• Home
  • Entertainment
  • କରଣୀ ସେନା ନେବ ପ୍ରତିଶୋଧ ! ଭନସାଲୀଙ୍କ ମା’ଙ୍କ ଉପରେ ନିର୍ମାଣ କରାଯିବ ସିନେମା
Entertainment

କରଣୀ ସେନା ନେବ ପ୍ରତିଶୋଧ ! ଭନସାଲୀଙ୍କ ମା’ଙ୍କ ଉପରେ ନିର୍ମାଣ କରାଯିବ ସିନେମା

ଅପମାନର ପ୍ରତିଶୋଧ ନେବ କରଣୀ ସେନା

ବହୁ ବାଦବିବାଦ ପରେ ରିଲିଜ ହେଲା ସିନେମା ପଦ୍ମାବତ୍ । ବିବାଦୀୟ ଫିଲ୍ମ ‘ପଦ୍ମାବତ’ କରଣୀ ସେନାର ବିରୋଧ ପରେବି  ୨୫ ଜାନୁୟାରୀରେ ରିଲିଜ ହୋଇଛି । ଏବେ କିନ୍ତୁ ଏହି ବିବାଦକୁ ନେଇ ଏକ ନୂଆମୋଡ ଆସିଛି । ସଞ୍ଜୟ ଲୀଲା ଭନସାଲୀଙ୍କ ମା’ ଉପରେ ଏକ ସିନେମା ନିର୍ମାଣ କରାଯିବ ବୋଲି ରାଜପୁତ କରଣୀ ସେନା ପକ୍ଷରୁ ଘୋଷଣା କରାଯାଇଛି । ଏହି ସିନେମାର ନାଁ ରହିବ ‘ଲୀଲା କି ଲୀଲା’ ।

ଖବର  ଅନୁଯାୟୀ , ସିନେମାର ନିର୍ଦ୍ଦେଶନା ଦେବେ ଅରବିନ୍ଦ ବ୍ୟାସ । କରଣୀ ସେନାର ଅଧ୍ୟକ୍ଷ ଗୋବିନ୍ଦ ସିଂହ ଖଙ୍ଗରତ ଏକ ସାମ୍ବାଦିକ ସମ୍ମିଳନୀ ଡକାଇଭନସାଲୀଙ୍କ ମା’ ଉପରେ ସିନେମା ନିର୍ମାଣ କରାଯିବ ବୋଲି ଘୋଷଣା କରିଛନ୍ତି । ୧୫ ଦିନ ଭିତରେ ଶୁଭ ମୂହୁର୍ତ୍ତ ଦେଖି ଏହି ସିନେମାର  କାମ ଆରମ୍ଭ କରାଯିବ । ଏହି ସିନେମାକୁ ଦେଖିଲା ପରେ ଭନସାଲୀ ଖୁସି ଅନୁଭବ କରିବେ ବୋଲି କହିଛନ୍ତି କରଣୀ ସେନାର ଅଧ୍ୟକ୍ଷ ଗୋବିନ୍ଦ ସିଂହ କହିଛନ୍ତି ।

କରଣୀ ସେନାର ବ୍ୟାପକ ବିରୋଧ ଓ ହିଂସାକୁ  ଆଖି ଆଗରେ ରଖି ରାଜସ୍ଥାନ, ମଧ୍ୟପ୍ରଦେଶ, ଗୋଆ ଓ ବିହାରର କୌଣସି ବି ସିନେମା ହଲରେ ସିନେମାକୁ ରିଲିଜ କରାଯାଇନାହିଁ । ସିନେମାକୁ ତିନୋଟି ଭାଷାରେ ୪୦୦୦ ସିନେମା ଘରରେ ରିଲିଜ କରାଯାଇଛି ।

ସିନେମାର ରିଲିଜକୁ ନେଇ ପୂର୍ବରୁ ଦୀପିକା ଓ ଭନସାଲୀଙ୍କ ମୁଣ୍ଡ କାଟିଦେବା ପାଇଁ ଧମକୀ ମଧ୍ୟ ଦିଆଯାଇଥିଲା । ଏହି ସିନେମାରେ ରଣବୀର ସିଂହ, ଦୀପିକା ପାଦୁକୋନ ଓ ସାହିଦ କପୁର ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମର ବଜେଟ ୧୮୦ କୋଟି । ଏତେ ବାଦବିବାଦ ପରେ ବି ଫିଲ୍ମ ବକ୍ସ ଅଫିସରେ ଭଲ ଆୟ କରିଛି ବୋଲି ଜଣାପଡିଛି  ।

କରଣୀ ସେନା ନେବ ପ୍ରତିଶୋଧ !  ଭନସାଲୀଙ୍କ ମା’ଙ୍କ ଉପରେ ନିର୍ମାଣ କରାଯିବ ସିନେମା bansaliii

 

ପଢନ୍ତୁ ;

ଜାରି ହେବ ଟୋଲ ଫ୍ରି ନମ୍ବର ! ଜାତୀୟ ରାଜପଥରେ ଦୁର୍ଘଟଣା ହେଲେ ଶୀଘ୍ର ମିଳିବ ସାହଯ୍ୟ

Related posts

ନଭେମ୍ବରରେ ବିବାହ କରିବାକୁ ଯାଉଛନ୍ତି ଏହି ରୋମାଣ୍ଟିକ୍ ଯୋଡ଼ି

Krishna Kumar Manoj

ଚୀନରେ ମୁକ୍ତି ଲାଭ କରିବ ବ୍ଲକବଷ୍ଟର ସିନେମା ‘ବାହୁବଳୀ-୨’

Krishna Kumar Manoj

ମାୟାରେ ବାୟା ହେଲେ ନାଇଜେରିଆ କଣ୍ଠଶିଳ୍ପୀ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More