ହରମୋନସ୍ତର ନିୟନ୍ତ୍ରଣ ପାଇଁ ବେଶ ଉପଯୋଗୀ ମିଶିରି
ସହଜ ଘରୋଇ ଉପାଯରେ ମିଳିବ ହରମୋନସ୍ତରରେ ଅନିୟମିତତା ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ।
Loading...
ମହିଳାମାନେ ସେମାନଙ୍କ ତ୍ୱଚାରେ ଚମକ ଆଣିବା ପାଇଁ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ସ ବ୍ୟବହାର କରିଥାନ୍ତି । ମାତ୍ର ବଜାରରେ ଉପଲବ୍ଧ ଥିବା ଏହି ବିୟୁଟି ପ୍ରଡକ୍ସରେ ଅନେକ କେମିକାଲ୍ସ ମିଶ୍ରଣ ହୋଇଥାଏ ।
ମହିଳାମାନେ ସେମାନଙ୍କ ତ୍ୱଚାରେ ଚମକ ଆଣିବା ପାଇଁ ବିଭିନ୍ନ ପ୍ରକାରର ବିୟୁଟି ପ୍ରଡକ୍ସ ବ୍ୟବହାର କରିଥାନ୍ତି । ମାତ୍ର ବଜାରରେ ଉପଲବ୍ଧ ଥିବା ଏହି ବିୟୁଟି ପ୍ରଡକ୍ସରେ ଅନେକ କେମିକାଲ୍ସ ମିଶ୍ରଣ ହୋଇଥାଏ । ଏହା ତ୍ୱଚା ପାଇଁ ହାନିକାରକ ହୋଇପାରେ । କିନ୍ତୁ ଆପଣ ଚାହିଁଲେ ପ୍ରାକୃତିକ ଉପାୟରେ ତ୍ୱଚାର ଯତ୍ନ ନେଇ ପାରିବେ । ଏହାଦ୍ୱାରା ତ୍ୱଚାରେ ଚମକପଣ ଆସିବା ସହିତ ସୁସ୍ଥ ଦେଖାଯିବ । ସେଥିପାଇଁ ନିୟମିତ କମଳା ବ୍ୟବହାର କରନ୍ତୁ । ଏଥିରେ ଭିଟାମିନ୍ ସି ଭରପୁର ମାତ୍ରାରେ ଥାଏ । କମଳାକୁ ବ୍ୟବହାର କରିବା ଦ୍ୱାରା ଚର୍ମ ସମସ୍ୟା ଦୂର ହେବା ସହ ତ୍ୱଚାରେ ଚମକ ଆସିଥାଏ ।
ଶୁଖିଲା ତ୍ୱଚା: କମଳା ଚୋପାରେ ଦୁଇ ଚାମଚ ମହୁ ପକାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହି ପେଷ୍ଟକୁ ମୁହଁ ଏବଂ ବେକରେ ଲଗାନ୍ତୁ । ଏହା ଶୁଖିଗଲା ପରେ ଥଣ୍ଡା ପାଣିରେ ମୁହଁ ଧୋଇ ଦିଅନ୍ତୁ । ଗ୍ଲୋଇଙ୍ଗ ତ୍ୱଚା ପାଇଁ ଏହି ଫେସ୍ ପ୍ୟାକ୍ ସବୁଠାରୁ ଭଲ ଅଟେ ।
