EnewsOdia.Com

ମୃତ୍ୟୁ ପୂର୍ବରୁ ମିଳିଥାଏ ଏହି ସଙ୍କେତ, ଜାଣନ୍ତୁ କିପରି

ଧରାପୃଷ୍ଟରେ ଯେଉଁମନେ ଜନ୍ମ ହୋଇଛନ୍ତି ତାଙ୍କ ମୃତ୍ୟୁ ଏକ ଅଟଳ ସତ୍ୟ । ମୃତ୍ୟୁ କବଳରୁ ଆଜିଯାଏଁ କେହି ବି ମୁକୁଳି ପାରିନାହାନ୍ତି । ଶାସ୍ତ୍ର ଅନୁସାରେ ମୃତ୍ୟୁ ମଣିଷରେ କର୍ମ ଉପରେ ନିର୍ଭର କରେ । ପୌରାଣିକ ଗ୍ରନ୍ଥ ଅନୁସାରେ ମୃତ୍ୟୁ କେବଳ ଶରୀରର ହୋଇଥାଏ କାରଣ ଆତ୍ମା ତ ଅମର । ଶାସ୍ତ୍ରରେ ମୃତ୍ୟୁ ପୂର୍ବରୁ ଦେଖାଦେଉଥିବା ଲକ୍ଷଣ ଗୁଡ଼ିକର ମଧ୍ୟ ଉଲ୍ଲେଖ କରାଯାଇଛି । ତେବେ ଆସନ୍ତୁ ଜାଣିବା ସେ ଲକ୍ଷଣ ଗୁଡ଼ିକ କ’ଣ କ’ଣ ।

ନିଜ ନାକ ଦେଖାଯିବ ନାହିଁ-  ହିନ୍ଦୁ ଶାସ୍ତ୍ରରେ କୁହାଯାଇଛି ଯେ ଯେବେ କାହାର ମୃତ୍ୟୁର ସମୟ ପାଖେଇ ଆସୁଥିବ ସେତେବେଳେ ଉକ୍ତ ବ୍ୟକ୍ତିକୁ ନିଜ ନାକର ଅଗ୍ରଭାଗ ଦେଖାଦିଏନାହିଁ । କାରଣ ମୃତ୍ୟୁ ପାଖେଇ ଆସୁଥିଲେ ଆଖି ଉପରକୁ ଚଢ଼ିବାକୁ ଲାଗେ ।

ବ୍ରହ୍ମାଣ୍ଡ ବି ଦେଇଥାଏ ସଙ୍କେତ- ଯେବେ କାହାର ମୃତ୍ୟୁ ହେବାକୁ ଯାଉଥିବ ସେତେବେଳେ ତାକୁ ସବୁ ଜିନିଷ ଦୁଇ ଭାଗରେ ଭାଙ୍ଗି ହୋଇ ପଡ଼ିଯାଉଥିବା ନଜର ଆସିବ । ଏମିତିକି ଆକାଶ ମଧ୍ୟ ଦୁଇ ଭାଗରେ ଭାଙ୍ଗି ନିଜ ଉପରେ ପଡ଼ିଯିବା ଭଳି ଅନୁଭବ ହୋଇଥାଏ, ଯାହାକି ବାସ୍ତବରେ ହୋଇନଥାଏ ।

ଆଇନାରେ ନିଜ ଚେହେରା ଦେଖାଦିଏ ନାହିଁ- ଯେବେ କାହାର ମୃତ୍ୟୁ ନିକଟତର ଆସୁଥାଏ ନିଜ ଚେହେରା ଆଇନାରେ ଦେଖାଯାଏନାହିଁ । ଯେବେ ଏଭଳି ଅନୁଭବ ହୁଏ ତେବେ ଜାଣଇବେ ଯେ ଆପଣ ମୃତ୍ୟୁର ନିକଟତର ହେଉଛନ୍ତି ।

