Loading...

ଆସନ୍ତୁ ଆଜି ଆମେ ଜାଣିବା କିଛି ଶୀତ ଦିନିଆ ଆଲର୍ଜି ଓ ଏହାର ପ୍ରତିକାର ବିଷୟରେ

ଆସନ୍ତୁ ଆଜି ଆମେ ଜାଣିବା କିଛି ଶୀତ ଦିନିଆ ଆଲର୍ଜି ଓ ଏହାର ପ୍ରତିକାର ବିଷୟରେ

ସାଧାରଣତଃ ଆଲର୍ଜିର କେତେକ ପ୍ରମୁଖ କାରଣ: ୧- ଗୃହପାଳିତ କୁକୁର, ବିଲେଇ କିମ୍ବା ଅନ୍ୟ ପଶୁପକ୍ଷୀଙ୍କ ଲୋମ ଦ୍ୱାରା ଆଲର୍ଜି ହୋଇଥାଏ।

ସାଧାରଣତଃ ଆଲର୍ଜିର କେତେକ ପ୍ରମୁଖ କାରଣ:

୧- ଗୃହପାଳିତ କୁକୁର, ବିଲେଇ କିମ୍ବା ଅନ୍ୟ ପଶୁପକ୍ଷୀଙ୍କ ଲୋମ ଦ୍ୱାରା ଆଲର୍ଜି ହୋଇଥାଏ। 
୨- ଘରେ ଥିବା ଆସବାବପତ୍ର ଝାଡ଼ୁଥିବା ସମୟରେ କାର୍ପେଟ, ଓ୍ବିଣ୍ଡୋ କିମ୍ବା ଥାକରୁ ଧୂଳି ଉଡି ଆଲର୍ଜି ହୋଇଥାଏ। 
୩- ଆମିଷ କିମ୍ବା ଅନ୍ୟ କୌଣସି ଖାଦ୍ୟ ପଦାର୍ଥ ଦ୍ୱାରା ଶରୀରରେ ଆଲର୍ଜି ହୋଇଥାଏ। 
୪- ବିଷାକ୍ତ କୀଟ କାମୁଡ଼ିଲେ କିମ୍ବା ଫିମ୍ପି ଏବଂ ଶିଉଳି ଦ୍ୱାରା ଆଲର୍ଜି ହୋଇଥାଏ। 
୫- କେତେକ ମେଡିସିନ୍‌ ଗ୍ରହଣ କରିବା ଦ୍ୱାରା ମଧ୍ୟ ଆଲର୍ଜି ହୋଇଥାଏ। 
୬- ଲାଟେକ୍ସ ସାମଗ୍ରୀ ଯଥା ବେଲୁନ୍‌, ରବର, ଗ୍ଲୋଭ୍ସ କିମ୍ବା ପୋଷାକରେ ଥିବା ଇଲାଷ୍ଟିକ ଦ୍ୱାରା ମଧ୍ୟ ଏହି ସମସ୍ୟା ଉପୁଜିଥାଏ। 
୭- ମେଟାଲ୍‌ ସାମଗ୍ରୀ ବିଶେଷକରି ନିକେଲ୍‌, କୋବାଲଟ୍‌ ଏବଂ କ୍ରୋମେଟ୍‌ ବ୍ୟବହାର କରିବା ଦ୍ୱାରା ଆଲର୍ଜି ହୋଇଥାଏ। 


ପ୍ରତିକାର: 


୧- ଫୁଲ ଦ୍ୱାରା ଆଲର୍ଜି ହେଉଥିଲେ ଫୁଲଗଛଠାରୁ ଦୂରେଇ ରୁହନ୍ତୁ। ଘରେ ଲାଗିଥିବା ୨- ଶିଉଳି କିମ୍ବା କୌଣସି ଜିନିଷରେ ଫିମ୍ପି ଲାଗିଥିଲେ ତାହାକୁ ଯଥାଶୀଘ୍ର ସଫା କରିଦିଅନ୍ତୁ। ସଫା କରିବା ସମୟରେ ତାହା ଯେପରି ନାକ, ପାଟି ଓ ଆଖି ସଂସ୍ପର୍ଶରେ ନ ଆସେ, ସେଥିପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। 
୩- ଯଦି କୁକୁର, ବିଲେଇ କିମ୍ବା କୌଣସି ପଶୁପକ୍ଷୀଙ୍କୁ ପାଳୁଛନ୍ତି, ତେବେ ଆଲର୍ଜି ସମସ୍ୟା ଥିଲେ ସେମାନଙ୍କୁ କୋଳେଇ ଧରନ୍ତୁନି କିମ୍ବା ସେମାନଙ୍କ ପାଖରେ ଶୁଅନ୍ତୁନି। ସେମାନଙ୍କୁ ଧରିବା ପରେ ସାଙ୍ଗେ ସାଙ୍ଗେ ହାତକୁ ସାନିଟାଇଜ୍‌ କରିଦିଅନ୍ତୁ। 
୪- ଶୁଖିଲା କପଡ଼ାରେ ଧୂଳି ସଫା କଲେ ଅଧିକ ଉଡ଼ିଥାଏ ଏବଂ ନାକ, କାନରେ ପଶିଥାଏ। ତେଣୁ ଝାଡ଼ିବା ଲାଗି ଓଦା କପଡ଼ା ବ୍ୟବହାର କରନ୍ତୁ। 
୫ - ସାଇନ୍‌ସ ସଂକ୍ରମଣ କିମ୍ବା କାନରେ ସଂକ୍ରମଣ ଲାଗି ରହୁଥିଲେ ଯଥାଶୀଘ୍ର ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ। 
୬- ଗରମ ପାଣି ବ୍ୟବହାର କରି ନିତ୍ୟ ବ୍ୟବହାର୍ଯ୍ୟ କପଡ଼ାକୁ ସଫା କରନ୍ତୁ। 
ନିୟମିତ ମାସ୍କ ବ୍ୟବହାର କରନ୍ତୁ। 
୭- ରାତିରେ କ୍ଷୀର ସହ ହଳଦୀ ମିଶାଇ ପିଅନ୍ତୁ, ଯଦ୍ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ହେବ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.