ତେଲିଆ ତ୍ୱଚା: ତେଲିଆ ତ୍ୱଚା କେବଳ ଦେଖିବାକୁ ଖରାପ ଲାଗିନଥାଏ ବରଂ ଏହାଦ୍ୱାରା ଅନେକ ଚର୍ମ ସମସ୍ୟା ଦେଖାଦେଇଥାଏ । ଏହାକୁ ସମସ୍ୟାକୁ ଦୂର କରିବାର ସବୁଠାରୁ ଭଲ ଉପାୟ ହେଉଛି କମଳା । ଏଥିରେ ଥିବା ଏସ୍ର୍ଟିଂଜେଂଟ ତତ୍ୱ ତ୍ୱଚାରେ ଥିବା ଅତ୍ୟଧିକ ତେଲିଆ ପଣକୁ ନିୟନ୍ତ୍ରଣ କରିଥାଏ ।
ବ୍ରଣ: ଗୋଟେ ଛୋଟ ଚାମଚ କମଳା ଚୋପା ଗୁଣ୍ଡରେ ଏକ ଛୋଟ ଚାମଚ ଲିମ୍ବ ପାଉଡର ଏବଂ ଗୋଲାପ ଜଳ ମିଶାଇ ଏକ ପେଷ୍ଟ ବନାନ୍ତୁ । ଏହାକୁ ତ୍ୱଚାରେ ଲଗାନ୍ତୁ ଏବଂ ଶୁଖିବା ପରେ ଉଷୁମ ପାଣିରେ ମୁହଁ ଧୋଇ ଦିଅନ୍ତୁ ।
ଟ୍ୟାନିଙ୍ଗ୍: ଗୋଟେ ବଡ ଚାମଚ କମଳା ଚୋପା ଗୁଣ୍ଡରେ ଦୁଇ ଚାମଚ ଦହି ଏବଂ ଟମାଟ ରସ ମିଶାଇ ପେଷ୍ଟ ପ୍ରସ୍ତୁତ କଲା ପରେ ଏହାକୁ ପୂରା ତ୍ୱଚାରେ ଲଗାନ୍ତୁ । ୧୦ ରୁ ୧୨ ମିନିଟ୍ ପରେ ଥଣ୍ଡା ପାଣିରେ ତ୍ୱଚା ଧୋଇ ଦିଅନ୍ତୁ । ସପ୍ତାହରେ ଏଭଳି ଦୁଇ ରୁ ତିନି ଥର କରିବା ଦ୍ୱାରା ଟ୍ୟାନିଙ୍ଗ ସମସ୍ୟା ଦୂର ହୋଇଥାଏ ।
Shakespeare, in the beautiful garden, among the party. Some of the hall: in fact she was ever to.
ସହଜ ଘରୋଇ ଉପାଯରେ ମିଳିବ ହରମୋନସ୍ତରରେ ଅନିୟମିତତା ଚିକିତ୍ସାରେ ଏଥିରୁ ମୁକ୍ତି ମିଳିପାରେ। ସକାଳୁ ନିତ୍ୟକର୍ମ ପରେ ଅଧାଗ୍ଲାସ ମିଶ୍ରି ପାଣି ପିଇଲେ ପେଟ ଥଣ୍ଡା ରହିବା ସହିତ ଶରୀରର ଅନେକ ଉପକାର ହୋଇଥାଏ।
ଅନେକଙ୍କ ପାଖରେ ଟ୍ୟାଲେଣ୍ଟ ଥାଇ ସୁଦ୍ଧା ବେଳେବେଳେ କେତେକ ସ୍ଥାନରେ ଫେଲ୍ ହୋଇଥାନ୍ତି। ବିଶେଷକରି ଚାକିରି ପାଇଁ ଇଣ୍ଟରଭ୍ୟୁ ଦେବାକୁ ଯାଉଥିଲେ ମନରେ ଭୟ ରହିଥାଏ।
ପ୍ରତିଦିନ ଶରୀର ଲାଗି ଫ୍ୟାଟ ଆବଶ୍ୟକ ହୋଇଥାଏ। ଶରୀରର ଆବଶ୍ୟକତା ପୂରଣ ଲାଗି ପ୍ରତିଦିନ ଖାଦ୍ୟରେ ଗୋଟିଏ ଚାମଚେ ଗୁଆଘିଅ ସାମିଲ କଲେ ବେଶ୍ ସୁଫଳ ମିଳିଥାଏ।