ମଙ୍ଗଳବାର ଦାନ କରନ୍ତୁ ଏହି ଜିନିଷ, ପାଇବେ ହନୁମାନଙ୍କ ଆଶ୍ରିବାଦ
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
Loading...
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି ।
ଅନେକ ପୂଜା ସ୍ଥଳରେ ପତି-ପତ୍ନୀ ଏକାଠି ବସି ଭଗବାନଙ୍କୁ ପୂଜାର୍ଚ୍ଚନା କରିବାର ଦେଖିବାକୁ ମିଳିଥାଏ । ଏଭଳି କରିବା ଶୁଭ ବୋଲି ବିଶ୍ୱାସ ରହିଛି । ଧାର୍ମିକ ମାନ୍ୟତା ଅନୁସାରେ ପତି-ପତ୍ନୀ ଏକାଠି ବସି ପୂଜା କରିବା ଦ୍ୱାରା ଅଧିକ ପୂଣ୍ୟ ପ୍ରାପ୍ତି ହୋଇଥାଏ । ସେହିପରି ବିବାହ ପରେ ଏକୁଟିଆ ପୂଜାର୍ଚ୍ଚନା କରିବା ଦ୍ୱାରା ସେହି ପୂଜାର କୌଣସି ପ୍ରକାରର ମହତ୍ୱ ନଥାଏ ।
ପ୍ରକୃତରେ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ପତି-ପତ୍ନୀ କେବଳ ପୂଜା ପାଠରେ ନୁହଁନ୍ତି ବରଂ ତୀର୍ଥ ଭଳି ଧର୍ମ କର୍ମ ଏକାଠି କରିବା ଉଚିତ୍ । ବୈବାହିକ ଜୀବନରେ ଧର୍ମ କର୍ମ ଏକାଠି କରିବା ଦ୍ୱାରା ଦମ୍ପତିଙ୍କ ମଧ୍ୟରେ ଭଲ ତାଳମେଳ ରହିଥାଏ । ଏହାସହିତ ସମ୍ପର୍କ ମଜବୁତ ହେବା ସହ କଳହ କମ ହୁଏ । ଦୁହିଁଙ୍କ ମଧ୍ୟରେ ଭଲ ପାଇବା ବଢିଥାଏ ।
ବିବାହ ସମୟରେ ଦିଆଯାଇଥିବା ସାତ ବଚନ ମଧ୍ୟରୁ ଗୋଟେ ବଚନ ହେଉଛି ବିବାହ ପରେ କୌଣସି ବ୍ରତ , ଧର୍ମ କର୍ମରେ ଯିବାକୁ ହେଲେ ମତେ ବି ସାଥୀରେ ନେଇ ଯାଆନ୍ତୁ । ଏହି କାରଣ ଯୋଗୁଁ ବିବାହ ପରେ ପତି ପତ୍ନୀଙ୍କୁ ଏକୁଟିଆ ପୂଜା କରିବା ଉଚିତ୍ ନୁହେଁ । ଏହାସହିତ କୌଣସି ତୀର୍ଥ ସ୍ଥାନକୁ ବି ଏକୁଟିଆ ଯିବା ଉଚିତ୍ ନୁହେଁ ।ଏକୁଟିଆ ପୂଜା କରିବା ଦ୍ୱାରା କୌଣସି ମନସ୍କାମନା ପୂରଣ ହୋଇନଥାଏ କି ଯାତ୍ରା ବି ସଫଳ ହୋଇନଥାଏ । ଯଦି ଆପଣ ଆପଣଙ୍କର ମନସ୍କାମନା ପୁରଣ କରିବାକୁ ଚାହୁଁଛନ୍ତି ତେବେ ପତି-ପତ୍ନୀ ଏକାଠି ପୂଜାରେ ବସନ୍ତୁ ।
ଯଦି ଆମେ ଧାର୍ମିକ ଗ୍ରନ୍ଥ କଥା କହିବା ତେବେ ଏଭଳି ଅନେକ ଉଦାହରଣ ରହିଛି । ଯେଉଁଠି ମହିଳାଙ୍କୁ ପୁରୁଷଙ୍କ ଶକ୍ତି ବୋଲି କୁହାଯାଇଛି । ସେ ତେଣିକି ରାଧା-କୃଷ୍ଣ ହୁଅନ୍ତୁ ଅବା ରାମ-ସୀତା । ଦେବତାଙ୍କ ପୂର୍ବରୁ ଶକ୍ତିଙ୍କ ନାମ ଉଚାରଣ କରାଯାଇଥାଏ । ପତ୍ନୀଙ୍କ ବିନା ପତି ଦ୍ୱାରା କରାଯାଇଥିବା ଧାର୍ମିକ କାମ ଅଧାରେ ରହି ଯାଇଥାଏ ।
Shakespeare, in the beautiful garden, among the party. Some of the hall: in fact she was ever to.
ହିନ୍ଦୁ ଧର୍ମରେ ‘ଦାନ’ କରିବାର ଖୁବ୍ ମହତ୍ୱ ରହିଛି । କୁହାଯାଏ ଗରିବ ଲୋକଙ୍କୁ ଦାନ କରିବା ଦ୍ୱାରା ଲାଭଦାୟକ ହୋଇଥାଏ । କିନ୍ତୁ ଆଜିକା ସମୟରେ ଲୋକେ ଏହା ଉପରେ ବିଶ୍ୱାସ କରୁ ନାହାନ୍ତି ।
ଆମ ଘର ଆମର ସୁଖର ବାସସ୍ଥାନ ଏବଂ ବାସ୍ତୁ ଶାସ୍ତ୍ରୀଙ୍କ ଅନୁଯାୟୀ, ଘର ଭିତରେ ରହୁଥିବା ଲୋକଙ୍କ ସୁସ୍ଥତା ଏବଂ ସୁଖ ପାଇଁ ଘର ଭିତରେ କୋଠରୀ ରେ କିଛି ଗୁରୁତ୍ୱପୂର୍ଣ୍ଣ ଜିନିଷ ରଖିବା।
ଉତ୍ତମ ଜୀବନସାଥୀ ପାଇବା ପାଇଁ ସମସ୍ତେ ଇଛା ରଖିଥାନ୍ତି। ପତି ଓ ପତ୍ନୀଙ୍କ ସମ୍ପର୍କରେ ସର୍ବଦା ସକରାତ୍ମକ ଭାବନା ରହିବା ନିହାତି ଜରୁରୀ ଅଟେ। ଆଜିକାଲି ପତି ଓ ପତ୍ନୀଙ୍କ ମଧ୍ୟରେ ଝଗଡା ହେବା ଏକ ସାଧାରଣ କଥା ଅଟେ।