ସ୍ୱାସ୍ଥ୍ୟ ପାଇଁ ଗୁଡ ସେବନ ଅତ୍ୟନ୍ତ ଲାଭଦାୟୀ
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
Loading...
ଆପଣ ଗୋଲାପ ଜଳ ଦ୍ୱାରା ତ୍ୱଚାର ଯତ୍ନ ନେବା କଥା ଅନେକବାର ଶୁଣିଥିବେ ଓ ବ୍ୟବହାର ମଧ୍ୟ କରିଥିବେ । ହେଲେ ଆମେ ଆଜି ଆପଣଙ୍କୁ ଗୋଲାପର ତେଲ ସମ୍ପର୍କରେ କହିବୁ । ଏହି ଗୋଲାପର ତେଲ କିପରି ପ୍ରସ୍ତୁତ ହୁଏ ଓ ଏହା କିପରି ତ୍ୱଚାର ଚମକକୁ ବନାଇ ରଖିବ ଆସନ୍ତୁ ଜାଣିବା ।
ପ୍ରତ୍ୟେକ ମହିଳା ଚାହିଁନ୍ତି କି ସେମାନଙ୍କର ତ୍ୱଚା ସବୁ ବେଳେ ସୁନ୍ଦର ହୋଇ ରହିଥାଉ । ବୟସ ବଢିବା ସହ ସେମାନଙ୍କର ତ୍ୱଚାରେ କଳା ଦାଗ , ରିଙ୍କଲ ଆଦି ନଦେଖାଯାଉ । ସେହି ସବୁ ରିଙ୍କଲ ଓ ଦାଗ ନପଡିବା ପାଇଁ ମହିଳାମାନେ ପାର୍ଲର, ବଜାରରେ ମିଳୁଥିବା ବିଭିନ୍ନ ପ୍ରକାରର କ୍ରିମ ଓ ଭିନ୍ନଭିନ୍ନ ପ୍ରକାରର ଟ୍ରୀଟମେଣ୍ଟ କରିବାକୁ ପଛାଉନାହାନ୍ତି । ତେବେ ଏତେସବୁ କରିବା ସତ୍ୱ ବେଳେ ବେଳେ ଏହାର କୌଣସି ପ୍ରଭାବ ପଡୁନଥିବା ଦେଖିବାକୁ ମିଳିଥାଏ । କିନ୍ତୁ କିଛି ଘରୋଇ ଉପାୟରେ ନିଜ ତ୍ୱଚାର ଯତ୍ନ ଆପଣ ନେଇପାରିବେ । କହିବାକୁ ଗଲେ ଅଳ୍ପ କିଛି ଅର୍ଥ କିମ୍ବା ବିନା ଅର୍ଥରେ ମଧ୍ୟ ଆପଣ ଆପଣଙ୍କର ତ୍ୱଚାର ଯତ୍ନ ନେଇପାରିବେ । ଆଜି ଆମେ ଆପଣଙ୍କ ସେହିଭଳି କିଛି ଘରୋଇ ଉପାୟରୁ ଗୋଟଏ ଉପାୟ କହିବୁ ଯାହା ଆପଣଙ୍କର ତ୍ୱଚାର ସୁନ୍ଦରତ୍ୱ ବଜାଇରଖିବ ।
ଗୋଲାପ – ଆପଣ ଗୋଲାପ ଜଳ ଦ୍ୱାରା ତ୍ୱଚାର ଯତ୍ନ ନେବା କଥା ଅନେକବାର ଶୁଣିଥିବେ ଓ ବ୍ୟବହାର ମଧ୍ୟ କରିଥିବେ । ହେଲେ ଆମେ ଆଜି ଆପଣଙ୍କୁ ଗୋଲାପର ତେଲ ସମ୍ପର୍କରେ କହିବୁ । ଏହି ଗୋଲାପର ତେଲ କିପରି ପ୍ରସ୍ତୁତ ହୁଏ ଓ ଏହା କିପରି ତ୍ୱଚାର ଚମକକୁ ବନାଇ ରଖିବ ଆସନ୍ତୁ ଜାଣିବା ।
