CULTURES

କାଲିଠୁ ଆରମ୍ଭ ହେବ ମହାପଞ୍ଚୁକ, କେମିତି ପାଳନ କଲେ ପାଇବେ ସର୍ବସିଦ୍ଧି ଓ ମୋକ୍ଷ

ଦିନକ ପରେ ଆରମ୍ଭ ହେବାକୁ ଯାଉଛି ମହାପଞ୍ଚୁକ । ଆମ ବେଦ ଶାସ୍ତ୍ର ଅନୁସାରେ କାର୍ତ୍ତିକ ମାସର ଶେଷ ୫ ଦିନ ପଞ୍ଚୁକ ଭାବେ ପାଳନ କରାଯାଏ । ହିନ୍ଦୁଶାସ୍ତ୍ର ଅନୁସାରେ ଏହି ୫ ଦିନର ମାହାତ୍ମ୍ୟ ଅନେକ । ଇଶ୍ଵର ବିଶ୍ଵାସୀ ଲୋକମାନେ ଏହି ୫ ଦିନକୁ ଅତ୍ୟନ୍ତ ପବିତ୍ର ଓ ପୁଣ୍ୟଦାୟକ ବୋଲି ମାଣନ୍ତି । କୁହାଯାଏ ଯେ ବଗ ବଗୁଲି ମଧ୍ୟ ଏହି ୫ ଦିନ ଆମିଷ ଭକ୍ଷଣ କରନ୍ତି ନାହିଁ ।ବିଭିନ୍ନ ପ୍ରକାର ଲୋକ ଅନେକ ଉପାୟରେ ବ୍ରତ ପାଳନ କରନ୍ତି ।

କେମିତି ପଞ୍ଚୁକ ପାଳନ କଲେ ଆପଣ ସର୍ବସିଦ୍ଧି ଓ ମୋକ୍ଷ ପ୍ରାପ୍ତି କରିପାରିବେ ଆସନ୍ତୁ ଜାଣିବା :-

  • ଏହି ୫ ଦିନ ବ୍ରହ୍ମା ମୁହୂର୍ତରୁ ଉଠି ସ୍ନାନ ଆଦି ସାରି ମନ୍ଦିର ଦର୍ଶନ କଲେ ଅନେକ ପୂଣ୍ୟ ମିଳେ ।
  • ତୁଳସୀ ଚଉରା ମୂଳରେ ପଞ୍ଚୁ ମୁରୁଜ ଦ୍ଵାରା ଚତୁର୍ଦ୍ଧା ମୂର୍ତ୍ତି , ରାଧା କୃଷ୍ଣ , ତୁଳସୀ ଗଛ , ନିଶୁଣି , ବଗ ବଗୁଲି ଆଦି ଚିତ୍ର ଅଙ୍କାଯାଏ ।
  • ଏହି ୫ ଦିନ ବିନା ପିଆଜ ରସୁଣରେ ପ୍ରସ୍ତୁତ ସାତ୍ଵିକ ଆହାର ଭୋଜନ କରାଯାଏ ।
  • ଏହି ୫ ଦିନରେ ହବିଷ୍ୟ କଲେ ବେଶୀ ପୂଣ୍ୟ ମିଳେ ବୋଲି ମତ ରହିଛି ।
  • ପଞ୍ଚୁକର ଚତୁର୍ଥ ଦିନ ବଡଓଷା ଭାବେ ପାଳନ କରାଯାଏ । ଏହି ଦିନ ପ୍ରଭୁ ଶିଵଙ୍କ ବ୍ରତ ଶ୍ରଦ୍ଧାରେ ପାଳନ କଲେ ମାନବାଞ୍ଛିତ ଫଳ ମିଳେ ।ଏହି ଦିନ ଭଗବାନ ଶିବଙ୍କୁ ଧବଳେଶ୍ଵର ଭାବେ ପୂଜା କରାଯାଏ ।
  • ପଞ୍ଚୁକର ଶେଷ ଦିନ କାର୍ତ୍ତିକ ପୁର୍ଣିମା ଭାବେ ପାଳନ କରାଯାଏ । ଏହି ଦିନ ଶ୍ରଦ୍ଧାଳୁମାନେ ଭୋରରୁ ସ୍ନାନାଦି ସାରି ମନ୍ଦିରରେ ଦର୍ଶନ କରନ୍ତି ଓ ତୀର୍ଥଜଳ ରେ ବୋଇତ ଭସାନ୍ତି ।
  • ଏହିପରି ପଞ୍ଚୁକ ପାଳନ କଲେ ସର୍ବ ପାପରୁ ମୁକ୍ତି ଓ ମୋକ୍ଷ ପ୍ରାପ୍ତି ହୁଏ ବୋଲି ଶାସ୍ତ୍ରରେ ବର୍ଣ୍ଣିତ ହୋଇଛି ।

କାଲିଠୁ ଆରମ୍ଭ ହେବ ମହାପଞ୍ଚୁକ, କେମିତି ପାଳନ କଲେ ପାଇବେ ସର୍ବସିଦ୍ଧି ଓ ମୋକ୍ଷ

ପଢନ୍ତୁ, ଏବେବି ସଙ୍କଟ ଟଳିନି, ଜଗା ବଳିଆଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ଆସିବା ଲାଗି ଅଧିକ ସମୟ ଲାଗିପାରେ

Related posts

ଆଜି ପବିତ୍ର ପଣା ସଂକ୍ରାନ୍ତି ଓ ଓଡ଼ିଆ ନବବର୍ଷ!

ENO Beuro

ସୁନାବେଶରେ ଦର୍ଶନ ଦେଲେ ଶ୍ରୀଜିଉ,ଆଜି ହେବ ଅଧରପଣା ଲାଗି

ENO Beuro

୧୫ ଦିନ ଧରି ଚାଲିଥିବା ଆଦିବାସୀ ମେଳା ଶେଷ ଦିନରେ ପହଞ୍ଚିଛି

ENO Beuro

1 comment

Leave a Comment

This website uses cookies to improve your experience. We'll assume you're ok with this, but you can opt-out if you wish. Accept Read More