EnewsOdia.Com

କାଇଁଚ ମୂଳରୁ ଭଲ କରିଥାଏ ଶରୀରର ଏହି ସବୁ ରୋଗ

ଆଜି ଆମେ ଆପଣଙ୍କୁ କାଇଁଚର ଔଷଧୀୟ ଗୁଣ ବିଷୟରେ ସୂଚନା ଦେବୁ । ଏହା ଏକ ଲତା ଜାତୀୟ ବନସ୍ପତି ଅଟେ । ଏହାର ରଙ୍ଗ କାରଣରୁ ଏହା ୩ ପ୍ରକାରର ଅଟେ, ଧଳା, ଲାଲ ଓ କଳା । ଲାଲ ରଙ୍ଗର କାଇଁଚ ସବୁ ଜାଗାରେ ମିଳିଥାଏ କିନ୍ତୁ ଧଳା ଓ କଳା ରଙ୍ଗର କାଇଁଚ ବହୁତ କମ ହିଁ ଦେଖିବାକୁ ମିଳିଥାଏ । ଧଳା ଓ ଲାଲ ରଙ୍ଗର କାଇଞ୍ଚକୁ ଔଷଧ ତିଆରି କାର୍ଯ୍ୟରେ ବ୍ୟବହାର କରାଯାଇଥାଏ ଓ ଲକ୍ଷ୍ମୀ ପୂଜାରେ ମଧ୍ୟ ଏହାର ପ୍ରୟୋଗ କରା ଯାଇଥାଏ । ଯେତେବେଳେ କି କଳା ରଙ୍ଗର କାଇଞ୍ଚର ପ୍ରୟୋଗ ତାନ୍ତ୍ରିକ କାର୍ଯ୍ୟରେ କରା ଯାଇଥାଏ ।

ଆୟୁର୍ବେଦ ଅନୁସାରେ କାଇଁଚ ବୀର୍ଯ୍ୟବର୍ଦ୍ଧକ ଅର୍ଥାତ ଧାତୁ କୁ ବଢାଇଥାଏ । ଏହା ବ୍ଯତୀତ ଏହା ଜ୍ଵର, ବାତ, ପିତ୍ତ, ଶ୍ଵାସ, ଚର୍ମରୋଗ ତଥା କୁଣ୍ଡିଆ, ପେଟ କୁର୍ମି ର ନାଶ କରିଥାଏ । ଏହା ଆଖି ଓ ବାଳ ପାଇଁ ବହୁତ ଲାଭକାରୀ ହୋଇଥାଏ । କିନ୍ତୁ ଏହାର ମଞ୍ଜି ଗୁଡିକୁ ଶୁଦ୍ଧ କରିବା ବିନା ଏହାର ପ୍ରୟୋଗ କରିବା ଉଚିତ ନୁହେଁ । ଏହାର ମଞ୍ଜିକୁ ୩ ଘଣ୍ଟା ପର୍ଯ୍ୟନ୍ତ ଗରମ କରିବା ଦ୍ଵାରା ଏହା ଶୁଦ୍ଧ ହୋଇଥାଏ । ତେବେ ଚାଲନ୍ତୁ ଜାଣିବା ଏହାର ପ୍ରୟୋଗ କିପରି କରାଯାଇଥାଏ ।

୧. କାଇଁଚ ର କଞ୍ଚା ଫଳ ଓ ଏହାର ପତ୍ର ଶୂଳ ନିବାରକ ଓ ବିଷନାଶକ ହୋଇଥାଏ । ଏହାର ମୂଳକୁ ପାଣି ସହିତ ପେଶି କରି ସେକ ଦେବା ଦ୍ଵାରା ଶୂଳ ନାସ ହୋଇଥାଏ ।

୨. ଏହାର ପତ୍ରକୁ ପାଟିରେ ରଖି ଚୋବାଇ ଏହାର ରଶ ଢୋକିବା ଦ୍ଵାରା ସ୍ଵର କ୍ଲିୟର ହୋଇଥାଏ । ଏହା ବ୍ୟତୀତ ଏହା ପାଟିର ଛାଲକୁ ବି ଭଲ କରିଥାଏ ।

 

