Entertainment

‘ହାଉସଫୁଲ୍‌ –୪’ ସିନେମାରେ ଅକ୍ଷୟଙ୍କ ସହ ରୋମାନସ୍‌ କରିବେ ଏହି ନାୟିକା

ଅକ୍ଷୟଙ୍କ ସହ ରୋମାନସ୍‌ କରିବେ କ୍ରିତି ସାନନ

ବଲିଉଡ୍‌ର ହଟ୍‌ ହିରୋଇନ୍‌ କ୍ରିତି ସାନନ । ସାଜିଦ୍‌ ନାଡିଆଓ୍ଵାଲାଙ୍କ ପ୍ରଯୋଜିତ ତଥା ଶବୀର ଖାନ୍‌ଙ୍କ ନିର୍ଦ୍ଦେଶିତ ହିଟ୍‌ ଫିଲ୍ମ ‘ ହିରୋପନ୍ତି’ ଜରିଆରେ ବଲିଉଡ୍‌ରେ ଡେବ୍ୟୁ କରିଥିଲେ  କ୍ରିତି ସାନନ । ଏଥିରେ ତାଙ୍କର ହିରୋ ବନିଥିଲେ ଜ୍ୟାକି ଶ୍ରଫ୍‌ଙ୍କ ପୁତ୍ର ଟାଇଗର୍‌ ଶ୍ରଫ । ଏବେ ଶୁଣିବାକୁ ମିଳୁଛି କି କ୍ରିତିଙ୍କୁ ଏକ ବଡ଼ ସିନେମା ମିଳିଛି । ଏହା ହେଲା ‘ ହାଉସଫୁଲ୍‌ –୪’ ।

‘ ହାଉସଫୁଲ୍‌ –୪’ ସିନେମାରେ କ୍ରିତିଙ୍କ ହିରୋ ହେବେ ଅକ୍ଷୟ କୁମାର । ଏଥିରେ ପ୍ରଥମ ଥର ଲାଗି ଅକ୍ଷୟ-କ୍ରିତିଙ୍କ ଯୋଡିକୁ ଦେଖିବାକୁ ପାଇବେ ଦର୍ଶକ। ଏହି ସିନେମାର ନିର୍ଦ୍ଦେଶକ ହେଲେ ସାଜିଦ୍‌ ଖାନ୍‌ । ଏହି ସିନେମାରେ  ଅକ୍ଷୟଙ୍କ ସହ ରୋମାନସ୍‌ କରିବେ କ୍ରିତି ସାନନ ।

ହିରୋପନ୍ତି ସିନେମା ପରେ କ୍ରିତି ସାନନ ଦିଲଓ୍ଵାଲେ, ରାବତା , ବରେଲି କି ବରଫି ଆଦି ସିନେମା କରିଛନ୍ତି ।ରାବତା ସିନେମାରେ କ୍ରିତିଙ୍କ ପ୍ରେମ ସମ୍ପର୍କ ଆରମ୍ଭ ହୋଇଥିଲା ସୁଶାନ୍ତ ସିଂ ରାଜପୁତଙ୍କ ସହ ।

ସୁଶାନ୍ତ ସିଂ ରାଜପୁତଙ୍କ ସହିତ କ୍ରିତି ଛୁଟି ବିତାଇବା ଲାଗି ବିଦେଶକୁ ଯିବା ପରେ ଆଫେଆର ପ୍ରସଙ୍ଗଟା ପକ୍କା ବୋଲି ଧରି ନିଆଗଲା । ଏ ସଂପର୍କରେ ଆଦୌ କ୍ରିତି କେବେ ବି ମୁହଁ ଖୋଲୁ ନ ଥିଲେ ।

ଏବେ ସେ ଏ ସଂପର୍କରେ ପ୍ରତିକ୍ରିୟା ରଖଥିଲେ ବେଶ କିଛି ଦିନପରେ । କ୍ରିତି କହିଥିଲେ ଯେ ବଲିଉଡ୍‌ରେ କୋ-ଷ୍ଟାର୍‌ଙ୍କ ସହ ଲିଙ୍କ ଅପ୍‌ର ଖବର ଦେହ ସୁହା ହୋଇ ଗଲାଣି । ଏହା ସେମାନଙ୍କର ପର୍ସନାଲ ବା ପ୍ରଫେସନାଲ ଲାଇଫ୍‌ ଉପରେ କିଛି ପ୍ରଭାବ ପକାଇବା ନାହିଁ ବୋଲି ମଧ୍ୟ କହିଥିଲେ । ସୁଶାନ୍ତଙ୍କ ସହ ତାଙ୍କର ସଂପର୍କ କ’ଣ ତାହା ନିଶ୍ଚିତ ରୂପେ ସମସ୍ତେ ଜାଣିବେ ବୋଲି କହିଛନ୍ତି କ୍ରିତି ।

ପଢନ୍ତୁ ;

ଚାର୍ଜିଂ ସମୟରେ କରନ୍ତୁ ନାହିଁ ଏହି ୫ଟି ଭୁଲ

Related posts

ଅଭିନେତା ଇରଫାନ ଖାନ ଅଭିନୀତ ଫିଲ୍ମ ସାମିଲ ହେଲା ଓସ୍କାର ଦୌଡରେ

ENO Beuro

ଫେମିନା ମିସ୍‍ ଇଣ୍ଡିଆ ଓଡ଼ିଶା ୨୦୧୮ ବିଜୟିନୀ ଶ୍ରୁତିକ୍ଷା ନାୟକ

ENO Beuro

ବଲିଉଡକୁ ଆସିବେ କ୍ରିତିଙ୍କ ଭଉଣୀ

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More