ରାତିରେ ଅଇଁଠା ବାସନ ପକାଇବା ଦ୍ଵାରା ଘରକୁ ଆସେ ଅନେକ ସମସ୍ଯା ଜାଣନ୍ତୁ କିପରି
ସାଧାରଣତଃ ରାତିରେ ଆମେ ଘରେ ଖାଦ୍ୟ ଖାଇବା ପରେ ବାସନକୁସନ ଧୋଇ ରଖିଥାଉ । କିନ୍ତୁ ଅନେକ ଥର ଆମେ ଏତେ କ୍ଲାନ୍ତ ହୋଇଯାଉ ଯେ ବାସନକୁ ଧୋଇନଥାଉ ଏବଂ ସକାଳେ ଧୋଇବାକୁ ଛାଡିଦେଉ। କିନ୍ତୁ ଏହା ଠିକ୍ ନୁହେଁ।
Loading...
ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଏହି ଦିନ ପ୍ରତି ଓଡ଼ିଆଙ୍କ ଘରେ ଘରେ ପାଳନ ହୋଇଥାଏ ପ୍ରଥମାଷ୍ଟମୀ । ଓଡ଼ିଶାର ଏହି ପାରମ୍ପରିକ ପର୍ବକୁ ପୋଢ଼ୁଆଁଷ୍ଟମୀ ବୋଲି କହିଥାନ୍ତି ।
ମାର୍ଗଶିର ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥି । ଏହି ଦିନ ପ୍ରତି ଓଡ଼ିଆଙ୍କ ଘରେ ଘରେ ପାଳନ ହୋଇଥାଏ ପ୍ରଥମାଷ୍ଟମୀ । ଓଡ଼ିଶାର ଏହି ପାରମ୍ପରିକ ପର୍ବକୁ ପୋଢ଼ୁଆଁଷ୍ଟମୀ ବୋଲି କହିଥାନ୍ତି । ପୂର୍ବରୁ ମାର୍ଗଶିର ମାସକୁ ବର୍ଷାରମ୍ଭର ପ୍ରଥମ ମାସ ଭାବେ ଗ୍ରହଣ କରାଯାଉଥିଲା । ଏହି ପ୍ରଥମ ମାସର ପ୍ରଥମ ଅଷ୍ଟମୀକୁ ପ୍ରଥମାଷ୍ଟମୀ ବୋଲି କେହି କେହି ମତ ଦେଇଥାନ୍ତି । ଏହି ଦିନ ପ୍ରତ୍ୟେକଙ୍କ ଘରେ ପ୍ରଥମାଷ୍ଟମୀ ପାଳନ ହେବା ସହ ବନ୍ଧୁମାନଙ୍କ ଉପସ୍ଥିତିକୁ ନେଇ ଏକ ଖୁସିବାସିର ମାହୋଲ ସୃଷ୍ଟି ହୋଇଥାଏ । ପ୍ରଥମାଷ୍ଟମୀ ଦିନ ବଂଶର ବଡ଼ ପୁଅଝିଅ ମାନେ ପୋଢ଼ୁଆଁ ହୋଇଥାନ୍ତି । ମାମୁଁ ଘର ତରଫରୁ ବଡ଼ ଭଣଜା ଭାଣିଜୀଙ୍କୁ ପୋଢୁଆଁ କରିବାର ପରଂପରା ରହିଆସିଛି । ମାମୁଁଙ୍କ ତରଫରୁ ମିଳିଥିବା ନୂଆ ପୋଷାକ ପରିଧାନ କରି ବନ୍ଦାପନା ହୋଇଥାନ୍ତି ଭଣଜା ଭାଣିଜୀ ମାନେ ।
ଜେ୍ୟଷ୍ଠ ସନ୍ତାନମାନଙ୍କର ସୁଖ ସମୃଦ୍ଧି କାମନା କରିବା ସହ ଦୀର୍ଘଜୀବନ କାମନା କରିବା ପାଇଁ ପାଳନ ହୋଇଥାଏ ପୂଜାବିଧି । ନୂଆବସ୍ତ୍ର ପରିଧାନ କରିସାରିବା ପରେ ଏକ ଭକ୍ତିମୟ ପରିବେଶରେ ଈଶ୍ୱରଙ୍କ ଆଶିଷ କାମନା କରି ବନ୍ଦାପନା କରାଯାଇଥାଏ । ଘରର ମାଆମାନେ ଏହି ପୂଜାବିଧି ସଂପାଦନ କରିଥାନ୍ତି । ଏଥିସହ ଘରେ ପ୍ରସ୍ତୁତ ହୋଇଥାଏ ଏଣ୍ଡୁରି ପିଠା । ହଳଦି ପତ୍ରରେ ପ୍ରସ୍ତୁତ ଏହି ଏଣ୍ଡୁରିପିଠା ଭୋଗ ହେବା ସହ ଏହାକୁ ଖାଦ୍ୟ ଭାବେ ଗ୍ରହଣ କରି ସମସ୍ତେ ଖୁସି ହୋଇଥାନ୍ତି । ଏବଂ କେବଳ ଏହି ପର୍ବରେ ଏଣ୍ଡୁରିପିଠାର ପରମ୍ପରା ରହିଥାଏ ।