ପ୍ରଥମେ କିଛି ଗୋଲାପ ଆଣି ସେଥିରୁ ଗୋଲାପ ପାଖୁଡାକୁ ଅଲଗା କରନ୍ତୁ । ଗୋଟିଏ କାଚ ପାତ୍ରରେ ଅଲିଭଏଲ ନେଇ ସେଥିରେ ସେହି ଗୋଲାବର ପାଖୁଡାକୁ ପକାନ୍ତୁ । ଅନ୍ୟପଟେ ଆପଣ ଏକ ପାତ୍ରରେ ଗରମପାଣି କରି ସେଥିମଧ୍ୟରେ ଯେଉଁ କାଚ ପାତ୍ରରେ ଅଲିଭଏଲ ଓ ଗୋଲାପ ପାଖୁଡା ରଖିଥିଲେ ତାହାକୁ ସେହି ଗରମ ପାଣି ପାତ୍ର ମଧ୍ୟରେ ରଖିଦିଅନ୍ତୁ । କାଚ ପାତ୍ରକୁ ଗୋଟିଏ ରାତି ସେହି ଗରମ ପାଣି ପାତ୍ର ମଧ୍ୟରେ ରଖି ଦିଅନ୍ତୁ । ପରଦିନ ସେହି ତେଲରୁ ପାଖଉଡା ଗୁଡିକୁ ଭଲ ଭାବରେ ଚିପୁଡି ବାହାର କରିଦିଅନ୍ତୁ । ଏବେ ଏହି ତେଲରୁ ଦୁଇରୁ ତିନି ଠୋପା ନିଜ ମୁହଁରେ ବ୍ୟବହାର କରନ୍ତୁ କିଛି ଦିନ ପରେ ଫରକ ଜାଣିପାରିବେ ।
ଗୋଲାପ ଜଳର ଭଲ ଫାଇଦା ଥିବାରୁ ଏହାର ବ୍ୟବହାର ସମସ୍ତ କରିଥାନ୍ତି । ସେହିଭଳି ଆପଣ ଯଦି ଗୋଲାପ ତେଲର ବ୍ୟବହାର କରନ୍ତି ତେବେ ଏହା ମଧ୍ୟ ଆପଣଙ୍କୁ ଭରପୂର ଫାଇବା ପ୍ରଦାନ କରିବ । ଏଥିରେ ଥିବା ଆଣ୍ଟିଅକ୍ସିଡେଣ୍ଟ ତ୍ୱଚାରେ ଥିବା ଜୀବାଣୁଙ୍କର ବିମାଷ କରିଥାନ୍ତି । ଚେହେରାରେ ଆସୁଥିବା ରିଙ୍କଲକୁ ଦୂର କରିବା ପାଇଁ ଏହି ତେଲର କିଛି ଠୋପା ବ୍ୟବହାର ପ୍ରତିଦିନ କରିବା ଆବଶ୍ୟକ ଯାହା ଦ୍ୱାରା ଆପଣ ଏହି ସମସ୍ୟାରୁ ଆରାମ ପାଇପାରିବେ । ଆଖିର ଚାରିପଟ ସବୁଠାରୁ ଅଧିକ କୋମଳ ହୋଇଥାଏ ତେଣୁ ଏଠାରେ ହିଁ ପ୍ରଥମେ ବୟସର ଛାପ ଦେଖିବାକୁ ମିଳିଥାଏ । ଯଦି ଆପଣ ଏହି ତେଲର ବ୍ୟବହାର ଆଖିର ଚାରିପଟେ କରୁଛନ୍ତି ତେବେ ଏହାର ପ୍ରଭାବ ଆପଣ ଦେଖିପାରିବେ । ଏହା ଏକ ଘରୋଇ ଉପାୟରେ ତିଆରି ହୋଇଥିବାରୁ ଆପଣଙ୍କ ତ୍ୱଚାକୁ କୌଣସି ବି କ୍ଷତି ପହଞ୍ଚାଇବନାହିଁ ।
ପଢନ୍ତୁ: ଛୋଟ ପିଲାଙ୍କୁ ଏସିଡିଟିରୁ ରକ୍ଷା କରିବା ପାଇଁ ଆପାଣନ୍ତୁ ଏହି ଉପାୟ
Shakespeare, in the beautiful garden, among the party. Some of the hall: in fact she was ever to.
ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ଗୁଡ ସହାୟକ ହୋଇଥାଏ । ଉଚ୍ଚ ରକ୍ତଚାପ ବିଶିଷ୍ଟ ବ୍ୟକ୍ତିଙ୍କୁ ପ୍ରତ୍ୟେକ ଦିନ ଗୁଡ ଖାଇବା ପାଇଁ ପରାମର୍ଶ ଦିଆଯାଇଥାଏ ।
ପ୍ରତିଦିନ କଲରା ସେବନ କରିବା ଦ୍ୱାରା, ଏହା ପାଚନ ତନ୍ତ୍ରକୁ ସୁସ୍ଥ ରଖିବାରେ ସାହାଯ୍ୟ କରେ ।
ଅନେକ ସାବୁନ ଚେହେରାକୁ କୋମଳ ଆଉ ମୁଲାୟମ କରିବା ପରିବର୍ତ୍ତେ ଏହାକୁ ଶୁଷ୍କ କରିଦିଏ।