• Home
  • SPORTS
  • କୋଲକାତା ନାଇଟ ରାଇଡର୍ସ ୭୧ରନ୍ ରେ ବିଜୟୀ !
SPORTS

କୋଲକାତା ନାଇଟ ରାଇଡର୍ସ ୭୧ରନ୍ ରେ ବିଜୟୀ !

ଦିଲ୍ଲୀକୁ ୭୧ ରନ୍‌ରେ ହରାଇଲା କୋଲକାତା

ଆଇପିଏଲ୍‍-୧୧ରେ ଅଦ୍ୟାବଧି ସବୁଠାରୁ ବଡ଼ ବିଜୟ ହାସଲ କରିଛି କଲକାତା ନାଇଟ ରାଇଡର୍ସ (କେକେଆର୍‍) ବ୍ୟାଟ୍‍ସମ୍ୟାନ୍‍ଙ୍କ ବିସ୍ଫୋରକ ପ୍ରଦର୍ଶନ ପରେ ଦୁଇ ସ୍ପିନର କୁଲଦୀପ ଯାଦବ ଓ ସୁନୀଲ ନାରାୟଣଙ୍କ ବୋଲିଂ ସଫଳତା ବଳରେ ୭୧ ରନ୍‍ରେ ଦିଲ୍ଲୀ ଡେୟାରଡେଭିଲ୍‍ସକୁ ପରାସ୍ତ କରିଛି।

ପ୍ରଥମେ ବ୍ୟାଟିଂ କରି କୋଲକାତା ନୀତୀଶ ରାଣା ଓ ଆନ୍ଦ୍ରେ ରସେଲଙ୍କ ଧୂଆଁଧାର ବ୍ୟାଟିଂ ବଳରେ ନିର୍ଦ୍ଧାରିତ ୨୦ ଓଭରରେ ୯ ଉଇକେଟ ହରାଇ ୨୦୦ ରନ ସଂଗ୍ରହ କରିଥିଲା। ଜବାବରେ ଦିଲ୍ଲୀ ୧୪.୨ ଓଭରରେ ୧୨୯ ରନ କରି ଅଲଆଉଟ ହେବା ସହ ଆତ୍ମସମର୍ପଣ କରିଛି। ୩୫ଟି ବଲ ଖେଳି ୫ ଚୌକା ଓ ୪ ଛକା ସହ ଦ୍ରୁତ ୫୯ ରନର ଅର୍ଦ୍ଧଶତକୀୟ ପାଳି ଖେଳିଥିବା କୋଲକାତାର ନୀତୀଶ ରାଣାଙ୍କୁ ପ୍ଲେୟାର ଅଫ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।

ଦିଲ୍ଲୀ ମାତ୍ର ୪ ରନ୍‌ରେ ପ୍ରଥମ ଓ୍ଵିକେଟ୍‌ ହରାଇଥିଲା। ୧୩ ରନ୍‌ରେ ୨ୟ ଓ୍ଵିକେଟ୍‌, ୨୪ ରନ୍‌ରେ ୩ୟ ଓ୍ଵିକେଟ୍‌, ୮୬ ରନ୍‌ରେ ୪ର୍ଥ ଓ୍ଵିକେଟ୍‌, ୯୭ ରନ୍‌ରେ ୫ମ ଓ୍ଵିକେଟ, ୧୧୩ ରନ୍‌ରେ ୬ଷ୍ଠ ଓ୍ଵକେଟ, ୧୧୬ ରନ୍‌ରେ ୭ମ ଓ୍ଵିକେଟ, ୧୧୭ ରନ୍‌ରେ ୮ମ ଓ୍ଵିକେଟ, ୧୨୮ ରନ୍‌ରେ ୯ମ ଓ ୧୨୯ ରନ୍‌ରେ ଶେଷ ଓ୍ଵିକେଟ୍‌ ହରାଇଥିଲା।

କୋଲକାତା ୨ୟ ଓ୍ଵିକେଟ୍‌ରେ ୬୨ ରନ୍‌ ସଂଗ୍ରହ କରିଥିଲା। ଦଳ ପ୍ରଥମ ଓ୍ଵିକେଟ୍‌ ୭ ରନ୍‌ରେ ସୁନୀଲ ନାରିନଙ୍କୁ ହରାଇଥିଲା। ୮୯ ରନ୍‌ରେ ଦିଲ୍ଲୀର ୩ୟ ଶିକାର ହୋଇଥିଲେ କ୍ରିସ୍‌ ଲିନ୍‌। ସେହିପରି ୧୧୭ ରନ୍‌ରେ ୪ର୍ଥ ଓ୍ଵିକେଟ୍‌ରେ ଦିନେଶ କାର୍ତ୍ତିକ, ୧୭୮ ରନ୍‌ରେ ୫ମ ଓ୍ଵିକେଟ୍‌ରେ ରସେଲ, ୧୯୩ ରନ୍‌ରେ ୬ଷ୍ଠ ଓ୍ଵିକେଟ୍‌ରେ ନୀତିଶ ରାଣା, ୨୦ ରନ୍‌ରେ ୭ମ ଓ୍ଵିକେଟ୍‌ରେ ସୁବ୍ରମନ ଗିଲ, ୮ମ ଓ୍ଵିକେଟ୍‌ରେ ପୀୟୁଷ ଚାଓ୍ଵଲା ଓ ୯ମ ଓ୍ଵିକେଟ୍‌ରେ ଟମ୍‌ କରନ୍‌ ଆଉଟ୍‌ ହୋଇଥିଲେ। ଦିଲ୍ଲୀ ପକ୍ଷରୁ ରାହୁଲ ତେଓ୍ଵାଟିଆ ୩ଟି ଓ୍ଵିକେଟ୍‌ ନେଇଥିବା ବେଳେ ଟ୍ରେଣ୍ଟ ବୋଲଟ୍‌ ଓ କ୍ରସି ମୋରିସ ୨-୨ଟି ଓ୍ଵିକେଟ୍‌ ନେଇଥିଲେ। ସେହିପରି ଶହବାଜ ନଦୀମ ଓ ମହମ୍ମଦ ସାମିଙ୍କୁ ଗୋଟିଏ ଲେଖାଏଁ ଓ୍ଵିକେଟ୍‌ ମିଳିଥିଲା।

କୋଲକାତା ନାଇଟ ରାଇଡର୍ସ ୭୧ରନ୍ ରେ ବିଜୟୀ ! kkr

ପଢନ୍ତୁ; ନିୟମିତ ଲେମ୍ବୁପାଣି ପିଉଛନ୍ତି କି? ସାବଧାନ! ନଚେତ ପଡ଼ିପାରନ୍ତି ଅସୁବିଧାରେ

Related posts

ଭାରତୀୟ ହକିର ଉଦୀୟମାନ ତାରକା ଦୀପସାନ ତିର୍କି ଙ୍କୁ ସମ୍ମାନୀୟ ଏକଲବ୍ୟ ପୁରସ୍କାର

Krishna Kumar Manoj

ଆଉ ଏକ ପରୀକ୍ଷା ହେବ ସେଞ୍ଚୁରିଅନ୍‌ରେ ; ଭାରତ ପାଇଁ ‘କର ବା ମର’

Krishna Kumar Manoj

ସୋସିଆଲ ମିଡିଆରେ ଦ୍ରାବିଡ଼ଙ୍କ ପ୍ରଂଶସା : ରାହୁଲଙ୍କୁ କରାଯାଉ ଦେଶର ପ୍ରଧାନମନ୍ତ୍ରୀ

Krishna Kumar Manoj

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More