ଆସନ୍ତୁ ଆଜି ଆମେ ଜାଣିବା କିଛି ଶୀତ ଦିନିଆ ଆଲର୍ଜି ଓ ଏହାର ପ୍ରତିକାର ବିଷୟରେ
ସାଧାରଣତଃ ଆଲର୍ଜିର କେତେକ ପ୍ରମୁଖ କାରଣ: ୧- ଗୃହପାଳିତ କୁକୁର, ବିଲେଇ କିମ୍ବା ଅନ୍ୟ ପଶୁପକ୍ଷୀଙ୍କ ଲୋମ ଦ୍ୱାରା ଆଲର୍ଜି ହୋଇଥାଏ।
Loading...
ପ୍ରତିବର୍ଷ ହୋଲି ଖେଳିବା ପାଇଁ ଆମେ ବଜାରରୁ ରଙ୍ଗ କିଣିଥାଉ। ଅନେକ ଲୋକ ଏହି ରଙ୍ଗକୁ ଖରାପ କହି ହୋଲି ଖେଳି ନଥାନ୍ତି। କିନ୍ତୁ ଆପଣ ଏହି ବର୍ଷ ହୋଲି ପାଳନ କରନ୍ତୁ । ତାହା ପୁଣି ବଜାରରେ ମିଳୁଥିବା ରଙ୍ଗରେ ନୁହେଁ।
ପ୍ରତିବର୍ଷ ହୋଲି ଖେଳିବା ପାଇଁ ଆମେ ବଜାରରୁ ରଙ୍ଗ କିଣିଥାଉ। ଅନେକ ଲୋକ ଏହି ରଙ୍ଗକୁ ଖରାପ କହି ହୋଲି ଖେଳି ନଥାନ୍ତି। କିନ୍ତୁ ଆପଣ ଏହି ବର୍ଷ ହୋଲି ପାଳନ କରନ୍ତୁ । ତାହା ପୁଣି ବଜାରରେ ମିଳୁଥିବା ରଙ୍ଗରେ ନୁହେଁ। ହର୍ବାଲ କଲର୍ରେ। ହର୍ବାଲ ହୋଲି ରଙ୍ଗ ବ୍ୟବହାର କଳେ ଆପଣଙ୍କର କୌଣସି ଚର୍ମଜନିତ ସମସ୍ୟା ଦେଖାଯିବ ନାହିଁ। ରଙ୍ଗ ଖେଳିଲା ବେଳେ କେମିକାଲ୍ ରଙ୍ଗ ସବୁ ଆଖି କାନକୁ ଚାଲିଯାଇ ଇନ୍ଫେକ୍ସନ୍ ହେବାର ଡର ଥାଏ। ଏହାକୁ ଆପଣ ବ୍ୟବହାର କଲେ ଏହି ଡର ମଧ୍ୟ ରହିବ ନାହିଁ।ତେବେ ଏହିଠାରେ ଆପଣ ଭାବୁଥିବେ ଆମେ ହର୍ବାଲ ରଙ୍ଗ କେଉଁଠୁ କିଣିବା। ଆପଣଙ୍କୁ ଏହି ରଙ୍ଗ କିଣିବା ଆବଶ୍ୟକ ନାହିଁ। ଏହାକୁ ଆପଣ ନିଜ ଘରେ ପ୍ରସ୍ତୁତ କରିପାରିବେ। ତାହା ପୁଣି ଆପଣଙ୍କ ଘରେ ଥିବା ସାମଗ୍ରୀରେ। ଆଉ ଏହା ସୁଗନ୍ଧଯୁକ୍ତ ମଧ୍ୟ ହୋଇଥାଏ। ଏମିତି ସୁଗନ୍ଧଯୁକ୍ତ ରଙ୍ଗତ ଆପଣ ବଜାରରେ ମଧ୍ୟ ପାଇବେ ନାହିଁ। ତାହାଲେ ଜାଣନ୍ତୁ କିପରି ଆମେ ଏହି ପ୍ରାକୃତିକ ଜିନିଷ ସବୁ ବ୍ୟବହାର କରି ରଙ୍ଗ ପ୍ରସ୍ତୁତ କରିପାରିବା।
ତାହାଲେ ଏହି ରଙ୍ଗ ତିଆରି କରିବା ପାଇଁ ଆପଣଙ୍କୁ ମୁଖ୍ୟତଃ ଦୁଇଟି ଜିନିଷର ଆବଶ୍ୟକ ପଡ଼ିବ। ଗୋଟେ ହେଲା ବେସ୍ ଆଉ ଗୋଟେ ହେଲା ରଙ୍ଗ। ବେସ୍ ପାଇଁ ଆପଣ କର୍ଣ୍ଣଫ୍ଲୋର୍ ନେଇପାରିବେ। ଏହା ସବୁ ମାର୍କେଟରେ ଅତି ସହଜରେ ଆପଣଙ୍କୁ ମିଳିଯିବ।
ଗ୍ରୀନ୍ କଲର୍ ପାଇଁ ଆପଣ ପାଳଙ୍ଗ ଶାଗ, ପିଙ୍କ୍ କଲର୍ ପାଇଁ ବିଟ୍, ହଳଦିଆ କଲର୍ ପାଇଁ ହଳଦୀ ନେଇ ପାରିବେ।ଆମେ ପ୍ରଥମେ ପାଳଙ୍ଗ ଶାଗ, ବିଟ୍ରୁ ରସ ବାହାର କରି ଦୁଇଟି ଭିନ୍ନ ଭିନ୍ନ ପାତ୍ରରେ ରଖିବା। ରସ ବାହାର କଲାବେଳେ ଅଧିକା ପାଣିଆ କରିବେ ନାହିଁ। ଏହାକୁ ଛାଣିକି ଗାଢ଼ା ରଖିବେ। ପ୍ରଥମେ ହଳଦିଆ ରଙ୍ଗ ପାଇଁ କର୍ଣ୍ଣଫ୍ଲୋର୍ ନିଅନ୍ତୁ। ଆପଣ ଏଠାରେ ଯେତେ ରଙ୍ଗ ତିଆରି କରିବେ ସେହି ଅନୁସାରେ ଆପଣ କର୍ଣ୍ଣଫ୍ଲୋର୍ ନେଇପାରିବେ।
