LIFESTYLE

ବିବାହ ଜୀବନର ଏକ ଗୁରୁତ୍ଵପୂର୍ଣ ମୋଡ଼, ତେଣୁ ଜାଣନ୍ତୁ କେଉଁଭଳି ବ୍ୟକ୍ତିକୁ ବାଛିବେ ଜୀବନସାଥୀ

ବିବାହ ଜୀବନର ଏକ ଗୁରୁତ୍ଵପୂର୍ଣ ମୋଡ଼, ତେଣୁ ଯାଣନ୍ତୁ କେଉଁଭଳି ବ୍ୟକ୍ତିକୁ ବାଛିବେ ଜୀବନସାଥୀ

ବିବାହ କେବଳ ଏକ ଉତ୍ସବ ନୁହେଁ, ଏହା ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ମୋଡ଼ । ଏଥିପାଇଁ ସଭିଙ୍କ ମନରେ ଥାଏ କେତେ କେତେ ଖାସ୍ ସ୍ୱପ୍ନ । ନୂଆ ଜୀବନସାଥୀ କୁ ନେଇ ଥାଏ ଅନେକ ଉତ୍କଣ୍ଠା । କିନ୍ତୁ କିଭଳି ଲୋକକୁ ନିଜ ଜୀବନସାଥୀ ରୂପେ ବାଛିବେ ଏହା ଏକ ଗୁରୁତ୍ଵପୂର୍ଣ ନିଷ୍ପତି। ତେଣୁ ଭାବିଛିନ୍ତି ଏ ନିଷ୍ପତି ନେବା ଦରକାର । ନହେଲେ ଜୀବନ ନଷ୍ଟ ହେଇଯିବ । ଏହା ସତ୍ୟ ଯେ, ପ୍ରଥମ ଦେଖାରେ ଆପଣ କେବେ ବି କାହାକୁ ପରଖି ପାରିବେ ନାହିଁ । ତେଣୁ ବିବାହ ସବୁବେଳେ ଅଚାନକ ଫଳାଫଳ ଦେଇଥାଏ ।  ତେଣୁ ଯାଣନ୍ତୁ କେଉଁଭଳି ବ୍ୟକ୍ତିକୁ ବାଛିବେ ଜୀବନସାଥୀ ।

• ଯଦି ଆପଣ ଅନୁଭବ କରପାରୁଛନ୍ତି ଯେ, ଯାହାକୁ ଆପଣ ବିବାହ କରିବାକୁ ଯାଉଛନ୍ତି ସେ ବହୁତ ମିଛ କହୁଛନ୍ତି ତେବେ ତାଙ୍କୁ ଆଦୌ ବିବାହ କରନ୍ତୁ ନାହିଁ । କାରଣ ସେ ଆପଣଙ୍କୁ ସାରା ଜୀବନ ମିଛ କହୁଥିବେ ଏବଂ ଆପଣଙ୍କ ଜୀବନ ମିଛମୟ ହୋଇଯିବାର ସମ୍ଭାବନା ବହୁତ ଅଧିକ ରହିଛି । ତେଣୁ ମିଛ କହୁଥିବା କହୁଥିବା ବ୍ୟକ୍ତି କାହାର କେବେ ବି ବିଶ୍ୱାସର ପାତ୍ର ହୋଇ ନଥାନ୍ତି ।

marriage

• ଯେଉଁ ସାଥୀ ଆପଣଙ୍କ ନିକଟରେ ରହୁଥିବେ, କିନ୍ତୁ ଆପଣଙ୍କ ଖରାପ ବା ଅସୁବିଧା ସମୟରେ ଆପଣଙ୍କଠାରୁ ଦୂରେଇ ରହୁଥିବେ ତେବେ ସେଭଳି ସୁବିଧାବାଦୀ ଲୋକଙ୍କୁଠାରୁ ସବୁବେଳେ ଦୂରେଇ ରୁହନ୍ତୁ କିମ୍ବା ସେମାନଙ୍କ ସହ ଖୁବ କମ୍ ମିଳାମିଶା କରନ୍ତୁ । କାରଣ ଏଭଳି ବ୍ୟକ୍ତି କେବଳ ନିଜ ସୁବିଧା ଖୋଜି ଥାନ୍ତି । ଆଉ ଅନ୍ୟ କୌଣସି ଦୁଃଖରେ ସାମିଲ ମଧ୍ୟ ହୋଇ ନଥାନ୍ତି । ତେବେ ଏଭଳି ବ୍ୟକ୍ତି ସହ ବିବାହ କଲେ ଆପଣଙ୍କ ଜୀବନ ଦୁଃଖମୟ ହୋଇପାରେ ।

