Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ “ଦହି ମକେଇ”

prepare dahi makei pancacke

ଆଜିକାଲିର ବ୍ୟସ୍ତମୟ ଜୀବନରେ ନିଜ ପାଇଁ ସମୟ ବାହାରକରିବା କଷ୍ଟକର ହୋଇପଡିଥିଲାବେଳେ ଚାକିରି କରିଥିବା ମହିଳାପକ୍ଷେ ଅଫିସ ସହ ଘର ସମ୍ଭାଳିବା ଏକ ବଡ ସମସ୍ୟା। ସକାଳର ଜଳଖିଆ ଦିନର ଏକ ମହତ୍ବପୂର୍ଣ ଅଂଶ ଅଟେ। ତେବେ ସେହି ଜଳଖିଆ  ସ୍ଵାଦିଷ୍ଟ ଯୁକ୍ତ ସହ ଅଳ୍ପ ସମୟରେ ହୋଇପାରିଲେ ଗୃହିଣୀ ଖୁସି ହେବା ସହ ପରିବାରର ସମସ୍ତେ ମଧ୍ୟ ଖୁସି ହୋଇଥାନ୍ତି। ଆସନ୍ତୁ ଜାଣିବା ସେହିପରି କମ ସମୟରେ ତିଆରି ହେଉଥିବା ଏକ ଜଳଖିଆ। ମକାକୁ ତ ଆପଣ ଖାଇଥିବେ ତେବେ କେବେ ଦହି ମକେଇ  ଖାଇଛନ୍ତି କି! ଯଦି ନା ତେବେ ଆସନ୍ତୁ ଜାଣିବା ଦହି ମକେଇର ପ୍ରସ୍ତୁତି ପ୍ରଣାଳୀ ସମ୍ପର୍କରେ…

ଆବଶ୍ୟକୀୟ ଉପକରଣ

ମକା, ଅଦା, ରସୁଣ କଞ୍ଚାଲଙ୍କା, ଦହି, ଧନିଆ ପତ୍ର, ଲୁଣ,ତେଲ, ପିଆଜ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ,ଗୋଲମରିଚ ଗୁଣ୍ଡ, କଞ୍ଚାଲଙ୍କା

ପ୍ରସ୍ତୁତ ପ୍ରଣାଳୀ

ପ୍ରଥମେ ମକାକୁ ଛଡ଼ାଇ ଦେଇ ମକା ଦାନାକୁ ଅଳ୍ପ ଟିକେ ବାଟି ସେଥିରେ ଅଦା, ରସୁଣ କଞ୍ଚାଲଙ୍କା ପକାଇ ବାଟି ଦିଅନ୍ତୁ। ତା’ ପରେ ବଟା ହୋଇଥିବା ମକା ପେଷ୍ଟରେ ଦହି, କଟା ଧନିଆ ପତ୍ର, ଲୁଣ, କଟା ପିଆଜ, ଜିରା ଗୁଣ୍ଡ, ଧନିଆ ଗୁଣ୍ଡ, ଗୋଲମରିଚ ଗୁଣ୍ଡ ଏବଂ କଟା କଞ୍ଚାଲଙ୍କା ପକାଇ ଭଲ ଭାବେ ଗୋଳାଇ ଦିଅନ୍ତୁ। ଏହି ପେଷ୍ଟକୁ ଯେତେ ଭଲ ଭାବରେ ଗୋଳାଇବେ ତାହା ସେତେ ଅଧିକ ନରମ ହେବ।

ପ୍ୟାନ୍‌ରେ ଅଳ୍ପ ତେଲ ପକାଇ ତେଲ ଗରମ ହୋଇଗଲା ପରେ ସେଥିରେ ମକା ପେଷ୍ଟକୁ ପକାଇ ପିଠଉ ଭଳି କରିଦିଅନ୍ତୁ। ତା’ ପରେ ସିଝିବା ପାଇଁ ଅଳ୍ପ ସମୟ ଛାଡ଼ି ଦିଅନ୍ତୁ। କିଛି ସମୟ ପରେ ପିଠାର ଆରପାଖକୁ ଓଲଟାଇ ଦେଇ କିଛି ସମୟ ଛାଡ଼ି ଦିଅନ୍ତୁ। ବର୍ତ୍ତମାନ ପ୍ରସ୍ତୁତ ହୋଇଗଲା ଦହି ମକେଇ। ଏହାକୁ ଏକ ପ୍ଲେଟ୍‌ରେ କାଢ଼ି ଚଟ୍‌ଣି କିମ୍ବା ସସ୍‌ ସହ ଖାଇବାକୁ ଦିଅନ୍ତୁ।
ପଢନ୍ତୁ:  ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ମେଥି ସୁପ୍‌

Related posts

ଘରେ କିପରି ରାନ୍ଧିବେ ସ୍ୱାଦିଷ୍ଟ ଆଳୁ ମୁଗଲାଇ , ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ ?

ENO Beuro

ଘରେ କିପରି ପ୍ରସ୍ତୁତ କରନ୍ତୁ ପନିର ବଟର ମସଲା !

ENO Beuro

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ସ୍ଵାଦିଷ୍ଟ “ମାଛ ବରା”

Ratnamani Moharana

Leave a Comment