ଆମ ଦୈନନ୍ଦିନ ଜୀବନରେ କ’ଣ ରହିଛି ସ୍ୱପ୍ନର ମହତ୍ତ୍ୱ ! ଜାଣନ୍ତୁ ;

ସ୍ଵପ୍ନ ମଣିଷର ନିଦ୍ରାରେ ଏକ ଅବିଚ୍ଛେଦ୍ୟ ଅଙ୍ଗ ଅଟେ । ସ୍ଵପ୍ନ ବିନା ମଣିଷ ଜୀବନର ଅର୍ଥ କିଛି ନୁହେଁ ବୋଲି କୁହାଯାଏ। କେତେକ ଲୋକ ସ୍ଵପ୍ନକୁ ନେଇ ନିଜର ଜୀବନ ମଧ୍ୟ ବିତାଇଥାନ୍ତି। ରାତ୍ରିରେ ଦେଖିଥିବା ସ୍ଵପ୍ନକୁ କେତେକ ଲୋକେ ବାସ୍ତବ ରୂପ ଦେବାକୁ ମଧ୍ୟ ଚେଷ୍ଟା କରିଥାନ୍ତି।  ଏମିତି ସ୍ଵପ୍ନ ମଧ୍ୟ ରହିଛି ଯାହା ଭିନ୍ନ  ଭିନ୍ନ ଅବସ୍ଥାର ସଙ୍କେତ ଦେଇଥାଏ ଯେମିତି ମୃତ୍ୟୁ ସମ୍ବନ୍ଧୀୟ ସ୍ୱପ୍ନ ଦେଖିଲେ  ତାହା ଦୀର୍ଘାୟୁର ସୂଚନା ଦେଇଥାଏ । ବିବାହ ସମ୍ପର୍କୀୟ ସ୍ୱପ୍ନ ଦେଖିଲେ ତାହାଆୟୁ କମ୍ ହେବାର ସଙ୍କେତ  ବୋଲି ବିଶ୍ୱାସ କରାଯାଏ  ।

ଜାଣନ୍ତୁ ଏମିତି ଅନେକ  ଭିନ୍ନ ଭିନ୍ନ ସ୍ଵପ୍ନ ବିଷୟରେ..

– ସ୍ୱପ୍ନରେ ବିଛଣା ଦେଖିଲେ ତାହା ଘର ବଦଳାଇବାର ସୂଚନା ଦେଇଥାଏ ।
-ସାପ ସ୍ୱପ୍ନ ଶତ୍ରୁ ଆଗମନର ସୂଚନା ବୋଲି ବିବେଚନା କରାଯାଏ।
-ଶିଡିର ସ୍ୱପ୍ନ ଦେଖିଲେ ତାହା ସଫଳତା ଦର୍ଶାଇଥାଏ ।
-ପଇସା କିମ୍ବା ସୁନା ସ୍ୱପ୍ନ ଦେଖିଲେ ଅଶୁଭର ଆଗମନ ବୋଲି ଧରାଯାଏ।
-ବହି ପଢା ସ୍ୱପ୍ନ ଦେଖିବା ଅର୍ଥ ଆପଣ କୌଣସି ଗୁପ୍ତ ତଥ୍ୟ ବିଷୟରେ ସୂଚନା ପାଇବାକୁ ଯାଉଛନ୍ତି।
-ସ୍ୱପ୍ନରେ ଭାଲୁ ଦେଖିଲେ ତାହା ଚିନ୍ତାର କାରଣ ଭାବେ ଗ୍ରହଣ କରାଯାଏ।
-ବନ୍ଧୁ କିମ୍ବା ସମ୍ପର୍କୀୟଙ୍କୁ ସ୍ୱପ୍ନ ଦେଖିଲେ ସେମାନଙ୍କ ସହ ସମ୍ବନ୍ଧ କମ୍ ହେବାର ସୂଚନା ଦିଏ।
-ସମୁଦ୍ର ଦେଇ ବିଦେଶ ଯାତ୍ରାର ସ୍ୱପ୍ନ ଦେଖିଲେ ତାହା ଭାଗ୍ୟୋଦୟ ବିଷୟରେ ସୂଚାଇ ଥାଏ।
-ମିଠା ଖାଇବା ସ୍ୱପ୍ନ ଦେଖିଲେ ତାହାକୁ ବେମାର ହେବାର ପ୍ରତୀକ ବୋଲି ଗ୍ରହଣ କରାଯାଏ।

ପଢନ୍ତୁ ;

ଶୀଘ୍ର ଶୋଇକି ଶୀଘ୍ର ଉଠିବା ଦ୍ଵାରା କି ଉପକାର ମିଳେ ଆସନ୍ତୁ ଜାଣିବା

Related posts

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More