Loading...

ଆସନ୍ତୁ ଆଜି ପ୍ରସ୍ତୁତ କରିବା "ଫୁଲକୋବି କୋରମା"

ଆସନ୍ତୁ ଆଜି ପ୍ରସ୍ତୁତ କରିବା "ଫୁଲକୋବି କୋରମା"

ଥମେ କୋବିକୁ ଭଲ ଭାବେ ଧୋଇ ଦିଅନ୍ତୁ । ତା’ପରେ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ହଳଦୀ ଓ ଲୁଣ ଗୋଳେଇ ରଖି ଦିଅନ୍ତୁ । ଗ୍ୟାସରେ କଡେ଼ଇ ବସାଇ ତେଲ ଦିଅନ୍ତୁ ।

ଆବଶ୍ୟକୀୟ ସାମଗ୍ରୀ: 

ଫୁଲକୋବି ୧ଟା, ଅଦାବଟା ୧ ଚାମଚ, ଲଙ୍କାଗୁଣ୍ଡ ଅଧାଚାମଚ, ହଳଦୀଗୁଣ୍ଡ ଅଧାଚାମଚ, କାଜୁବଟା ଅଧାକପ, ସିଝାପିଆଜ ୧ଟା, ଧନିଆଗୁଣ୍ଡ ଅଧାଚାମଚ, ଗରମ ମସଲା ଅଧାଚାମଚ, କିସମିସ ୧ ଚାମଚ, ନଡ଼ିଆ ରସ ୧ ଚାମଚ, ଚିନି ୨ ଚାମଚ, ଘିଅ ୧ ଚାମଚ, ଅଳ୍ପ ଧନିଆ ପତ୍ର, ଲୁଣ ପ୍ରୟୋଜନ ଅନୁସାରେ, ତେଲ ଆବଶ୍ୟକ ଅନୁଯାୟୀ ।  

ପ୍ରସ୍ତୁତି ପ୍ରଣାଳୀ 

ପ୍ରଥମେ କୋବିକୁ ଭଲ ଭାବେ ଧୋଇ ଦିଅନ୍ତୁ । ତା’ପରେ ତାକୁ ଛୋଟ ଛୋଟ ଖଣ୍ଡ କରି କାଟି ହଳଦୀ ଓ ଲୁଣ ଗୋଳେଇ ରଖି ଦିଅନ୍ତୁ । ଗ୍ଯାସରେ କଡେ଼ଇ ବସାଇ ତେଲ ଦିଅନ୍ତୁ । ତେଲ ଗରମ ହୋଇଗଲା ପରେ କୋବିକୁ ପକାଇ ଭାଜନ୍ତୁ । ସେଥିରେ ସିଜା ପିଆଜ, ଅଦାବଟା, ଲଙ୍କାଗୁଣ୍ଡ, ଧନିଆ ଗୁଣ୍ଡ ପକାଇ କଷି ଦିଅନ୍ତୁ । ମସଲାରୁ ତେଲ ଛାଡ଼ି ଆସିଲେ କାଜୁବଟା, କିସମିସ, ଚିନି ଓ ଲୁଣ ପକାଇ ୨ ରୁ ୩ ମିନିଟ ପର୍ଯ୍ୟନ୍ତ ଘାଣ୍ଟନ୍ତୁ । ତା’ପରେ ନଡ଼ିଆ ରସ ପକାଇ କୋବିକୁ କିଛି ସମୟ ଫୁଟିବାକୁ ଛାଡ଼ି ଦିଅନ୍ତୁ । କୋବି ନରମ ହୋଇ ଆସିଲେ ଗରମ ମସଲା ଓ ଘିଅ ପକାଇ ଗୋଳେଇ ଦିଅନ୍ତୁ । ଗ୍ୟାସ୍ ବନ୍ଦ କରି ସେଥିରେ ଧନିଆ ପତ୍ର ପକାନ୍ତୁ । ତା’ପରେ ଅନ୍ୟ ଏକ ପାତ୍ରକୁ କାଢ଼ି ଦିଅନ୍ତୁ । ଗରମ ଗରମ ରୁଟି କିମ୍ବା ଭାତ ସହିତ ନିଜେ ଖାଆନ୍ତୁ ଓ ଅନ୍ୟମାନଙ୍କୁ ଖୁଆନ୍ତୁ । 

Ratnamani Maharana

Shakespeare, in the beautiful garden, among the party. Some of the hall: in fact she was ever to.