Recipes & Food

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ମାଟି ହାଣ୍ଡି ଚିଙ୍ଗୁଡି କଷା

prawn curry

ମାଟିହାଣ୍ଡିରେ  ପ୍ରସ୍ତୁତ ଖାଦ୍ୟ ଦେହ ପାଇଁ ଭଲ ହୋଇଥିଲାବେଳେ ଏଥିରେ ପ୍ରସ୍ତୁତ ଖାଦ୍ୟର ସ୍ଵାଦ ମଧ୍ୟ  ନିଆରା। ଆଜିକାଲିର  ଦୁନିଆ ଏବେ ପୁରୁଣା ପରମ୍ପରାକୁ ଆପଣେଇବାକୁ ଲାଗିଲାଣି ଏଥିରୁ ବାଦ ପଡିନି ମାଟି ହାଣ୍ଡିରେ ରୋଷେଇ। ବିଭିନ୍ନ ଷ୍ଟାର ହୋଟେଲ ମାନଙ୍କରେ ମଧ୍ୟ ମାଟି ହାଣ୍ଡି ପ୍ରସ୍ତୁତ ଖାଇବାର ଚାହିଦା ବେଶି ରହିଛି। ଆସନ୍ତୁ ଆଜି ଜାଣିବା କିପରି ଆମେ  ମାଟି ହାଣ୍ଡିରେ ଚିଙ୍ଗୁଡି କଷା ପ୍ରସ୍ତୁତି କରିବାର ପ୍ରଣାଳୀ ବିଷୟରେ….

ଆବଶ୍ୟକୀୟ ସାମଗ୍ରୀ

ଚିଙ୍ଗୁଡି, ତେଲ, ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ, ଜିରା ଗୁଣ୍ଡ, ଧଣିଆ ଗୁଣ୍ଡ, କଟା ପିଆଜ, ପିଆଜ ବଟା, ଅଦା ରସୁଣ ବଟା, ଟମାଟୋ ବଟା ବା ପେଷ୍ଟ୍, ଗରମ ମସଲା, ତେଜପତ୍ର, ପଞ୍ଚଫୁଟଣ ଓ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଚିଙ୍ଗୁଡିକୁ ପରିଷ୍କାର କରି ଧୋଇ ଦିଅନ୍ତୁ ।ଚିଙ୍ଗୁଡିକୁ ଧୋଇସାରିବା ପରେ ଏହାପରେ ସେଥିରେ ଅଳ୍ପ ଲୁଣ, ହଳଦୀ ଗୁଣ୍ଡ, ଅଦା ରସୁଣ ବଟା ଓ ପିଆଜ ବଟା ପକାଇ ୧୦ ରୁ୧୫ ମିନିଟ୍‌ ଗୋଳେଇ ରଖନ୍ତୁ।

 

ଏବେ ମାଟି ହାଣ୍ଡିକୁ ଗରମ କରି  ସେଥିରେ ତେଲ ଗରମ ହୋଇଗଲେ  ତେଜପତ୍ର, ଫୁଟଣ ଓ କଟା ପିଆଜ ପକାନ୍ତୁ। ପିଆଜ ଭାଜି ହୋଇଗଲେ ସେଥିରେ ପର୍ଯ୍ୟାୟକ୍ରମେ ଅଦା ରସୁଣ ବଟା, ପିଆଜ ବଟା, ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଜିରାଗୁଣ୍ଡ, ଧଣିଆଗୁଣ୍ଡ ପକାଇ ମସଲାକୁ ଭଲ ଭାବେ କଷି ଦିଅନ୍ତୁ । ମସଲା କଷା ହୋଇଗଲା ପରେ ପୂର୍ବରୁ ରଖିଥିବା ଚିଙ୍ଗୁଡିକୁ ସେଥିରେ ପକାଇ ଭଲଭାବେ କଶନ୍ତୁ। ଚିଙ୍ଗୁଡି ସିଝିଗଲାପରେ ଟମାଟୋ ବଟା ଓ ସାମାନ୍ୟ ପାଣି ଦେଇ ୫ ମିନିଟ୍‌ ଛାଡ଼ି ଦିଅନ୍ତୁ। ଏହା ପରେ ସେଥିରେ ଗରମ ମସଲା ପକାଇ କିଛି ସମୟ ପରେ ନିଆଁରୁ ହାଣ୍ଡିକୁ ଓହ୍ଲାଇଦିଅନ୍ତୁ। ଏବେ ଭାତ କିମ୍ବା ରୁଟି ସହ ପରସି ଦିଅନ୍ତୁ ମାଟି ହାଣ୍ଡି ଚିଙ୍ଗୁଡି କଷା।

Shrimp-Curry-Picture
ପଢନ୍ତୁ; ଆସନ୍ତୁ ଘରେ ପ୍ରସ୍ତୁତ କରିବା ବନ୍ଧା କୋବି ସନ୍ତୁଳା

Related posts

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ରେଷ୍ଟୁରାଣ୍ଟ ଷ୍ଟାଇଲ୍ ‘ଶେଜ୍‌ୱାନ ପ୍ରନ୍‌’

Ratnamani Moharana

କେବେ ପ୍ରସ୍ତୁତ କରିଛନ୍ତି କି ‘କଞ୍ଚାଲଙ୍କା ମାଂସ’! ତେବେ ଜାଣନ୍ତୁ ଏହାର ପ୍ରସ୍ତୁତି ପ୍ରଣାଳୀ

Ratnamani Moharana

ଆଜି ହିଁ ଘରେ ପ୍ରସ୍ତୁତ କରନ୍ତୁ ‘ବଟର୍‌ ଚିକେନ୍‌‘

ENO Beuro

Leave a Comment