Loading...

ଆସନ୍ତାକାଲି ବଡଦିନ ସବୁଠି ଶୋଭା ପାଇବ ସାଣ୍ଟା କ୍ଲଜ, ତେବେ ଆସନ୍ତୁ ଜାଣିବା କିଏ ଏହି ସାଣ୍ଟା

ଆସନ୍ତାକାଲି ବଡଦିନ ସବୁଠି ଶୋଭା ପାଇବ ସାଣ୍ଟା କ୍ଲଜ, ତେବେ ଆସନ୍ତୁ ଜାଣିବା କିଏ ଏହି ସାଣ୍ଟା

ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମରେ ମନାଯାଏ ଖ୍ରୀଷ୍ଟମାସ । କିନ୍ତୁ ସାଣ୍ଟାକ୍ଲଜ ବିନା ଖ୍ରୀଷ୍ଟମାସ ଅଧୁରା । ଛୋଟ ପିଲାଙ୍କଠୁ ନେଇ ବଡ଼ ଯାଏଁ , ଖ୍ରୀଷ୍ଟମାସ ମାନେ ହିଁ ସାଣ୍ଟା ବୋଲି ଜାଣନ୍ତି ।

ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମରେ ମନାଯାଏ ଖ୍ରୀଷ୍ଟମାସ । କିନ୍ତୁ ସାଣ୍ଟାକ୍ଲଜ ବିନା ଖ୍ରୀଷ୍ଟମାସ ଅଧୁରା । ଛୋଟ ପିଲାଙ୍କଠୁ ନେଇ ବଡ଼ ଯାଏଁ , ଖ୍ରୀଷ୍ଟମାସ ମାନେ ହିଁ ସାଣ୍ଟା ବୋଲି ଜାଣନ୍ତି । ତେବେ କିଏ ଏହି ସାଣ୍ଟା ,ଯିଏ ଯୀଶୁଙ୍କ ଜନ୍ମଦିବସରେ ଛୋଟ ପିଲା ଓ ଜରୁରୀ ଥିବା ଲୋକ ମାନଙ୍କୁ ଉପହାର ବାଣ୍ଟିଥାନ୍ତି । ସାଣ୍ଟା ନିଜେତ ଯୀଶୁ ନୁହଁ । କାରଣ ବାଇବେଲରେ କେଉଁଠାରେ ବି ସାଣ୍ଟାକ୍ଲଜଙ୍କ ଆଲୋଚନା ହୋଇନାହିଁ । ଏହି ଖ୍ରୀଷ୍ଟମାସ ଯୀଶୁଙ୍କ ମୃତ୍ୟୁର ବହୁ ବର୍ଷ ପରେ ମନାହେବା ଆରମ୍ଭ ହେଲା । ତେଣୁ ଏହି ସାଣ୍ଟାକୁ ନେଇ କୌଣସି ପ୍ରମାଣ ନାହିଁ ବହୁତ ସ୍ଥାନରେ ବହୁ କାହାଣୀ ଶୁଣିବାକୁ ମିଳେ । 

 

କୁହାଯାଏ ସେଣ୍ଟ ନିକୋଲାସଙ୍କ ଜନ୍ମ ଯୀଶୁଙ୍କ ମୃତ୍ୟୁର ୨୮୦ ବର୍ଷ ପରେ ହୋଇଥିଲ । ସେଣ୍ଟ ନିକୋଲାସଙ୍କ ବାଲ୍ୟକାଳରୁ ମାତା ପିତାଙ୍କ ଦେହାନ୍ତ ହୋଇଯାଇଥିଲା । ଏହା ପରେ ସେ ନିଜ ଜୀବନକୁ ମାନବ ସେବାରେ ଲଗାଇ ଦେଇଥିଲେ । ତାଙ୍କୁ ଲୋକଙ୍କ ସେବା କରିବାକୁ ଓ ଦୁଃଖୀଙ୍କୁ ସାହାଯ୍ୟ କରିବାକୁ ଭଲ ଲାଗୁଥିଲ । ସେ ଗରିବ ଛୋଟ ଛୋଟ ପିଲା ମାନଙ୍କୁ ଉପହାର ଦେଉଥିଲେ । ଏହି ସେଣ୍ଟ ନିକୋଲାସ ହିଁ ସାଣ୍ଟା ବୋଲି ପ୍ରଥମ କାହାଣୀ ରହିଛି । ତେବେଏଠି ପ୍ରଶ୍ନ ଉଠେ ଯଦି ସେଣ୍ଟ ନିକୋଲାସ ହିଁ ସାଣ୍ଟା ତେବେ ସେ କେବଳ ଖ୍ରୀଷ୍ଟମାସ ଦିନ ଲୁଚିକି ଉପହାର କ’ଣ ପାଇଁ ଦିଅନ୍ତି । ତେବେ ଉତ୍ତର ମିଳେକି ବୋଧେ ଛୋଟ ପିଲାଙ୍କ ଖୁସି ପାଇଁ ସେ ଏପରି କରୁଥିବେ । ତେଣୁ ଏହି କାହାଣୀକୁ ଅନେକ ଲୋକ ବିଶ୍ୱାସ କରିଥାନ୍ତି ଓ ସେଣ୍ଟନିକୋଲାସଙ୍କୁ ସାଣ୍ଟା ବୋଲି ମାନିଥାନ୍ତି ।

ପଢନ୍ତୁ: ଆରପାରିରେ ବରିଷ୍ଠ ରାଜନେତା ରାମକୃଷ୍ଣ ପଟ୍ଟନାୟକ

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.