୩. କାଇଁଚ ଚର୍ମ ରୋଗକୁ ବି ନଷ୍ଟ କରିଥାଏ । ଏଥିପାଇଁ ହାରାହାରି ୫୦୦ ଗ୍ରାମ ମାତ୍ରାରେ କାଇଁଚ କୁ ଜଳ ସହିତ ପେଶି ଏହାର ପେଷ୍ଟ ତିଆରି କରନ୍ତୁ । ଏହାର ୧୬ ଗୁଣ ମାତ୍ରାରେ ଭୃଙ୍ଗରାଜ ର ପତ୍ରର ରସ ବାହାର କରି ହାରାହାରି ୪୦୦ ଗ୍ରାମ ରାଶିତେଲରେ ରାନ୍ଧନ୍ତୁ । ଏହାକୁ ଧିମି ଆଞ୍ଚରେ ଏତେ ରାନ୍ଧନ୍ତୁ କି ଯେମିତି ତାହା ତେଲ ମାତ୍ରାରେ ହିଁ ରହିବ । ଏହି ତେଲକୁ ଛାଣି କୌଣସି ଶିଶି ରେ ରଖି ଦିଅନ୍ତୁ । ଏହି ତେଲ କାଛୁ କୁଣ୍ଡିଆ ଓ କୁଷ୍ଟରୋଗ ପାଇଁ ବହୁତ ଲାଭକାରୀ ହୋଇଥାଏ ।

୪. କାଇଁଚର ମୂଳକୁ ୩-୪ ଗ୍ରାମ ମାତ୍ରାରେ ନେଇ ପାଣିରେ ସିଝାଇ ଏହାର କାଡା ତିଆରି କରି ପିଇବା ଦ୍ଵାରା କାଶ ଓ କଫରୁ ଆରାମ ମିଳିଥାଏ ।

୫. କାଇଞ୍ଚର ପାଉଡର ତିଆରି କରି ସେଥିରେ ମିଶ୍ରି ମିଶାଇ ସେବନ କରିବା ଦ୍ଵାରା ସବୁ ପ୍ରକାରର କମ୍ଜୋରି ଦୂର ହୋଇଥାଏ । ଏହି ପ୍ରୟୋଗ ଦ୍ଵାରା ବଳବୃଦ୍ଧି, ବୀର୍ଯ୍ୟ ବୃଦ୍ଧି ଓ ସବୁ ପ୍ରକାରର କମ୍ଜୋରି ଓ ନଂପୁଷକତା ଦୂର ହୋଇଥାଏ ।

ପଢନ୍ତୁ: ଫୁଡ୍ ପଏଜନିଂ ହୋଇଥିଲେ କରନ୍ତୁ ଘରୋଇ ଉପାୟରେ ଚିକିତ୍ସା; ଜାଣନ୍ତୁ କିପରି

ସମ୍ବନ୍ଧିତ ଖବର

ବିନା ବ୍ୟାୟାମ ଓ ଡାଏଟିଂରେ କମାନ୍ତୁ ନିଜର ଓଜନ, ଜାଣନ୍ତୁ ଏହାର ଉପାୟ

Ratnamani Maharana

କାନ ଫୋଡ଼ିବା ସ୍ବାସ୍ଥ୍ୟ ପାଇଁ ଲାଭଦାୟକ

Ratnamani Maharana

ଘରର ମୁଖିଆ ଗୁରୁବାର ଦିନ ଏହି ତିନୋଟି କାମ କରିବା ଉଚିତ ନୁହେଁ, ଜାଣନ୍ତୁ କଣ

Ratnamani Maharana

ଫିଡସ୍ ଭଳି ରୋଗକୁ ୧୫ ଦିନରେ ସମୂଳେ ନାଶ କରିବା ଭଳି ସାହସ ରଖେ ଏହି ଆୟୁର୍ବେଦିକ ବିଧି

Ratnamani Maharana

ଅନେକ ରୋଗର ମହୋଷଧୀ ଏହି ଗଛର ପତ୍ର

Ratnamani Maharana

ଫୁଡ୍ ପଏଜନିଂ ହୋଇଥିଲେ କରନ୍ତୁ ଘରୋଇ ଉପାୟରେ ଚିକିତ୍ସା; ଜାଣନ୍ତୁ କିପରି

Ratnamani Maharana