• ଯଦି ନିଜକୁ ବେଶୀ ଭଲ ପାଆନ୍ତି ସେ ଚାହାଁନ୍ତି ସେ ସମସ୍ତଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ହେବାପାଇଁ । ଯଦି ଆପଣ ତାଙ୍କ ଚିନ୍ତାଧାରାକୁ ଗ୍ରହଣ ନକରନ୍ତି । ତେବେ ସେ ଆପଣଙ୍କୁ ସମସ୍ୟାରେ ପକାଇ ପାରନ୍ତି ତେଣୁ ଏଭଳି ବାକ୍ତିଙ୍କଠାରୁ ଦୂରେଇ ରହିବା ଭଲ ।

• ଅନ୍ୟକୁ ଅସୁବିଧାରେ ପକାଉଥିବା ବ୍ୟକ୍ତି କେବେ ବି ବିଶ୍ୱାସ ଯୋଗ୍ୟ ନୁହଁନ୍ତି । କାରଣ ଏପରି ପ୍ରବୃତ୍ତିର ଲୋକ ଅନ୍ୟକୁ ଅସୁବିଧାରେ ପକାଇ ସବୁ ଖୁସି ନିଜେ ନେବାକୁ ଚାହେଁ । ସେ ଭଦ୍ରବ୍ୟକ୍ତିର ମୁଖା ପିନ୍ଧିଥିବେ ମାତ୍ର ଅନ୍ୟକୁ ଅସୁବିଧାରେ ପକାଇବାକୁ ସବୁବେଳେ ପ୍ରୟାସ କରିଥାନ୍ତି ।

• ନିଷ୍କ୍ରିୟ ବ୍ୟକ୍ତିତ୍ୱ  ଏପରି ବ୍ୟକ୍ତି ବିଶେଷ ସାଧାରଣତଃ କୌଣସି ପଦକ୍ଷେପ ନେଉ ନଥିବେ । ଏଥିସହ ଆଦୌ କୌଣସି କାମ ପାଇଁ ସକ୍ରିୟ ହୋଇ ନଥିବେ । ଏପରିକି ଆପଣଙ୍କ ଆବଶ୍ୟକତା ଆଦୌ ବୁଝି ନଥିବେ । ତେବେ ସେଭଳି ବ୍ୟକ୍ତିଙ୍କୁ ବିବାହ କରିବା ଆଦୌ ଠିକ୍ ନୁହେଁ ।

ପଢନ୍ତୁ ସୋନମ କପୁରଙ୍କ ନୂଆ ସିନେମା ବିଷୟରେ

Related posts

ଅଣ୍ଟାବିନ୍ଧାରୁ ମୁକ୍ତି ପାଇବାକୁ ଚହୁଁଛନ୍ତି କି? ତେବେ ଆପଣାନ୍ତୁ ଏହି ଘରୋଇ ଉପଚାର

ENO Beuro

ଆସନ୍ତୁ ଜାଣିବା , ବର୍ଷା ଦିନରେ କେଉଁ କେଉଁ ଖାଦ୍ୟ ପଦାର୍ଥ ଖାଇଲେ ଏହା ଶରୀରଉପରେ କୁପ୍ରଭାବ ପକାଇଥାଏ

ENO Beuro

ଲିଫ୍ଟ ବ୍ୟବହାର କରିବା ଶରୀର ପାଇଁ ହୋଇପାରେ କ୍ଷତିକାରକ ! ଆସନ୍ତୁ ଜାଣିବା ଏହାର କାରଣ

ENO Beuro

1 comment

Leave a Comment