Loading...

ଫ୍ରିଜ ନୁହେଁ ମାଠିଆରୁ ପିଆନ୍ତୁ ପାଣି ମିଳିବ ଅନେକ ଫାଇଦା

ଫ୍ରିଜ ନୁହେଁ ମାଠିଆରୁ ପିଆନ୍ତୁ ପାଣି ମିଳିବ ଅନେକ ଫାଇଦା

ଆମର ପୂର୍ବଜମାନେ ଜାଣିଥିଲେ ଯେ ଏହାର ଜଳ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ । ଆଜିକାଲି ପ୍ରତ୍ୟେକ ଘରେ ରେଫ୍ରିଜରେଟର ବ୍ୟବହାର ଯୋଗୁଁ, ମାଠିଆର ବ୍ୟବହାର ହ୍ରାସ ପାଇଛି ।

ପୂର୍ବରୁ ଲୋକମାନେ ଜଳ ସଂରକ୍ଷଣ ପାଇଁ ମାଠିଆ ବ୍ୟବହାର କରୁଥିଲେ । ଏହାର କାରଣ ହେଲା ମାଟି ପାତ୍ରରେ ଥିବା ପାଣି ସ୍ୱାଭାବିକ ଭାବେ ଥଣ୍ଡା ରହିଥାଏ । ଏଥି ସହିତ, ଆମର ପୂର୍ବଜମାନେ ଜାଣିଥିଲେ ଯେ ଏହାର ଜଳ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ହୋଇଥାଏ । ଆଜିକାଲି ପ୍ରତ୍ୟେକ ଘରେ ରେଫ୍ରିଜରେଟର ବ୍ୟବହାର ଯୋଗୁଁ, ମାଠିଆର ବ୍ୟବହାର ହ୍ରାସ ପାଇଛି । କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିକୋଣରୁ, ମାଟି ପାତ୍ରରେ ରଖାଯାଇଥିବା ପାଣି ପିଇବା ସ୍ୱାସ୍ଥ୍ୟପାଇଁ ଲାଭ ଦାୟକ ହୋଇଥାଏ । ତେବେ ଆସନ୍ତୁ ଜାଣିବା ମାଠିଆ ପାଣି ପିଇବାର ସ୍ଵାସ୍ଥ୍ୟଗତ ଫାଇଦା ବିଷୟରେ । 

୧- ଯେହେତୁ ମାଠିଆ ମାଟିରେ ପ୍ରସ୍ତୁତ ହୋଇଥାଏ ତେଣୁ ଏହା ଜୀବାଣୁ ନାଶକ ।  ମାଠିଆ ପାଣି ପିଇବା ଦ୍ୱାରା ଅଜୀର୍ଣ୍ଣ ସମସ୍ୟା ଅନେକାଂଶରେ ଦୂର ହୋଇଥାଏ ।  

୨- କ୍ଳାନ୍ତିରୁ  ଉପଶମ ଦିଏ ମାଠିଆ ପାଣି ।  

୩- ଯଦି ଶରୀରର କୌଣସି ସ୍ଥାନରୁ ରକ୍ତ କ୍ଷରଣ ହେଉଛି ତେବେ ସେଠାରେ ମାଠିଆ ପାଣି ଢ଼ାଳିଲେ ରକ୍ତ କ୍ଷରଣ ଅନେକାଂଶରେ ବନ୍ଦ ହୋଇଯାଏ ।  

୪- ସକାଳୁ ଉଠି ମାଠିଆ ପାଣି ପିଇବା ଦ୍ୱାରା ଆଖି ଓ ହାର୍ଟ ସୁସ୍ଥ ରହିଥାଏ ।  

୫- ପେଟଜନିତ ସମସ୍ୟା ବିଶେଷଭାବରେ ଗ୍ୟାଷ୍ଟ୍ରିକ ରୋଗୀଙ୍କ ପାଇଁ ଏହି ପାଣି ବେଶ୍‌ ଉପକାରୀ । ଯଦି ଆପଣଙ୍କର ଆଜମା ଜନିତ ସମସ୍ୟା ରହିଛି ତେବେ ମାଠିଆ ପାଣିଠାରୁ ନିଜକୁ ଯେତେ ସମ୍ଭବ ଦୂରେଇ ରୁଖନ୍ତୁ ।  

ସାବଧାନ: ପ୍ରତିଦିନ ମାଠିଆରୁ ବାସି ପାଣି ବାହାର କରି ପରିଷ୍କାର ପାଣି ଭର୍ତ୍ତି କରନ୍ତୁ । କାରଣ ମାଠିଆରେ ପାଣି ଅଧିକ ଦିନ ବ୍ୟବହୃତ ନ ହୋଇ ରହିଲେ ସେଥିରେ ବ୍ୟାକ୍ଟେରିଆ ସୃଷ୍ଟି ହୋଇଥାଆନ୍ତି । ତେଣୁ ପ୍ରତିଦିନ ମାଠିଆ ପାଣିକୁ ବଦଳାଇ ଦିଅନ୍ତୁ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.