ଭଲ ରହିବା ସହ କିଡନୀ ରୋଗ ହୋଇ ନଥାଏ ।

ପ୍ରାୟତଃ, ୪୦ ବର୍ଷ ବୟସ ଅତିକ୍ରମ କଲାପରେ ନିୟମିତ ଭାବରେ ଆପଣଙ୍କୁ କିଡନୀର ଯାଂଚ କରିବା ଜରୁରୀ ଅଟେ । କାରଣ, କିଛି ଲୋକଙ୍କ ମଧ୍ୟରେ ଏନେଇ କୌଣସି ପ୍ରକାରର ଲକ୍ଷଣ ଦେଖାଯାଇ ନଥାଏ ଏବଂ ଯେତେବେଳେ ଏହା ଜଣାପଡି ଥାଏ ସେତେବେଳେ ବହୁତ ବିଳମ୍ବ ହୋଇ ଯାଇଥାଏ ।

ପଢନ୍ତୁ, ପାଟିକୁ ପିତା ଲାଗୁଥିବା ମେଥିରେ ମଧ୍ୟ ଭରି ରହିଛି ଅନେକ ଔଷଧୀୟ ଗୁଣ, ଆସନ୍ତୁ ଜାଣିବା

Related posts

ଫଳମାନଙ୍କ ମଧ୍ୟରେ ରାଜା, ଏହି ଫଳର ପତ୍ରରେ ଲୁଚିରହିଛି ଅନେକ ରୋଗର ଚିକିତ୍ସା

ENO Beuro

ଜାଣନ୍ତୁ ଆମ୍ବ ଖାଇବା ଶରୀର ପାଇଁ କେତେ ଉପକାରୀ ?

ENO Beuro

ରୋଷେଇ କରୁଥିବା ସମୟରେ ମହିଳାମାନେ ଏହି ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

ENO Beuro

Leave a Comment