ଓଡ଼ିଶାରେ ପ୍ରଥମାଷ୍ଟମୀ ଦିନ ଭୁବନେଶ୍ୱର ଲିଙ୍ଗରାଜ ମହାପ୍ରଭୁଙ୍କର ମାମୁଘର ଯାତ୍ରା ହୋଇଥାଏ । ଲିଙ୍ଗରାଜ ମହାପ୍ରଭୁ ଏହିଦିନ ତାଙ୍କ ମାମୁଘର ରୂପେ ପରିଚିତ କପାଳିମଠକୁ ଯାଆନ୍ତି ପୋଢୁଆଁ ହେବାପାଇଁ । ଏହିମଠର ଆରାଧ୍ୟ ଦେବତ। ବରୁଣେଶ୍ୱର ଓ ବଳଦେବ । ଏହି ମଠ ହତାରେ ଥିବା ପାପନାଶିନୀ ପୁଷ୍କରିଣୀର ଜଳ ପ୍ରଥମାଷ୍ଟମୀ ଦିନ ପାନ କଲେ ସମସ୍ତ ପାପକ୍ଷୟ ହୁଏ ବୋଲି ବିଶ୍ୱାସ ରହିଛି ।ତନ୍ତ୍ର ସାଧକମାନଙ୍କ ମତରେ ପ୍ରଥମାଷ୍ଟମୀର ରାତ୍ରି ବେଶ୍ ମହତ୍ତ୍ୱପୂର୍ଣ୍ଣ । ତାନ୍ତ୍ରିକ ଭାଷାରେ ଏହାର ନାମ ଘୋରରାତ୍ରି । କୁହାଯାଏ ଆଦିଶକ୍ତି ଏହି ଦିନ କାଳରାତ୍ରି ରୂପେ ଅବତୀର୍ଣ୍ଣ ହୋଇଥିଲେ । ପ୍ରଥମାଷ୍ଟମୀ ଅବସରରେ ଶ୍ରୀମନ୍ଦିରରେ ଲାଗି ରହିଥାଏ ଭକ୍ତଙ୍କ ଭିଡ଼ । ଶ୍ରୀଜିଉଙ୍କୁ ଦର୍ଶନ କରି ଭକ୍ତ ଓ ଶ୍ରଦ୍ଧାଳୁମାନେ ଆଶୀର୍ବାଦ କାମନା କରିଥାନ୍ତି ।
ଆଜି ଓଡ଼ିଶାର ପୁରପଲ୍ଲୀରେ ପ୍ରଥମାଷ୍ଟମୀ ସହ କାଞ୍ଜିଅଅଁଳା ଓଷା ମଧ୍ୟ ପାଳନ ହେଉଛି । ଘରର ସନ୍ତାନମାନଙ୍କ ମଙ୍ଗଳ କାମନା କରି ଷଠୀ ଦେବୀଙ୍କ ପାଖରେ ଶୁଭମନାସୀଛନ୍ତି ମାଆମାନେ । ଷଠୀ ଦେବୀଙ୍କୁ ପୂଜାର୍ଚ୍ଚନା କରି ପରମ୍ପରା ମୁତାବକ ଏହି ଓଷାକୁ ପାଳନ କରାଯାଉଛି ।
Shakespeare, in the beautiful garden, among the party. Some of the hall: in fact she was ever to.
ସାଧାରଣତଃ ରାତିରେ ଆମେ ଘରେ ଖାଦ୍ୟ ଖାଇବା ପରେ ବାସନକୁସନ ଧୋଇ ରଖିଥାଉ । କିନ୍ତୁ ଅନେକ ଥର ଆମେ ଏତେ କ୍ଲାନ୍ତ ହୋଇଯାଉ ଯେ ବାସନକୁ ଧୋଇନଥାଉ ଏବଂ ସକାଳେ ଧୋଇବାକୁ ଛାଡିଦେଉ। କିନ୍ତୁ ଏହା ଠିକ୍ ନୁହେଁ।
ଶୟନ କକ୍ଷରେ ସଠିକ୍ ଦିଗକୁ ମୁଣ୍ଡ କରି ଶୋଇବା ପରେ ମଧ୍ୟ ଖଟ ତଳେ ଏପରି କେତେକ ଜିନିଷ ରହିଛି ଯାହାକୁ ରଖିବା ଦ୍ୱାରା ନକରାତ୍ମକ ପ୍ରଭାବ ପଡିବା ସହ ଜୀବନରେ ଅଶାନ୍ତି ଲାଗି ରହେ। ଅସଫଳତା ମିଳିବା ସହ ଅନେକ ରୋଗ ଲାଗି ରହିଥାଏ।
ପ୍ରତ୍ୟେକ ଘରର ମାଲିକଙ୍କୁ ତାଙ୍କ ଦାଣ୍ଡ ଦୁଆରେ ନେମ୍ପ୍ଲେଟ୍ ଲଗାଇବା ନିହାତି ଆବଶ୍ୟକ । କାରଣ ଏହା ଏକ ସମ୍ମାନର କଥା ।