EnewsOdia.Com

ଜାଣନ୍ତୁ ଥକାପଣ ଦୂର କରାଇବାର ସହଜ ଉପାୟ

ଅଧିକ କାମ ଓ ପର୍ବପର୍ବାଣୀ ସମୟରେ ଥକାପଣ କାରଣରୁ ସାଧାରଣତଃ କିଛି ଦିନ ଯାଏ ମୁଣ୍ଡ ବିନ୍ଧା ଓ ଅବଶ ଅନୁଭବ ହୋଇଥାଏ। ଏପରିସ୍ଥଳେ କେତେକ ଘରୋଇ ଓ ପ୍ରାକୃତିକ ଉପାୟ ଆପଣାଇ ମୁଣ୍ଡବିନ୍ଧା ଓ ଥକାପଣରୁ ଆରାମ ପାଇପାରିବେ।

ଅଦା

ଆପଣ ଥକାପଣ ଓ ମୁଣ୍ଡବିନ୍ଧାରୁ ମୁକ୍ତି ପାଇବା ଲାଗି ଅଦା ରସ, ଅଦାରେ ତିଆରି କରାଯାଇଥିବା ଚା’ କିମ୍ବା ଅଦା ଚକୋଲେଟ୍‌ ବ୍ୟବହାର କରିପାରିବେ। ଏହା ମସ୍ତିଷ୍କକୁ ରିଲାକ୍ସ କରି ଶ୍ବାସ ପ୍ରକ୍ରିୟାକୁ ନର୍ମାଲ କରିଥାଏ। ଥକାପଣ ଦୂର କରିବାରେ ମଧ୍ୟ ଏହା ସାହାଯ୍ୟ କରେ।

ହଳଦୀଯୁକ୍ତ କ୍ଷୀର

ଶରୀରର ଯନ୍ତ୍ରଣା ଓ ଥକାପଣ ଦୂର କରିବା ଲାଗି ହଳଦୀ ଓ କ୍ଷୀରର କମ୍ବିନେସନ୍‌ର କୌଣସି କାଟ ନାହିଁ। ଆପଣ ଦିନରେ ଦୁଇ ଗ୍ଲାସ୍‌ ହଳଦୀଯୁକ୍ତ କ୍ଷୀର ସେବନ କରି କିଛି ସମୟ ବିଛଣାରେ ଗଡ଼ନ୍ତୁ। ଦେଖିବେ କିଛି ସମୟ ମଧ୍ୟରେ ଆପଣଙ୍କ ସାରା ଥକା ଦୂର ହୋଇଯିବ।

ପିପରମିଣ୍ଟ ଅଏଲ

ପିପରମିଣ୍ଟ ଅଏଲ୍‌ରେ ମିନ୍ଥଲ ରହିଛି। ଏହା ଶରୀରର ବ୍ଲଡ୍‌ ସର୍କୁଲେସନ୍‌କୁ ନିୟନ୍ତ୍ରିତ କରିବାରେ ସାହାଯ୍ୟ କରେ। ଆପଣ ଏହି ତେଲର ବାସ୍ନାରେ ମୁଣ୍ଡବିନ୍ଧା ଓ ଥକାପଣ ଦୂର କରିପାରିବେ। ଆପଣ ଏହି ତେଲ ସହିତ କିଛି ବୁନ୍ଦା ବାଦାମ ତେଲ ମିଶାନ୍ତୁ। ଏହି ମିଶ୍ରଣକୁ ବେକମୁଣ୍ଡା ଓ କାନ୍ଧରେ ମାଲିସ୍‌ କରନ୍ତୁ। ଦେଖିବେ ରିଫ୍ରେସିଂ ଅନୁଭବ ହେବ।

ପାୱାର ନ୍ୟାପ୍‌ ନିଅନ୍ତୁ

ଅଧିକ ଥକା ଲାଗୁଥିଲେ ରିଲାକ୍ସ ହୋଇ ପାଖାପାଖି ୨୦ରୁ ୩୦ ମିନିଟ୍‌ ଯାଏ ପାୱାର ନ୍ୟାପ୍‌ ନିଅନ୍ତୁ। ଏହାଦ୍ବାରା ଆପଣଙ୍କୁ ଆରାମ ମିଳିବ। ଉଠିବା ପରେ ଆପଣଙ୍କ ପସନ୍ଦର ହଟ୍‌ ଡ୍ରିଙ୍କ ସେବନ କରନ୍ତୁ, ଦେଖିବେ ଏନର୍ଜେଟିକ୍‌ ଫିଲ୍‌ ହେବ।

ମାଲିସ୍‌

ଆପଣ ଥକାପଣ ଦୂର ପାଇଁ ଫୁଲ୍‌ ବଡି ମସାଜ୍‌ ନେଇପାରିବେ କିମ୍ବା ମୁଣ୍ଡ ଓ ଗୋଡ଼ ମସାଜ୍‌ ମଧ୍ୟ କରିପାରିବେ। ଏହା ଆପଣଙ୍କ ଥକାପଣକୁ ଛୁ ମନ୍ତର କରିବାର ସବୁଠାରୁ ମଜାଦାର ଉପାୟ। ଆପଣ ନିଜକୁ ଖୁବ୍‌ ରିଲାକ୍ସ ଅନୁଭବ କରିବେ।

ପଢନ୍ତୁ: ଅନେକ ରୋଗର ମହୋଷଧୀ ଏହି ଗଛର ପତ୍ର

ସମ୍ବନ୍ଧିତ ଖବର

‘ଫ୍ଲୁ’ ରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ୫ଟି ପ୍ରାକୃତିକ ଉପାୟ

Ratnamani Maharana

ଗର୍ଭାବସ୍ଥାରେ ଘୁଙ୍ଗୁଡ଼ି ମାରୁଥିଲେ ଗର୍ଭସ୍ଥ ଶିଶୁ ଉପରେ ପଡ଼ିପାରେ ନକାରାତ୍ମକ ପ୍ରଭାବ

Ratnamani Maharana

ଘରୋଇ ଉପାୟରେ ଛଡ଼ାନ୍ତୁ ଧୂମପାନ ଅଭ୍ୟାସ

Ratnamani Maharana

ସୁନା ଗହଣା, ହୀରା କିଣିବା ବେଳେ 4c ସହ ଧ୍ୟାନ ଦିଅନ୍ତୁ ଏହି ବିଷୟରେ

Ratnamani Maharana

ଆପେଣ୍ଡିସକ୍ସ ଆଡକୁ ଇସାରା କରିଥାଏ ଏହି ଲକ୍ଷଣ, ପୂର୍ବରୁ ହିଁ ହୋଇଯାନ୍ତୁ ସତର୍କ

Ratnamani Maharana

ଗରମ ଚା’ ବଢ଼ାଏ ଗଳା କ୍ୟାନ୍‌ସର ଆଶଙ୍କା

Ratnamani Maharana