LIFESTYLE

ଗଣ୍ଠିସ୍ଥାନରୁ କଳାଦାଗ ଦୂର କରିବା ପାଇଁ ଚାହାନ୍ତି କି ? ତେବେ ଆପଣାନ୍ତୁ କେତୋଟି ସହଜ ଉପାୟ

ଗଣ୍ଠିସ୍ଥାନ ରୁ କଳାଦାଗ ଦୂର କରିବା ପାଇଁ ଚାହାନ୍ତି ? ଆପଣାନ୍ତୁ କେତୋଟି ସହଜ ଉପାୟ

ପ୍ରାୟତଃ ଦେଖାଯାଏ ଯେ ଶରୀର ସଫା ଥିବ କିନ୍ତୁ ଗଣ୍ଠିସ୍ଥାନ ଯେପରିକି ଆଣ୍ଠୁ, କହୁଣି, ଆଙ୍ଗୁଠି ଆଦି ସ୍ଥାନ ଗୁଡିକ କଳାଦାଗ ଥିବ । ଏଥିପାଇଁ ଆଦୌ ଚିନ୍ତିତ ହେବା ଦରକାର ନାହିଂ । କାରଣ ଆମେ ଏଥିପାଇଁ ରଖିଛୁ କିଛି ଘରୋଇ ଉପଚାର । ଯାହାଦ୍ୱାରା ଆପଣଙ୍କ ଗଣ୍ଠିସ୍ଥାନ ଉଜ୍ଜଳ ଦିଶିବା ସହ ଖୁବ ସହଜରେ କଳାଦାଗ ସମସ୍ୟାରୁ ମୁକ୍ତି ପାଇପାରିବେ ।

ଲେମ୍ବୁ ଚିନି  ଗଣ୍ଠିସ୍ଥାନରୁ କଳାପଣ ଦୂର କରିବା ପାଇଁ ୧ ଚାମଚ ଲେମ୍ବୁ ରସ ଓ ଗୋଟିଏ ଚାମଚ ଚିନି ନେଇ ମିଶାନ୍ତୁ । ଏହି ମିଶ୍ରଶକୁ ସେହି ଜାଗାରେ ମାଲିସ କରନ୍ତୁ । ମାଲିସ କରିବା ପରେ ୧୫ ମିନିଟ ପର୍ଯ୍ୟନ୍ତ ଏହାକୁ ରଖନ୍ତୁ ଓ ତା’ପରେ ଧୁଅନ୍ତୁ ।

hand

ମଲାଇ ହଳଦୀ  ୧ ଚାମଚ ମଲାଇରେ ଅଧା ଚାମଚ ହଳଦୀ ଓ ଅଧା ଚାମଚ ଚାଉଳ ଗୁଣ୍ଡ ମିଶାଇ ସେଥିରେ ୨-୩ ବୁନ୍ଦା ବାଦାମ ତେଲ ପକାନ୍ତୁ । ଏହି ମିଶ୍ରଣକୁ ଗଣ୍ଠିସ୍ଥାନରେ ୨୦ ମିନିଟ ପର୍ଯ୍ୟନ୍ତ ଲଗାଇ ମାଲିସ କରନ୍ତୁ ଓ ପରେ ଧୋଇ ଦିଅନ୍ତୁ ।

ବେସନ ଓ ଗୋଲାପଜଳ – ଏକ ଚାମଚ ବେସନ, ଅଧା ଚାମଚ ବାଦାମ ତେଲ, ଅଧା ଚାମଚ ଗୋଲାପଜଳ  କିମ୍ବା ଆଲୋଭେରା ଜେଲ ମିଶାଇ କଳା ପଡିଥିବା ସ୍ଥାନରେ ଲଗାନ୍ତୁ । କିଛି ସମୟ ରଖି ଧୋଇଦିଅନ୍ତୁ । ନିୟମିତ ଏହି ମିଶ୍ରଣକୁ ବ୍ୟବହାର କରିବା ଦ୍ୱାରା ଆପଣଙ୍କ ସମସ୍ୟା ଧୀରେ ଧୀରେ ଦୂର ହେବ ।

ପଢନ୍ତୁ, ରାଜସ୍ଥାନ ବିଧାନସଭାରେ ନେତାଙ୍କ ସୁରକ୍ଷା ପାଇଁ ନୂଆ ମାମଲା, ଅବମାନନା କଲେ ୨ ବର୍ଷ ଜେଲ୍‌ ଦଣ୍ଡାଦେଶ

Related posts

ଆସନ୍ତୁ ଜାଣିବା ବ୍ରେଡ ଖାଇବା ଦ୍ଵାରା କେଉଁ ସମସ୍ୟା ଦେଖା ଦେଇଥାଏ

ENO Beuro

ଶୀଘ୍ର ଶୋଇକି ଶୀଘ୍ର ଉଠିବା ଦ୍ଵାରା କି ଉପକାର ମିଳେ ଆସନ୍ତୁ ଜାଣିବା

ENO Beuro

ଜାଣନ୍ତୁ ହାତର ଆକୃତିରୁ ବ୍ୟକ୍ତିର ବ୍ୟକ୍ତିତ୍ୱ

ENO Beuro

Leave a Comment