• Home
  • Entertainment
  • ଚାଷ ଜମିରେ ବେଆଇନ କୋଠା ନିର୍ମାଣ: ଆୟକର ବିଭାଗ ଦ୍ୱାରା କିଙ୍ଗ୍‌ଖାନ୍‌ଙ୍କ ଫାର୍ମ ହାଉସ୍‌ ବ୍ୟାଜାପ୍ତ
Entertainment

ଚାଷ ଜମିରେ ବେଆଇନ କୋଠା ନିର୍ମାଣ: ଆୟକର ବିଭାଗ ଦ୍ୱାରା କିଙ୍ଗ୍‌ଖାନ୍‌ଙ୍କ ଫାର୍ମ ହାଉସ୍‌ ବ୍ୟାଜାପ୍ତ

ଅଡୁଆରେ କିଙ୍ଗଖାନ

ମୁମ୍ବାଇର ଆଲିବାଗ୍‌ଠାରେ ଥିବା ବଲିଡଡ୍‌ ଅଭିନେତା ଶାହାରୁଖ୍‌ ଖାନ୍‌ଙ୍କ ଏକ ଫାର୍ମ ହାଉସକୁ  ଆୟକର ବିଭାଗ(ଆଇଟି)  ବ୍ୟାଜାପ୍ତ  କରିଛି। ଅଲିବାଗରେ ଥିବା ତାଙ୍କ ଫାର୍ମହାଉସକୁ ସିଲ୍ କରିବା ସହ ୯୦ଦିନ ମଧ୍ୟରେ ଜବାବ ରଖିବାକୁ ଶାହରୁଖଙ୍କୁ ନୋଟିସ ଜାରି କରାଯାଇଛି । ଗତ ଡିସେମ୍ବରରେ ବେନାମୀ ସମ୍ପତ୍ତି ନେଣଦେଣ ଅଧିନିୟମର ଉଲଂଘନ ଅଭିଯୋଗରେ  ତାଙ୍କୁ  ନୋଟିସ୍‌ ଜାରି କରାଯାଇଥିଲା।

ଶାହରୁଖଙ୍କ ମାଲିକାନାରେ ଥିବା ଦେଜା ଭୁ ଫାର୍ମସ ପ୍ରାଇଭେଟ୍‌ ଲିମିଟେଡ୍‌ ଅଧିନରେ ଏହି ଫାର୍ମ ହାଉସ୍‌ ରହିଥିଲା ବୋଲି ଜଣାପଡ଼ିଛି।ଶାହାରୁଖ ଏହି ଜମିକୁ କ୍ଷେତ କାମ କରିବାକୁ କିଣିଥିଲେ। ମାତ୍ର ସେ ତାଙ୍କର ବ୍ୟକ୍ତିଗତ ସୁବିଧାକୁ ଆଖିରେ ରଖି ଏଠାରେ ଫାର୍ମହାଉସ୍‌ ତିଆରି କରିଛନ୍ତି।

ଶାହାରୁଖ୍‌ଙ୍କ ଦେଜା ଭୁ ଫାର୍ମସ ପ୍ରାଇଭେଟ୍‌ ଲିମିଟେଡ୍‌ ଅଧିନସ୍ଥ ଏହି ସଂପତ୍ତିର ମୂଲ୍ୟ ୧୪୬.୭ ମିଲିୟନ୍‌। ମାତ୍ର ଏହାର ବଜାର ଦର ପାଞ୍ଚ ଗୁଣା ଅଧିକ ରହିଛି ବୋଲି ଆୟକର ବିଭାଗ ସୂଚନା ପ୍ରଦାନ କରିଛି। ଖାନ୍‌ଙ୍କର ଏହି ସମ୍ପତ୍ତିି ୧୯,୯୬୦ ସ୍କୋୟାର୍‌ ଫୁଟ୍‌ ମିଟର ଅଞ୍ଚଳକୁ ନେଇ ରହିଛି। ଏହି ଫାର୍ମହାଉସ୍‌କୁ ଲାଗି ରହିଛି ସମୁଦ୍ର କୂଳ। ଏଥିରେ ସୁଇମିଂ ପୁଲ୍‌ ,ବିଚ ଏବଂ ହେଲିପ୍ୟାଡ୍‌ ସୁବିଧା ବି ରହିଛି।

ଚାଷ ଜମିରେ ବେଆଇନ କୋଠା ନିର୍ମାଣ: ଆୟକର ବିଭାଗ ଦ୍ୱାରା କିଙ୍ଗ୍‌ଖାନ୍‌ଙ୍କ ଫାର୍ମ ହାଉସ୍‌ ବ୍ୟାଜାପ୍ତ king khan

ପଢନ୍ତୁ ;

ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ନୂତନ ନିୟମ:ପ୍ରବାସ ବାସ ପାଇଁ ଯୋଗ୍ୟତା-ଭିତ୍ତିକ ଭିସା

Related posts

ନୂଆ ଓଡିଆ ଚଳଚିତ୍ର “ଲୋକାଲ୍ ଟୋକା ଲଭ ଚୋଖା”ର ଶୁଭ ମହୁରତ୍

୧୦୦ କୋଟି କ୍ଲବ୍‌ରେ ସାମିଲ ହେଲା ‘ରାଜି’ !

ରେସ୍‌ ୩ ଶୁଟିଂ ପାଇଁ କଶ୍ମୀରରେ ସଲମାନ ଖାନ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More