କର୍ଣ୍ଣଫ୍ଲୋର୍ରେ ହଳଦିର ଗାଢ଼ା ପେଷ୍ଟକୁ ମିଶାନ୍ତୁ। ସେହିପରି ଆଉ ଏକ ପାତ୍ରରେ କର୍ଣ୍ଣଫ୍ଲୋର୍ ନେଇ ବିଟ୍ ରସ ମିଶାନ୍ତୁ। ଆଉ ଏହା ପରେ ପାଳଙ୍ଗ ରସ ମଧ୍ୟ ସେହିପରି ଭାବରେ କର୍ଣ୍ଣଫ୍ଲୋର୍ରେ ମିଶାନ୍ତୁ। ଏହାକୁ ସୁଗନ୍ଧଯୁକ୍ତ ତିଆରି କରିବା ପାଇଁ ଆପଣ ସେଥିରେ ଅତର ପକାଇ ପାରିବେ। ହଳଦୀ ପେଷ୍ଟରେ ଆପଣ ଚନ୍ଦନରେ ଅତର ପକାଇ ପାରିବେ। ଏହା ଆପଣଙ୍କ ରଙ୍ଗକୁ ସବୁଠୁ ଖାସ୍ କରିବ।
ଏହା ପରେ ଆପଣ ତିଆରି କରିଥିବା ଗାଢ଼ା ଘୋଳକୁ ଖରାରେ ରଖି ଶୁଖିବା ପାଇଁ ଛାଡ଼ି ଦିଅନ୍ତୁ। ଅଧିକା ସମୟ ଏହାକୁ ଖରାରେ ରଖିବେ ନାହିଁ। ନ ହେଲେ ଏହାର ରଙ୍ଗ ଉଡ଼ି ଯାଇପାରେ। ଏହା ଶୁଖିଗଲା ପରେ ତାକୁ ଅଲଗା ଅଲଗା କରି ଗ୍ରାଇଣ୍ଡ କରିଦିଅନ୍ତୁ। ଏହା ପୂରା ପ୍ଲେନ୍ ହୋଇଯିବ।
ଏହାକୁ ଏବେ ଗୋଟେ ପାତ୍ରରେ ରଖି ହୋଲି ଦିନକୁ ଆହୁରି ରଙ୍ଗିନ୍, ସୁଗନ୍ଧଯୁକ୍ତ କରନ୍ତୁ।
Shakespeare, in the beautiful garden, among the party. Some of the hall: in fact she was ever to.
ସାଧାରଣତଃ ଆଲର୍ଜିର କେତେକ ପ୍ରମୁଖ କାରଣ: ୧- ଗୃହପାଳିତ କୁକୁର, ବିଲେଇ କିମ୍ବା ଅନ୍ୟ ପଶୁପକ୍ଷୀଙ୍କ ଲୋମ ଦ୍ୱାରା ଆଲର୍ଜି ହୋଇଥାଏ।
ଅଧିକାଂଶ ଲୋକଙ୍କୁ ରାଗ ଖାଇବା ବେଶ ପସନ୍ଦ। ତେବେ କେବଳ ଖାଦ୍ଯରେ ସ୍ଵାଦ ନୁହେଁ ଅନେକ ରୋଗରୁ ମଧ୍ୟ ରକ୍ଷାକରେ କଞ୍ଚା ଲଙ୍କା। ପ୍ରତିଦିନ ଆପଣ ନିଶ୍ଚୟ ଗୋଟିଏ କିମ୍ବା ଦୁଇଟି କଞ୍ଚାଲଙ୍କା ତ ନିହାତି ଖାଇଥିବେ ତେବେ ଆସନ୍ତୁ ଜାଣିବା ଏହି କଞ୍ଚାଲଙ୍କା କିପରି ଆମ ଦେହରେ ରୋଗ ପ୍ରତିରୋଧକ ଶକ୍ତି ବଢାଇବା ସହ ଅନେକ ରୋଗରୁ ମଧ୍ୟ ରକ୍ଷାକରିଥାଏ।
ଆଜି ଆମେ ଆପଣଙ୍କୁ ମହିଳା ମାନଙ୍କ ଋତୁସ୍ରାବ ସହ ଜଡିତ କିଛି ବିଶେଷ ସୂଚନା ଦେବାକୁ ଯାଉଛୁ। ପ୍ରତ୍ୟେକ ମହିଳାଙ୍କୁ ପ୍ରତିମାସ ଋତୁସ୍ରାବର ଯନ୍ତ୍ରଣା ଦେଇ ଗତି କରିବାକୁ ପଡିଥାଏ। ଋତୁସ୍ରାବ ସମୟରେ ମହିଳା ମାନଙ୍କୁ ଯନ୍ତ୍ରଣା , ବିରକ୍ତଭାବ ଏବଂ ଦୁର୍ବଳତା ଅନୁଭବ ହୋଇଥାଏ।