32 C
Bhubaneswar
January 25, 2021
EnewsOdia.Com
ଦେଶ ବିଦେଶ ନ୍ୟୁଜ୍ ମନୋରଞ୍ଜନ

ଭିକାରୀରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳ ଏବେ କେମିତି ଅଛନ୍ତି!

ରାସ୍ତା କଡ଼ ଭିକାରୀରୁ ରାତାରାତି ଷ୍ଟାର ପାଲଟିଥିବା ରାନୁ ମଣ୍ଡଳଙ୍କୁ କିଏ ବା ନ ଜାଣେ। ସ୍ୱଳ୍ପ ସମୟ ମଧ୍ୟରେ ହିଟ୍‌ ହୋଇଥିବା ଏହି ମହିଳା ବଲିଉଡ୍‌ରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଥିଲେ। ହିମେଶ ରେଶମିଆଙ୍କ ଯୋଗୁ ବଲିଉଡ୍‌ରେ ପ୍ରବେଶ କରିଥିବା ରାନୁ ଯେଭଳି ଖୁବ୍‌ କମ୍‌ ସମୟରେ ଲୋକଲୋଚନକୁ ଆସିଥିଲେ ସେହିଭଳି ନିଜ ଉପର ମୁହାଁ ପ୍ରକୃତି, ଫ୍ୟାନ୍‌ଙ୍କ ସହ ଦୁର୍ବବ୍ୟବହାର ଯୋଗୁ ଘୃଣାର ପାତ୍ର ମଧ୍ୟ ପାଲଟିଥିଲେ। ଦିନେ ପ୍ରଶଂସାରେ ପୋତି ପକାଉଥିବା ଫ୍ୟାନ୍‌ ତାଙ୍କୁ ଏବେ ଗାଳି ଦେଉଛନ୍ତି। କେବଳ ଖରାପ ବ୍ୟବହାର ଯୋଗୁ ହିଁ ତାଙ୍କ ଅସ୍ତିତ୍ୱ ଲିଭିବାକୁ ବସିଲାଣି।

ranu

ତେରି ମେରି କାହାନୀ ଗୀତରୁ ବଲିଉଡ୍‌ରେ ପରିଚୟ ସୃଷ୍ଟି କରିଥିବା ରାନୁ ମଣ୍ଡଳଙ୍କୁ ସେତେବେଳ ସମୟରେ ପିଲାଠୁ ବୁଢ଼ା ପର୍ଯ୍ୟନ୍ତ ସମସ୍ତେ ଚିହ୍ନିଯାଇଥିଲେ। ଷ୍ଟେସନ୍‌ରେ ଭିକ ମାଗୁଥିବା ରାନୁଙ୍କ ଗୀତ ଶୁଣି ଜଣେ ସୋସିଆଲ ମିଡିଆ ୟୁଜର ତାକୁ ସେୟାର କରିଥିଲେ। ଏହି ଗୀତ ଲୋକଙ୍କୁ ଏତେ ପସନ୍ଦ ଆସିଥିଲା ଯେ ସେମାନେ ତାହାକୁ ଖୁବ୍‌ ସେୟାର କରିବାକୁ ଲାଗିଥିଲେ। ଏହି ଗୀତ ଉପରେ ହିମେଶଙ୍କ ଦୃଷ୍ଟି ପଡ଼ିବାରୁ ସେ ରାନୁଙ୍କୁ ନିଜ ଫିଲ୍ମର ଏକ ଗୀତ ଗାଇବାକୁ ସୁଯୋଗ ଦେଇଥିଳେ। ରାନୁଙ୍କ ଯୋଗୁ ଗୀତଟି ହିଟ୍‌ ମଧ୍ୟ ହେଲା।

ranu3

କିନ୍ତୁ ରାସ୍ତା କଡ଼ରୁ ରାଜଉଆସ ଦେଖିବା ପରେ ରାନୁଙ୍କ ପ୍ରକୃତି ବଦଳିଯାଇଥିଲା। ସେ ନିଜ ପ୍ରକୃତ ପରିଚୟ ଭୁଲିଯାଇଥିଲେ। ଖୁସିରେ ତାଙ୍କ ପାଖକୁ ଫଟୋ ଉଠାଇବାକୁ ଆସୁଥିବା ଲୋକଙ୍କୁ ସେ ଦୁର୍ବ୍ୟବହାର କରିବାକୁ ଲାଗିଲେ। ତାଙ୍କ ଅଶାଳୀନ ବ୍ୟବହାରର ଭିଡିଓ ଭାଇରାଲ ହେବା ପରେ ଲୋକମାନେ ରାନୁଙ୍କୁ ଘୃଣା କରିବା ଆରମ୍ଭ କଲେ। ଏଥିସହ ରାନୁଙ୍କ ଲୋକପ୍ରିୟତା ମଧ୍ୟ କମିବାକୁ ଲାଗିଲା। ଲୋକଙ୍କ ଭଲ ପାଇବା ଯୋଗୁ ଶୀର୍ଷରେ ପହଞ୍ଚିଥିବା ରାନୁ ପୁଣି ଥରେ ରାତାରାତି ତଳକୁ ଖସିଗଲେ। ଏବେ ରାନୁଙ୍କ ହାତରେ ଆଉ କିଛି ପ୍ରୋଜେକ୍ଟ ନାହିଁ। ଏମିତି କି ତାଙ୍କୁ ଆଉ କେହି ପଚାରୁନଥିବା ଜଣାପଡ଼ିଛି। ତେବେ ରାନୁଙ୍କ ଜୀବନକୁ ନେଇ ବାୟୋପିକ୍‌ ନିର୍ମାଣ ହେବା ନେଇ ଶୁଣିବାକୁ ମିଳୁଛି।

ପଢନ୍ତୁ: ପୁଲୱାମା ଆକ୍ରମଣରେ ବ୍ୟବହୃତ ବିସ୍ପୋରକ ପ୍ରସ୍ତୁତି ପାଇଁ ଆମାଜନରୁ କିଣା ଯାଇଥିଲା ରାସାୟନିକ

Related posts

ମୁସଲମାନ ସମ୍ପ୍ରଦାୟର ବିବାହ କାର୍ଡରେ ଭଗବାନ ଗଣେଶ ଓ ରାଧାକୃଷ୍ଣଙ୍କ ଫଟୋ

Ratnamani Maharana

୨୨ରେ ୪ ନିର୍ଭୟା ଦୋଷୀଙ୍କୁ ମିଳିନପାରେ ଫାଶୀ

Ratnamani Maharana

ଆସୁଛି କକ୍ରୋଚ୍‌ ଡ୍ରୋନ୍‌, ବଙ୍କରରେ ଲୁଚିଥିଲେ ବି ଖୋଜି ବାହାର କରିବ ଶତ୍ରୁକୁ

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More