ନିଜ ଛାଇ ଦେଖାଦିଏ ନାହିଁ-  ଯେବେ ବ୍ୟକ୍ତିକୁ ନିଜ ଛାଇ ଦେଖାଦିଏ ନାହିଁ ତେବେ ବୁଝିଯିବେ କି ସେ ବ୍ୟକ୍ତି ମୃତ୍ୟର ନିକଟତର ।

ନିଜ ଦେହରୁ ଦୁର୍ଗନ୍ଧ ଆସିଥାଏ- ଶାସ୍ତ୍ର ମୁତାବକ ମୃତ୍ୟୁ ପୂର୍ବରୁ ନିଜ ଦେହରୁ ଦୁର୍ଗନ୍ଧ ଆସିଥାଏ, ଯାହାକୁ ପୂର୍ବରୁ କେବେ ଅନୁଭବ କରିନଥିବେ । ଏହି ଗନ୍ଧକୁ ମୃତ୍ୟୁ ଗନ୍ଧ ବୋଲି କୁହାଯାଇଥାଏ ।

ପ୍ରାକୃତିକ ନାଦ- ପ୍ରକୃତିର ନିଜର ଏକ ସଂଙ୍ଗୀତ ରହିଛି, ଯାହା ବ୍ରହ୍ମାଣ୍ଡର ସବୁଠୁ ପୁରୁଣା ସଙ୍ଗୀତ । ଏହାକୁ ‘ନାଦ’ ବୋଲି କୁହାଯାଇଥାଏ । ଯେତେବେଳେ ଆମେ ଦୁଇ କାନକୁ ଏକାସାଙ୍ଗରେ ବନ୍ଦ କରିଥାଉ ସେତେବେଳେ ଯେଉଁ ଗୁଞ୍ଜନ ଆମକୁ ଶୁଭିଥାଏ, ଯଦି ତାହା ଶୁଭିବା ବନ୍ଦ ହୋଇଯାଏ ତେବେ ଜାଣିବେ ଆପଣ ମୃତ୍ୟୁର ନିକଟବର୍ତ୍ତୀ ହେଉଛନ୍ତି ।

ପଢନ୍ତୁ: ଜାଣି ନିଅନ୍ତୁ କରୋନା ଭାଇରସର ଲକ୍ଷଣ ଓ ମୁକାବିଲା କରିବାର ଉପାୟ

ସମ୍ବନ୍ଧିତ ଖବର

ଜାଣନ୍ତୁ କେଉଁ ଦିନ କେଉଁ ଜିନିଷ କିଣିଲେ ଶୁଭ ହୋଇଥାଏ

Ratnamani Maharana

ଖରାପ ଦୃଷ୍ଟିରୁ ଆପଣଙ୍କୁ ବଞ୍ଚାଇଥାଏ ଲବଙ୍ଗ, ଜାଣନ୍ତୁ କିପରି

Ratnamani Maharana

ଧନ ପ୍ରାପ୍ତି ପାଇଁ ବାସ୍ତୁ ଅନୁସାରେ ଘରେ ଲଗାନ୍ତୁ ଦର୍ପଣ

Ratnamani Maharana

ସ୍ୱାମୀସ୍ତ୍ରୀଙ୍କ ସମ୍ପର୍କରେ ମଧୁରତା ଆଣିବା ପାଇଁ ବେଡ୍‌ରୁମ୍‌ରେ ଲଗାନ୍ତୁ ଏହିସବୁ ଫଟୋ

Ratnamani Maharana

ଭୁଲ ଦିଗରେ ଡଷ୍ଟବିନ୍‌ ରଖିବାଦ୍ଵାରା କ୍ୟାରିୟର୍‌ରେ ହୋଇଥାଏ କ୍ଷତି

Ratnamani Maharana

୧୩ ତାରିଖରେ ଶରଦ ପୂର୍ଣ୍ଣିମା ବା କୁମାର ପୂର୍ଣ୍ଣିମା, ଏହି ଦିନ କରନ୍ତୁ ଏହି କାମ

Ratnamani Maharana