News

କିସ୍‌କୁ ମିଳିଲା ବିଶ୍ୱର ସମ୍ମାନଜନକ ପରିବେଶ ପୁରସ୍କାର

କିସ୍‌କୁ  ମିଳିଲା ବିଶ୍ୱର ଲୋକପ୍ରିୟ ତଥା ସମ୍ମାନଜନକ ପରିବେଶ ପୁରସ୍କାର ଏନଜି ଗ୍ଲୋବ୍‌ ୱାର୍ଲ୍ଡ ପୁରସ୍କାର ୨୦୧୭ ପ୍ରଦାନ କରାଯାଇଛି । ଇରାନ୍‌ର ରାଜଧାନୀ ତେହେରାନ୍‌ଠାରେ ମଙ୍ଗଳବାର ଆୟୋଜିତ ଏକ ଉତ୍ସବରେ ଏହି ପୁରସ୍କାର ପ୍ରଦାନ କରାଯାଇଛି ।

ବିଶ୍ୱର ୧୭୮ଟି ଦେଶର ଦୁଇହଜାର ପ୍ରକଳ୍ପ ବିଭିନ୍ନ ବର୍ଗ ଯଥା ଭୂମି, ଅଗ୍ନି, ଜଳ, ବାୟୁ ଓ ଯୁବ ଆଦିରେ ପ୍ରତିଯୋଗିତା କରିଥିଲେ । ଚୂଡ଼ାନ୍ତ ପର୍ଯ୍ୟାୟରେ ଅଗ୍ନି ବର୍ଗରେ ଥାଇଲାଣ୍ଡ ଓ ସ୍ପେନ୍‌କୁ ପଛରେ ପକାଇ କିସ୍‌ ଏହି ପୁରସ୍କାର ଲାଭ କରିଛି । କିସ୍‌ର ପ୍ରତିନିଧି ଏହି ପୁରସ୍କାର ଗ୍ରହଣ କରିଥିଲେ ।

ପୁରସ୍କାର ପ୍ରଦାନ ଉତ୍ସବରେ ୬୦ଟି ଦେଶ ଯୋଗଦେଇଥିବା ବେଳେ ବିଶ୍ୱବ୍ୟାପୀ ଏହାର ପ୍ରାସାରଣ କରାଯାଇଥିଲା । କିସ୍‌ରେ ବାୟୋଗ୍ୟାସ୍‌ ପ୍ଲାଣ୍ଟ ଯୋଗେ ଅତ୍ୟାଧୁନିକ ଉପାୟରେ ୨୭ହଜାର ଛାତ୍ରଛାତ୍ରୀଙ୍କ ପାଇଁ ଖାଦ୍ୟ ପ୍ରସ୍ତୁତି, ବାଷ୍ପଭିତ୍ତିକ ରନ୍ଧନ ବ୍ୟବସ୍ଥା, ସୌରଶକ୍ତି ଚାଳିତ ଜଳତାପନ ବ୍ୟବସ୍ଥା ଏବଂ ବର୍ଷାଜଳ ସଂରକ୍ଷଣ ବ୍ୟବସ୍ଥା ପାଇଁ କିସ୍‌କୁ ପରିବେଶ ସୁରକ୍ଷା କ୍ଷେତ୍ରରେ ବିଶ୍ୱର ଏହି ସର୍ବୋଚ୍ଚ ଓ ସମ୍ମାନଜନକ ପୁରସ୍କାର ପ୍ରଦାନ କରାଯାଇଛି । କିସ୍‌ ତାର ସବୁଜ ପ୍ରକଳ୍ପ ମାଧ୍ୟମରେ ଏ ସବୁ ବ୍ୟବସ୍ଥା କରି ପରିବେଶଜନିତ ସମସ୍ୟା ସମାଧାନ କରିବାରେ ସକ୍ଷମ ହୋଇପାରିଛି ।

କିସ୍‌କୁ ବିଭିନ୍ନ ସମୟରେ ପରିଦର୍ଶନରେ ଆସୁଥିବା ରାଷ୍ଟ୍ରନେତା, ରାଷ୍ଟ୍ରଦୂତ, ନୀତି ନିର୍ଦ୍ଧାରକ, ପ୍ରଶାସକ, ନୋବେଲ୍‌ ପୁରସ୍କାର ବିଜେତାମାନେ ସବୁଜ ପ୍ରକଳ୍ପରେ କାର୍ଯ୍ୟକାରୀ କରାଯାଉଥିବା ବିଭିନ୍ନ ବ୍ୟବସ୍ଥାର ଭୂୟସୀ ପ୍ରଶଂସା କରିଆସୁଛନ୍ତି । କିସ୍‌କୁ ଏନର୍ଜୀ ଗ୍ଲୋବ୍‌ ୱାର୍ଲ୍ଡ ପୁରସ୍କାର ୨୦୧୭ ମିଳିବା ପରେ ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ ଖୁସି ବ୍ୟକ୍ତ କରି କହିଛନ୍ତି ଯେ ଏହା କେବଳ କିସ୍‌ ଓ ଓଡ଼ିଶା ନୁହେଁ, ସମଗ୍ର ଭାରତ ପାଇଁ ଗର୍ବ ଓ ଗୌରବର ବିଷୟ ।  ସେ କହିଛନ୍ତି ଯେ ,ବର୍ତ୍ତମାନ ସମୟରେ ବିଶ୍ୱ ତାପନ ଯୋଗୁଁ ପରିବେଶଜନିତ ସମସ୍ୟା ଉଗ୍ର ହୋଇଥିବା ବେଳେ ପରିବେଶ ସୁରକ୍ଷା ଅପରିହାର୍ଯ୍ୟ ହୋଇପଡ଼ିଛି । ସମସ୍ତେ ପରିବେଶ ସୁରକ୍ଷା ଦିଗରେ ଦୃଷ୍ଟି ଦେବା ଆବଶ୍ୟକ  ।

ପଢନ୍ତୁ ;

ହଜ୍‌ ଯାତ୍ରୀଙ୍କୁ ଆଉ ସରକାରୀ ରିହାତି ମିଳିବ ନାହିଁ : କେନ୍ଦ୍ର ସରକାର

Related posts

ପ୍ରଚଣ୍ଡ ଶୀତ ଲହରୀରେ ଥରୁଛି ସାରା ଓଡିଶା

ENO Beuro

ଡକ୍ଟର ଚିତ୍ତରଞ୍ଜନ ତ୍ରିପାଠୀ ବିଜୁ ପଟ୍ଟନାୟକ ୟୁନିଭର୍ସିଟି ଅଫ୍‌ ଟେକ୍ନୋଲୋଜି (ବିପିୟୁଟି)ର ନୂତନ କୁଳପତି

ENO Beuro

ପୂର୍ବତନ ରାଷ୍ଟ୍ରପତି ଡା.ଏ.ପି.ଜେ ଅବଦୁଲ କାଲାମ ଙ୍କ ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଉପଲକ୍ଷେ, ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ସ୍ମାରକର ଊଦଘାଟନ କଲେ

ENO Beuro

Leave a Comment