Loading...

ଆପଣ ଜାଣିଛନ୍ତିକି ଜହ୍ନି ସ୍ୱାସ୍ଥ୍ୟ ପାଇଁ ଏକ ଉପକାରୀ ପରିବା

ଆପଣ ଜାଣିଛନ୍ତିକି ଜହ୍ନି ସ୍ୱାସ୍ଥ୍ୟ ପାଇଁ ଏକ ଉପକାରୀ ପରିବା

ଆଜିକାଲି ଖାଦ୍ୟପେୟରେ ଅନିୟମିତତା ଯୋଗୁ ନାନା ରୋଗ ଗ୍ରାସ କରୁଛି। ଅଧିକାଂଶ ଲୋକଙ୍କଠାରେ ଗ୍ୟାସ୍‌ଟ୍ରିକ୍‌, ହୃଦଜନିତ ରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା ପରି ସମସ୍ୟା ଦେଖାଦେଉଛି। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଜହ୍ନି ଏକ ମହୋସାଧି ସଦୃଶ୍ୟ।

ଆଜିକାଲି ଖାଦ୍ୟପେୟରେ ଅନିୟମିତତା ଯୋଗୁ ନାନା ରୋଗ ଗ୍ରାସ କରୁଛି। ଅଧିକାଂଶ ଲୋକଙ୍କଠାରେ ଗ୍ୟାସ୍‌ଟ୍ରିକ୍‌, ହୃଦଜନିତ ରୋଗ, ଉଚ୍ଚ ରକ୍ତଚାପ, ମେଦବହୁଳତା ପରି ସମସ୍ୟା ଦେଖାଦେଉଛି। ତେବେ ଏଥିରୁ ମୁକ୍ତି ପାଇବା ପାଇଁ ଜହ୍ନି ଏକ ମହୋସାଧି ସଦୃଶ୍ୟ।  

୧-  ଜହ୍ନି ଆମର ଓଜନ ହ୍ରାସରେ ସହାୟକ ହୋଇଥାଏ । ଜହ୍ନି ଫାଇବରରେ ଭରପୁର ହେବା ସହିତ ଏଥିରେ ବହୁତ କମ୍ କ୍ୟାଲୋରୀରେ ଥାଏ । ଏହା ଆପଣଙ୍କ ପେଟକୁ ଅଧିକ ସମୟ ପର୍ଯ୍ୟନ୍ତ ଭରିରଖିଥାଏ ଏବଂ କ୍ୟାଲୋରୀରେ ବି ବୃଦ୍ଧି କରେ ନାହିଁ । ପେଟ କମାଇବା ପାଇଁ ମଧ୍ୟ ଜହ୍ନି ବେଶ୍ ସହାୟକ ହୋଇଥାଏ । 

୨- ଜହ୍ନି ଇନସୁଲିନକୁ ନିୟନ୍ତ୍ରଣ କରେ, ଯେଉଁ କାରଣରୁ ରକ୍ତରେ ଶର୍କରା ସ୍ତର ମଧ୍ୟ ସନ୍ତୁଳିତ ରହିଥାଏ । ଜହ୍ନିରେ ପେପ୍ଟାଇଡ୍ ଏବଂ ଆଲକାଲାଏଡ୍ ଥାଏ, ଯାହା ମେଟାବୋଲିଜିମ୍ ବୃଦ୍ଧି କରିଥାଏ । ଏହି କାରଣରୁ, ଶରୀରରେ ଶର୍କରା ସ୍ତର ବଢିନଥାଏ। 

୩- ଜହ୍ନିରେ ଭିଟାମିନ୍ ସି, ଆଇରନ୍, ମ୍ୟାଗ୍ନେସିୟମ୍, ଥାୟା ମିନ୍, ରାଇବୋଫ୍ଲାଭିନ ଏବଂ ଜିଙ୍କ୍ ରହିଥାଏ ଯାହା ଆପଣଙ୍କ ରୋଗ ପ୍ରତିରୋଧକ ଶକ୍ତିରେ ବୃଦ୍ଧି କରିଥାଏ । କେବଳ ଏତିକି ନୁହେଁ, ଜହ୍ନି ଇନଫ୍ଲାମେସନ୍କୁ ହ୍ରାସ କରିବାରେ ମଧ୍ୟ ପ୍ରଭାବଶାଳୀ ହୋଇଥାଏ। 

୪- ଆଜିକାଲି ନେକ ମହିଳା ରକ୍ତହୀନତାର ଶିକାର ହେଉଛନ୍ତି। ରକ୍ତହୀନତାର ଅର୍ଥ ଶରୀରରେ ଲୌହ ଅଭାବ ହେତୁ ରକ୍ତରେ ହିମୋଗ୍ଲୋବିନ୍ କମିଯିବା। ରକ୍ତହୀନତାର ଶିକାର ହେଲେ ଥକ୍କାପଣ ଓ ଦୁର୍ବଳତା ସବୁବେଳେ ଲାଗି ରହିଥାଏ । ପ୍ରକୃତରେ ଲୌହ ଶରୀରରେ ଲାଲ୍ ରକ୍ତ କଣିକା ତିଆରି କରିବା ପାଇଁ କାମ କରେ । ଆରବିସି ପାଇଁ ଭିଟାମିନ୍ ବି 12 ମଧ୍ୟ ଆବଶ୍ୟକ । ଜହ୍ନି ଭିଟାମିନ୍ B12 ର ଏକ ଗୁରୁତ୍ୱପୂର୍ଣ୍ଣ ଉତ୍ସ, ଯାହା ଆପଣଙ୍କୁ ରକ୍ତହୀନତାରୁ ରକ୍ଷା କରିଥାଏ । 

୫- ମୁହଁରେ ଦେଖାଯାଉଥିବା ଅଧିକାଂଶ ସମସ୍ୟା ଆପଣଙ୍କ ପେଟ ଦ୍ୱାରା ସୃଷ୍ଟି ହୋଇଥାଏ । ପେଟରେ ସମସ୍ୟା ରହିଲେ ଚେହେରାରେ ଦାଗ, ବ୍ରଣ ଇତ୍ୟାଦି ସମସ୍ୟା ଦେଖାଯାଏ । ଜହ୍ନି ପେଟ ପାଇଁ ବହୁତ ଲାଭଦାୟକ । ସପ୍ତାହରେ ଦୁଇଥର ଜହ୍ନି ଖାଇବା ଦ୍ୱାରା ପେଟ ସଫା ରହିଥାଏ ଏବଂ ଚେହେରାରେ କୌଣସି ଚର୍ମଜନିତ ସମସ୍ୟା ଦେଖାଯାଏ ନାହିଁ । ତେଣୁ ବର୍ତ୍ତମାନ ଆପଣ ଜାଣିଛନ୍ତି କି ଜହ୍ନି କେତେ ଲାଭଦାୟକ, ଆପଣଙ୍କ ଖାଦ୍ୟରେ ଜହ୍ନି ମିଶାନ୍ତୁ ଏବଂ ଏହାର ଲାଭ ପାଆନ୍ତୁ । 

୬- ଆପଣ କେଶ ଝଡିବା ନେଇ ଚିନ୍ତିତ ଥିଲେ ଖାଦ୍ୟରେ ଜହ୍ନିକୁ ସାମିଲ କରିବାକୁ ଭୁଲନ୍ତୁ ନାହିଁ। ଜହ୍ନିରେ ରହିଥିବା ପୋଷକ ତତ୍ତ୍ୱ କେଶର ମୂଳକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ, ଯାହାଦ୍ୱାରା କେଶ ଝଡିବା କମିଯାଏ। 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.