19 C
Bhubaneswar
December 5, 2020
EnewsOdia.Com
ରୋଷେଇ

ଆସନ୍ତୁ ତିଆରି କରିବା ଭଦ୍ରକର ପ୍ରସିଦ୍ଧ ‘ପାଳୁଅ ଲଡ଼ୁ’

ଆବଶ୍ୟକ ସାମଗ୍ରୀ

ପାଳୁଅ, ମଇଦା, ସୁଜି, ପାନମଧୁରୀ, ଚିନି, ଜୁଆଣି ଗୁଣ୍ଡ, ଅଦା ଛେଚା, ରିଫାଇନ୍‌ ତେଲ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ 

ପ୍ରଥମେ ପାଳୁଅକୁ ପାଣିରେ କିଛି ସମୟ ଭିଜେଇବା ପରେ ତାକୁ ଛାଣି ବାଟି ଦିଅନ୍ତୁ। ଏବେ ଚିନି ସିରା ପ୍ରସ୍ତୁତ କରନ୍ତୁ। ତା’ପରେ ଗୋଟିଏ ପାତ୍ରରେ ମଇଦା, ସୁଜି, ପାନମଧୁରୀ, ଜୁଆଣିଗୁଣ୍ଡ, ଅଦାଛେଚା ଓ ପାଳୁଅ ବଟା ପକେଇ ଭଲ ଭାବେ ଚକଟି ଦିଅନ୍ତୁ। ଏଥିରେ ଅଳ୍ପ ରିଫାଇନ୍‌ ତେଲ, ଅଳ୍ପ ପାଣି ଓ ସ୍ୱାଦ ଅନୁସାରେ ଲୁଣ ପକେଇ ପୁଣି ଥରେ ଚକଟନ୍ତୁ। ଚକଟାକୁ ଗୋଲ ଗୋଲ କରି ଗୁଳା ପ୍ରସ୍ତୁତ କରନ୍ତୁ। ତା’ପରେ କଡ଼େଇରେ ତେଲ ଗରମ କରି ଏଗୁଡ଼ିକୁ ଛାଣି ଦିଅନ୍ତୁ। ଛଣା ହୋଇଥିବା ଗୁଳାଗୁଡ଼ିକୁ ପୂର୍ବରୁ  ପ୍ରସ୍ତୁତ କରି ରଖିଥିବା ଚିନି ସିରାରେ ପକାନ୍ତୁ।  ୫ ମିନିଟ୍‌ ପର୍ଯ୍ୟନ୍ତ ସେଗୁଡ଼ିକୁ ଚିନି ସିରାରେ ଭିଜାଇ ରଖନ୍ତୁ। ତା’ପରେ ସେଗୁଡ଼ିକୁ କାଢ଼ି ଆଣନ୍ତୁ। ପ୍ରସ୍ତୁତ ହୋଇଗଲା ‘ପାଳୁଅ ଲଡ଼ୁ’।

ପଢନ୍ତୁ: ଏଥର ଦୀପାବଳିରେ ପ୍ରସ୍ତୁତ କରନ୍ତୁ ସ୍ବାଦିଷ୍ଟ ବାଲୁଶାହୀ

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ବସାଦହି ମଟନ୍’

Ratnamani Maharana

ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ ‘ବଟରଫ୍ଲାଏ ଚିକେନ୍’

Ratnamani Maharana

ଆସନ୍ତୁ ପ୍ରସ୍ତୁତ କରିବା ସ୍ଵାଦିଷ୍ଟ ‘ପୋହଳା ବେସର’

Ratnamani Maharana

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More