EnewsOdia.Com

ଆସନ୍ତୁ ଜାଣିବା ବେସନର ୫ଟି ଚମତ୍କାରୀ ଗୁଣ

ଘରୋଇ ଉପାୟରେ ଯେତେବେଳେ ତ୍ୱଚାର ଯତ୍ନ ନେବା କଥା ଆସେ, ସେତେବେଳେ ବେସନର ବ୍ୟବହାର ସବୁଠାରୁ ଅଧିକ ହୋଇଥାଏ । ଶୀତ ଦିନର ଆରମ୍ଭରେ ବିଭିନ୍ନ ପ୍ରକାରର ତ୍ୱଚା ସମସ୍ୟା ଦେଖାଦେଇଥାଏ । ତେବେ ବେସନ ପ୍ରାକୃତିକ ରୁପରେ ସୁନ୍ଦରତା ବଢାଇବାରେ ସାହାର୍ଯ୍ୟ କରୁଥିବାରୁ, ତ୍ୱଚାର ସମସ୍ୟାରୁ ରକ୍ଷା ପାଇବା ପାଇଁ ବେସନର ଅଧିକ ବ୍ୟବହାର ହୋଇଥାଏ ।

୧) ଯଦି ମୁଁହରେ କଳା ଦାଗ ହୋଇଥାଏ, ତେବେ ବେସନ, ଗୋଲାପ ଜଳ ସହିତ କାକୁଡି ରସ ମିଶାଇ ଲଗାଇବା ଦ୍ୱାରା କଳା ଦାଗ କମ୍ ହୋଇଥାଏ ।

୨) ବେସନ ସହିତ ହଳଦୀ, ଦହି ଓ ଅଲିଭ୍ ଅଏଲ ମିଶାଇ ଲଗାଇବା ଦ୍ୱାରା ମୁଁହରେ ହୋଇଥିବା ଗାତ ବା ରନ୍ଧ୍ର ଅତି ସହଜରେ ଭଲ ହୋଇପାରେ ।

୩) ସାଧାରଣ ଅଏଲି ସ୍କିନ ବା ତେଲିଆ ତ୍ୱଚାରେ ଅଧିକ ସମସ୍ୟା ଦେଖାଦେଏ । ଏଥିରୁ ରକ୍ଷା ପାଇବା ପାଇଁ ସପ୍ତାହକୁ ଦୁଇଥର ବେସନ, ଦହି ଓ ବଟର ମିଶାଇ ଲଗାଇବା ଦ୍ୱାରା ତ୍ୱଚା କୋମଳ ହେବା ସହିତ ତ୍ୱଚାର ଅଏଲି ନେସ୍ କମ ହୋଇଥାଏ ।


୪) କିଛି କିଛି ଲୋକଙ୍କ ମୁଁହରେ ଅତ୍ୟଧିକ କେଶ ସମସ୍ୟା ଦେଖାଦେଇଥାଏ । ତେବେ ଏହି ସମସ୍ୟାର ସମାଧାନ ପାଇଁ ପ୍ରତିଦିନ ବେସନ ସହିତ ଅଳ୍ପ ସୋରିଷ ତେଲ ମିଶାଇ ଲଗାଇଲେ ଧିରେ ଧିରେ ସମ୍ପୁଣ୍ଣ ଭାବରେ ଏହି ସମସ୍ୟାର ସମାଧାନ ହୋଇଯାଏ ।

୫) ପ୍ରାୟ ଅଧିକରୁ ଅଧିକ ଲୋକ ନିଜ ତ୍ୱଚାର ରଙ୍ଗରେ ସନ୍ତୁଷ୍ଟ ନଥାନ୍ତି । ସେମାନଙ୍କ ପାଇଁ ନିଜ ତ୍ୱଚାର ରଙ୍ଗ ବୃଦ୍ଧି କରିବା ପାଇଁ ବେସନ ସହିତ ଅଳ୍ପ ଲେମ୍ବୁ ରସ ଓ ଟମାଟୋ ରସ ମିଶାଇ ଲଗାଇବା ଦ୍ୱାରା ତ୍ୱଚାର ରଙ୍ଗ ବୃଦ୍ଧି ହୋଇଥାଏ ।

ପଢନ୍ତୁ: ହର୍ବାଲ୍‌ ଉପାୟରେ କେଶକୁ କରନ୍ତୁ ଷ୍ଟ୍ରେଟ୍‌

ସମ୍ବନ୍ଧିତ ଖବର

ଶରୀରରେ ରକ୍ତ ଅଭାବକୁ ଦୂର କରେ ପାଳଙ୍ଗ ଶାଗ

Ratnamani Maharana

ମସ୍ତିଷ୍କ ଦୁର୍ବଳ କରିଦେବ ବୋତଲ ପାଣି

Ratnamani Maharana

ଏହି ୩ଟି ରୋଗ ପାଇଁ ରାମବାଣ ଅଟେ ଜାମୁକୋଳି, ଜାଣନ୍ତୁ କ’ଣ

Ratnamani Maharana

ଉଚ୍ଚ ରକ୍ତଚାପକୁ ରୋକିବା ସହ ଅନେକ ରୋଗକୁ ଦୂରରେ ରଖିଥାଏ ଗଜାମୁଗ

Ratnamani Maharana

ବାନ୍ତିର ଘରୋଇ ଉପଚାର

Ratnamani Maharana

ଗ୍ରିନ୍ କଫି ସାହାର୍ଯ୍ୟରେ କମାନ୍ତୁ ଓଜନ, ଜାଣନ୍ତୁ କିପରି

Ratnamani Maharana