LIFESTYLE

ଘରୋଇ ଉପାୟରେ କରନ୍ତୁ କହୁଣି ଓ ଗଣ୍ଠିରୁ କଳାଦାଗ ଦୂର: ଜାଣନ୍ତୁ କିପରି

ଶରୀରରେ ବହୁ ସ୍ଥାନରେ କଳା ଦାଗ  ଦେଖାଯାଏ। ଏହି କଳା ଦାଗ ବହୁ ସମୟରେ ଆମେ ନିଜ ମନ ପସନ୍ଦର ପୋଷାକ ପିନ୍ଧିବା ପାଇଁ କୁଣ୍ଠାବୋଧ କରିଥାଉ। ଏମିତି କିଛି ଅଂସ ହେଉଛି କହୁଣି ,ଆଣ୍ଠୁ। ତେବେ ଏହି ସବୁ ସ୍ଥାନରୁ  କଳା ଦାଗ ଦୂର କରିବା ପାଇଁ ଆମେ ଅନେକ କିଛି କ୍ରିମ୍ ବ୍ୟବହାର କରିଥାଉ, ତଥାପି କୌଣସି ସୁଫଳ ମିଳି ନ ଥାଏ। ଆସନ୍ତୁ ଜାଣିବା ଘରୋଇ ଉପାୟରେ କିପରି କହୁଣି ଓ ଆଣ୍ଠୁ ଗଣ୍ଠିରୁ କଳାଦାଗ ଦୂର କରିପାରିବା।

 

ଲେମ୍ବୁ ରସ 

ରାତିରେ ଶୋଇବା ପୂର୍ବରୁ କହୁଣି ଓ ଗୋଇଠିରେ ଲେମ୍ବୁ ରସକୁ ଭଲ ଭାବରେ ମାଲିସ୍ କରନ୍ତୁ। ସକାଳୁ ଉଠି ଭଲ ଭାବରେ ଧୋଇ ଦିଅନ୍ତୁ। ଏହା ଦ୍ଵାରା ଶରୀରରୁ କଳା ଦାଗ ଦୂର ହୋଇଥାଏ।

କ୍ଷୀର ଓ ମହୁ

ଗୋଟିଏ ଛୋଟ ପାତ୍ରରେ ଅଳ୍ପ କ୍ଷୀର ନେଇ ସେଥିରେ ମହୁ ମିଶାନ୍ତୁ। ମିଶ୍ରଣକୁ ନେଇ କହୁଣି ଓ ଗୋଇଠିରେ ଭଲ ଭାବରେ ମାଲିସ୍ କରନ୍ତୁ। ୧୦ମିନିଟ୍ ପରେ ଥଣ୍ଡା ପାଣିରେ ଭଲ ଭାବରେ ଧୋଇ ଦିଅନ୍ତୁ।

କାକୁଡ଼ି ଓ ତେନ୍ତୁଳି

କାକୁଡ଼ି ରସ ଓ ତେନ୍ତୁଳି ୨ଟି ନେଇ ତାକୁ ଭଲ ଭାବରେ ଚକଟି ଦିଅନ୍ତୁ। ତାପରେ କହୁଣି ଓ ଆଣ୍ଠୁ ଗଣ୍ଠିରେ ତାକୁ ଭଲ ଭାବରେ ଲଗାଇ ଦିଅନ୍ତୁ। ୧୫ମିନିଟ୍ ପରେ ଧୋଇ ଦିଅନ୍ତୁ। ଏହାଦ୍ବାରା କଳା ଦାଗ ସାମାନ୍ୟ ଦୂର ହୋଇଥାଏ।

ନଡ଼ିଆ ତେଲ

ପ୍ରତି ଦିନ ରାତିରେ ଶୋଇବାକୁ ଯିବା ପୂର୍ବରୁ କହୁଣି ଓ ଆଣ୍ଠୁ ଗଣ୍ଠିରେ ନଡ଼ିଆ ତେଲ ମାଲିସ୍ କରନ୍ତୁ ନଡ଼ିଆ ତେଲରେ ଲାରିକ୍ ଏସିଡ଼ ଓ ପ୍ରୋଟିନ୍ ଥିବାରୁ ତାହା ଶୁଷ୍କ ତ୍ୱଚାକୁ ଠିକ୍ କରିଥାଏ।

ପଢନ୍ତୁ: ମହିଳା ଓ ପୁରୁଷଙ୍କ ପାଇଁ ସଞ୍ଜିବନୀ ବୁଟି ପରି କାମ ଦିଏ ଡିମିରି ଫୁଲ: ଜାଣନ୍ତୁ କିପରି

 

 

Related posts

ସୂର୍ଯ୍ୟକିରଣଜନିତ ଟ୍ୟାନରୁ ତ୍ଵଚାକୁ ରକ୍ଷା କରିବାକୁ କମଳା ଏହି ଅଂଶକୁ ବ୍ୟବହାର କରନ୍ତୁ

ENO Beuro

ଜାଣିରଖନ୍ତୁ କେଉଁ ପୁରୁଷକୁ ବିବାହ କରିବାଦ୍ଵାରା ଜୀବନରେ ସୁଖଶାନ୍ତି ଭଙ୍ଗ ହୋଇଥାଏ?

ENO Beuro

ଏହି ହୋଲିରେ ଆସନ୍ତୁ ହର୍ବାଲ ଅବିରରେ ଖେଳିବା ହୋଲି

Ratnamani Moharana

Leave a Comment